ହାଇଦ୍ରାବାଦ:ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ର 'କଲ୍କି 2898 AD' ଏକ ବକ୍ସ ଅଫିସରେ ହିଟ୍ ହୋଇଛି । ଫିଲ୍ମ ରିଲିଜ ହେବାର ପ୍ରାୟ ଏକ ମାସ ବିତିବାକୁ ଯାଉଛି ତଥାପି ଫିଲ୍ମର କ୍ରେଜ କମିବାର ନାଁ ନେଉନି । ରିଲିଜ୍ ହେବାର ଚତୁର୍ଥ ସପ୍ତାହରେ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରତିଦିନ ଏକ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛି ଏବଂ ଏହା ସହିତ ଏହାର ମୋଟ ସଂଗ୍ରହ ମଧ୍ୟ ବୃଦ୍ଧି ପାଉଛି । ରିଲିଜ୍ ହେବାର ୨୯ ତମ ଦିନରେ 'କଲ୍କି' ୧୧୦୦ କୋଟି ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି।
କଲ୍କି 2898 AD ର ନିର୍ମାତାମାନେ ସୋସିଆଲ ମିଡିଆରେ ଚାରି ସପ୍ତାହର କଲେକ୍ସନର ସୂଚନା ଦେଉଛନ୍ତି । ଫିଲ୍ମ କଲ୍କି 2898 AD ବିଶ୍ୱ ବକ୍ସ ଅଫିସରେ ୧୧୦୦କୋଟି ଟଙ୍କା ରୋଜଗାର କରିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ୨୯ ଦିନରେ କଲ୍କି ୧.୬୦କୋଟି ଟଙ୍କା ବ୍ୟବସାୟ କରିଛି । ଏହା ସହ ଫିଲ୍ମର ଘରୋଇ କଲେକ୍ସନ ୬୨୨.୧୦ କୋଟି ଏବଂ ବିଶ୍ୱର ୧୧୦୦କୋଟିରେ ପହଞ୍ଚିଛି । ଏହିପରି 'କଲ୍କି' ଷଷ୍ଠ ସର୍ବାଧିକ ଆୟକାରୀ ଫିଲ୍ମ ହୋଇଥିବା ବେଳେ ବର୍ତ୍ତମାନ ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ'କୁ ପଛରେ ପକାଇଛି ଏବଂ ଖୁବଶୀଘ୍ର 'ଜବାନ' ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି ।
ବକ୍ସ ଅଫିସରେ ସବୁଠାରୁ ଅଧିକ ରେକର୍ଡ କରିଥିବା ଫିଲ୍ମ
- ଦଙ୍ଗଲ- ୨୦୨୩.୮୧ କୋଟି ଟଙ୍କା
- ବାହୁବଲୀ ୨- ୧୮୧୦.୫୯ କୋଟି ଟଙ୍କା
- ଆରଆରଆର- ୧୩୮୭.୨୬କୋଟି ଟଙ୍କା
- KGF 2 - ୧୨୫୦ କୋଟି ଟଙ୍କା
- ଜବାନ- ୧୧୪୮.୩୨ କୋଟି ଟଙ୍କା
- କଲ୍କି 2898 AD- ୧୧୦୦କୋଟି ଟଙ୍କା
- ପଠାନ- ୧୦୫୦ କୋଟି ଟଙ୍କା