ହାଇଦ୍ରାବାଦ: ଧଡ଼କ ସହ ବଲିଉଡ୍ରେ ଡେବ୍ୟୁ କରିଥିବା ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଜାହ୍ନବୀ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି କରିବାର 6 ବର୍ଷ ବିତିଗଲାଣି । ବର୍ଷ ବର୍ଷ ଧରି ସେ ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେ କେବଳ ବୃତ୍ତିଗତ ଜୀବନ ନୁହେଁ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଶିରୋନାମାରେ ରହିଛନ୍ତି । ସେହିପରି ଅଭିନେତ୍ରୀଙ୍କୁ ଫ୍ୟାନ୍ସ ପାରମ୍ପରିକ ଏବଂ ଗ୍ଲାମରସ୍ ଅବତାର ଦେଖିବାକୁ ପାଆନ୍ତି । ଜାହ୍ନବୀଙ୍କୁ ଯେକୌଣସି ଇଭେଣ୍ଟରେ ଗ୍ଲାମରସ୍ ଲୁକରେ ଦେଖିବାକୁ ମିଳିଥିବା ବେଳେ ମନ୍ଦିର କିମ୍ବା ପୂଜାପାଠ କାର୍ଯ୍ୟରେ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଥାଏ । ତେବେ ଆଜି ଗୁଡି ପର୍ବ ଅବସରରେ ଜାହ୍ନବୀ ରୁମର ବୟଫ୍ରେଣ୍ଡ ଶିଖର ପହରିଆ ମାଆଙ୍କ ସହିତ ସିଦ୍ଧି ବିନାୟକଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଜାହ୍ନବୀଙ୍କ ଏହି ଭିଡିଓରେ ଫ୍ୟାନ୍ସ ଅନେକ କମେଣ୍ଟ କରୁଛନ୍ତି | ଜଣେ ଫ୍ୟାନ ଲେଖିଛନ୍ତି ଯେ, 'ମଇଦାନ ବ୍ଲକବଷ୍ଟର, ତଥାସ୍ତୁ' । ସେହିପରି ଆଉ ଜଣେ ଲେଖିଛନ୍ତି 'ସିଦ୍ଧି ବିନାୟକ' । ତେବେ ଜାହ୍ନବୀଙ୍କ ପିତା ବୋନି କପୁରଙ୍କ ଫିଲ୍ମ ମୈଦାନ ଏପ୍ରିଲ ୧୧ ତାରିଖ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମକୁ ବୋନି କପୁର ନିର୍ଦ୍ଦେଶନା ଦେଇଛନ୍ତି । ତେବେ ପିତାଙ୍କ ଫିଲ୍ମର ସଫଳତା ପାଇଁ ଜାହ୍ନବୀ ପ୍ରାର୍ଥନା କରିବାକୁ ମନ୍ଦିର ଯାଇଥିଲେ । ତେବେ ମନ୍ଦିର ଯିବା ସମୟରେ ଅଭିନେତ୍ରୀ ପିଙ୍କ କଲରର ସୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି ।