ହାଇଦ୍ରାବାଦ:'ଆଦିପୁରୁଷ' ବିବାଦ ପରେ ଗତ ବର୍ଷ ଚଳଚ୍ଚିତ୍ର ନିର୍ମାତା ନୀତେଶ ତିୱାରୀ 'ରାମାୟଣ' ଉପରେ ଏକ ଫିଲ୍ମ ଘୋଷଣା କରିଥିଲେ । ସେବେଠାରୁ ନୀତୀଶ ତିୱାରୀଙ୍କ 'ରାମାୟଣ' କାଷ୍ଟିଂ କାଉଚ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ରଣବୀର କପୁର ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ । ଏଥିସହ ମାତା ସୀତା ଭୂମିକାରେ ସାଉଥ ସୁନ୍ଦରୀ ସାଇ ପଲ୍ଲବୀ ନଜର ଆସିବେ କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ସାଇ ପଲ୍ଲବୀ ରାମାୟଣରୁ ବାଦ ପଡିଛନ୍ତି ଏବଂ ତାଙ୍କ ସ୍ଥାନରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏହି ଭୂମିକାରେ ନଜର ଆସିବେ ।
ମିଡିଆ ରିପୋର୍ଟ ଅନୁସାରେ, ନୀତୀଶ ତିୱାରୀଙ୍କ 'ରାମାୟଣ'ରେ ସାଇ ପଲ୍ଲବୀଙ୍କ ପରିବର୍ତ୍ତେ ଜାହ୍ନବୀ କପୁର ନଜର ଆସିବେ । 'ରାମାୟଣ'ର ନିର୍ମାତାମାନେ ଜାହ୍ନବୀ କପୁରଙ୍କ ଲୁକ୍କାୟିତ ପ୍ରତିଭାକୁ ଦେଖି ଏହି ଫିଲ୍ମରେ ତାଙ୍କ କାଷ୍ଟ କରିବାକୁ ଚାହୁଁଛନ୍ତି । କୁହାଯାଉଛି ଯେ ନିର୍ମାତାମାନେ ମାତା ସୀତାଙ୍କ ଭୂମିକା ପାଇଁ ଜାହ୍ନବୀ କପୁରଙ୍କୁ ଉପଯୁକ୍ତ ନାୟିକା ବୋଲି ମନେ କରିଛନ୍ତି । ତେବେ ଏନେଇ କିନ୍ତୁ ନିର୍ମାତାମାନେ କୌଣସି ଅଫିସିଆଲି ଘୋଷଣା କରିନାହାନ୍ତି ।