ଓଡିଶା

odisha

ETV Bharat / entertainment

ଆଲିଆଙ୍କ ଆଉ ଏକ ଉପଲବ୍ଧି, ଟପ୍ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ସାମିଲ - TIME 100 List

Alia Bhatt In 100 Most Influential People: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଅଭିନେତ୍ରୀ ବି-ଟାଉନର ଶ୍ରେଷ୍ଠ ତାରକା ରହିଆସିଥିବା ବେଳେ ବର୍ତ୍ତମାନ ଆଉ ଏକ ସଫଳତା ହାସଲ କରିଛନ୍ତି । ଭାରତର ଏକମାତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମ ୨୦୨୪ର ଟାଇମ୍ ୧୦୦ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ଆଲିଆଙ୍କ ଆଉ ଏକ ଉପଲବ୍ଧି, ଟପ୍ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ସାମିଲ
ଆଲିଆଙ୍କ ଆଉ ଏକ ଉପଲବ୍ଧି, ଟପ୍ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ସାମିଲ

By ETV Bharat Odisha Team

Published : Apr 18, 2024, 12:59 PM IST

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୨ ବର୍ଷ ହେଲାଣି କାମ କରିଆସୁଛନ୍ତି । ବର୍ଷ ବର୍ଷ ଧରି ଏହି ଅଭିନେତ୍ରୀ ଅଧିକାଂଶ ହିଟ୍ ଫିଲ୍ମ ଦେବା ସହ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ନିଜ ଦମଦାର ଅଭିନୟରେ ବେଶ ଲୋକପ୍ରିୟତା ହାସଲ କରିବା ସହ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ଏପରିକି ଭାରତର ଶ୍ରେଷ୍ଠ ଅଭିନେତ୍ରୀ ମଧ୍ୟରେ ଆଲିଆ ଭଟ୍ଟ ଟପରେ ରହିଥାନ୍ତି । ବର୍ତ୍ତମାନ ଅଭିନେତ୍ରୀ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଟାଇମ୍ ମାଗାଜିନ୍ ଏହାର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଆଲିଆ ଭଟ୍ଟ ସାମିଲ ରହିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।

ଏହି ତାଲିକା ଘୋଷଣା କରି ଆଲିଆ ଭଟ୍ଟଙ୍କ ପ୍ରୋଫାଇଲରେ ଲେଖାଯାଇଛି ଯେ, ସେ ଦୁନିଆର ଜଣେ ପ୍ରମୁଖ ଅଭିନେତ୍ରୀ ଅଟନ୍ତି । ସେ ଏକ ଦଶନ୍ଧି ଧରି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରଶଂସନୀୟ କାର୍ଯ୍ୟ କରିଆସୁଛନ୍ତି । ଏହାସହ ତାଙ୍କର ଉତ୍ତମ ସ୍ୱଭାବ ଏବଂ ସଚ୍ଚୋଟତାକୁ ମଧ୍ୟ ପ୍ରଶଂସା କରାଯାଇଛି । 'ହାର୍ଟ ଅଫ୍ ଷ୍ଟୋନ୍'ରେ ଆଲିଆ ଭଟ୍ଟଙ୍କ ସହ କାମ କରିଥିବା ନିର୍ଦ୍ଦେଶକ ଟମ୍ ହାର୍ପର୍ ଟାଇମ୍ 100 ମୋଷ୍ଟ ଇନଫ୍ଲୁଏନ୍ସିଏଲ୍ ତାଲିକା ଫିଚର ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । କହିରଖୁଛୁ କି, ଟମ ହାର୍ପର ଜଣେ ନିର୍ଦ୍ଦେଶକ, ଲେଖକ ଏବଂ ଫିଲ୍ମ ନିର୍ମାତା ମଧ୍ୟ ଅଟନ୍ତି । ଅଭିନେତ୍ରୀ ଆଲିଆ ତାଙ୍କର ପ୍ରଥମ ହଲିଉଡ ଫିଲ୍ମ ଥିଲା 'ହାର୍ଟ ଅଫ୍ ଷ୍ଟୋନ' । ସେପଟେ ଆଲିଆ ଏହି ଘୋଷଣାକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, "TIME100ର ଏକ ଅଂଶ ହୋଇଥିବାରୁ ମୁଁ ଅତ୍ୟଧିକ ଗୌରବାନ୍ୱିତ । ଏହି ଶଦ୍ଦ ପାଇଁ ଟମ ହାର୍ପର ଆପଣଙ୍କୁ ଧନ୍ୟବାଦ।"

ଟାଇମ୍ ୧୦୦ରେ ଆଉ କେଉଁ ବ୍ୟକ୍ତିମାନେ ସାମିଲ?

ସେପଟେ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତୀୟ ଅଭିନେତା ଦେବ ପଟେଲ, ଓସ୍କାର ବିଜେତା ଡକ୍ଟର ୱାଇନ୍ ଜୋଏ ରାଣ୍ଡୋଲ୍ଫ ଏବଂ ଓସ୍କାର ମନୋନୀତ ଅଭିନେତା ଜେଫ୍ରି ରାଇଟ୍ ଏବଂ କଲମାନ ଡୋମିଙ୍ଗୋଙ୍କ ନାମ ରହିଛି । ଏହା ବ୍ୟତୀତ ତାରାଜୀ ପି ହେନ୍ସନ୍, ଏଲିଅଟ୍ ପେଜ୍, ମାଇକେଲ୍ ଜେ.ଫାକ୍ସ, ସୋଫିଆ କପୋଲା ଏବଂ ହାୟୋ ମିୟାଜାକି ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ସଂଜୟ ଲୀଲା ବଂଶାଲୀଙ୍କ ଆଗାମୀ ଫିଲ୍ମ 'ଲଭ ଆଣ୍ଡ ୱାର'; ଏହି ତାରକା ଆସିବେ ନଜର

ଆଲିଆଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଲିଆଙ୍କୁ ଖୁବ୍ ଶୀଘ୍ର 'ଜିଗ୍ରା'ରେ ଦେଖିବାକୁ ମିଳିବ । ଆଲିଆ ଭଟ୍ଟ ଏହି ଫିଲ୍ମରେ ଅଭିନୟ କରିବା ସହ ନିର୍ମାତା ମଧ୍ୟ ଅଟନ୍ତି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଲିଆ ପ୍ରଥମ ଥର ପାଇଁ ନିର୍ମାତା ଭାବରେ କରଣ ଜୋହରଙ୍କ ସହ ହାତ ମିଳାଇଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଏବଂ ଆଲିଆଙ୍କ ଇଣ୍ଟରନାଲ ସନ୍‌ସାଇନ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ । 27 ସେପ୍ଟେମ୍ବର 2024ରେ 'ଜିଗ୍ରା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭସନ ବାଲା । ଏହା ବ୍ୟତୀତ ସେ ସଞ୍ଜୟ ଲୀଲା ବଂଶାଲୀଙ୍କ ସହ ଫିଲ୍ମ 'ଲଭ ଆଣ୍ଡ ୱାର'ରେ ଦେଖିବାକୁ ମିଳିବ । ଏଥିରେ ସେ ରଣବୀର କପୁର ଏବଂ ବିକି କୌଶଲଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

ABOUT THE AUTHOR

...view details