ହାଇଦ୍ରାବାଦ:ଜବରଦସ୍ତ ପ୍ରମୋସନ ପରେ ନାଗା ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ୍ ଚଳଚ୍ଚିତ୍ର 'କଲ୍କି 2898 AD' ଗୁରୁବାର, ଜୁନ୍ ୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ପ୍ରଥମ ଦିନରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଥିବା ବେଳେ ଥିଏଟରରେ ପ୍ରବଳ ବିଡ଼ ଜମିଥିଲା । ସେପଟେ ଫିଲ୍ମ ମଧ୍ୟ ଦର୍ଶକ ମନ ଜିତିବାରେ ସଫଳ ହୋଇଛି । ଏହି କ୍ରମରେ ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରି ବିଶ୍ୱ ବକ୍ସ ଅଫିସରେ ବମ୍ପର କଲେକ୍ସନ ସହ ଅନେକ ରେକର୍ଡ ଭାଙ୍ଗିଛି।
ପ୍ରଥମ ଦିନରେ 'କଲ୍କି 2898 AD' କେତେ କଲେକ୍ସନ କଲା ?
'କଲ୍କି' ରିଲିଜ୍ ହେବାର ପ୍ରଥମ ଦିନରେ ଇତିହାସ ସୃଷ୍ଟି କରିଛି ଏବଂ ଓପନିଂ ଦିନରେ ବମ୍ପର କଲେକ୍ସନ ସହ ଅନେକ ଚଳଚ୍ଚିତ୍ରକୁ ପଛରେ ପକାଇଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'କଲ୍କି 2898 AD' ରିଲିଜ୍ ହେବାର ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ ୯୫ କୋଟି ଟଙ୍କା ସହ ଓପନିଂ କରି ରେକର୍ଡ ଭାଙ୍ଗିଛି । 'କଲ୍କି 2898 AD' ଭାରତୀୟ ବକ୍ସ ଅଫିସରେ ତେଲୁଗୁରେ ସର୍ବାଧିକ 64.5 କୋଟି ଟଙ୍କା କଲେକ୍ସନ କରିଥିବା ବେଳେ ହିନ୍ଦୀ ସଂସ୍କରଣରେ ଫିଲ୍ମର ପ୍ରଥମ ଦିନ ସଂଗ୍ରହ ୨୪ କୋଟି ଆୟ କରିଛି । ସେହିପରି ତାମିଲରେ ଏହି ଫିଲ୍ମ ୪ କୋଟି ଟଙ୍କା, ମାଲାୟାଲମରେ ୨.୨ କୋଟି ଟଙ୍କା ବ୍ୟବସାୟ କରିଛି । କନ୍ନଡରେ ଚଳଚ୍ଚିତ୍ରର ସଂଗ୍ରହ ସର୍ବନିମ୍ନ ୩୦ ଲକ୍ଷ ଟଙ୍କା ଆୟ କରିଛି । ତେବେ ଖୁବଶୀଘ୍ର ୧୦୦ କୋଟି କ୍ଲବରେ ସାମିଲ ହେବ ଫିଲ୍ମ ।
ଭାରତରେ 'କଲ୍କି' ସହ ନିଜ ଫିଲ୍ମର ରେକର୍ଡ ଭାଙ୍ଗିଲେ ପ୍ରଭାସ
'କଲ୍କି 2898 AD' ପ୍ରଥମ ଦିନରେ ୯୫ କୋଟି ଟଙ୍କା ରୋଜଗାର କରି ଅନେକ ଚଳଚ୍ଚିତ୍ରକୁ ପଛରେ ପକାଇଛି । ପ୍ରଭାସ ନିଜ ପୂର୍ବ ଫିଲ୍ମ 'ସାଲାର', 'ସାହୋ' ଏବଂ 'ଆଦିପୁରୁଷ'ର ରେକର୍ଡ ଭାଙ୍ଗିଛନ୍ତି । ସାଲାର (90.7 କୋଟି), ସାହୋ (89 କୋଟି) ଏବଂ ଆଦିପୁରୁଷ (86.75 କୋଟି) ଆୟ କରିଥିବା ବେଳେ ବର୍ତ୍ତମାନ କଲ୍କି ୯୫ କୋଟି ଆୟ କରି ରେକର୍ଡ ଭାଙ୍ଗିଛନ୍ତି । କିନ୍ତୁ ଏହି ଚଳଚ୍ଚିତ୍ରଟି RRR, ବାହୁବଳୀ ଏବଂ କେଜିଏଫର ଓପନିଂ କଲେକ୍ସନ ରେକର୍ଡ ଭାଙ୍ଗିପାରିଲା ନାହିଁ ।
ପ୍ରଥମ ଦିନରେ ଭାରତରେ ସର୍ବାଧିକ ଓପନିଂ ଚଳଚ୍ଚିତ୍ର
- ଆରଆରଆର ପ୍ରଥମ ଦିନ କଲେକ୍ସନ - 133 କୋଟି
- ବାହୁବଲୀ 2 ପ୍ରଥମ ଦିନ କଲେକ୍ସନ- 121 କୋଟି ଟଙ୍କା
- କେଜିଏଫ 2 ପ୍ରଥମ ଦିନ କଲେକ୍ସନ- 116 କୋଟି ଟଙ୍କା
- ସାଲାର ପ୍ରଥମ ଦିନ କଲେକ୍ସନ- 90.7 କୋଟି ଟଙ୍କା
- ସାହୋ ପ୍ରଥମ ଦିନ କଲେକ୍ସନ- 89 କୋଟି ଟଙ୍କା
- ଆଦିପୁରୁଷ ପ୍ରଥମ ଦିନ କଲେକ୍ସନ- 86.75 କୋଟି ଟଙ୍କା