ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର GOAT ବକ୍ସ ଅଫିସରେ 11 ଦିନ ପୂରଣ କରିଛି । ବିଜୟଙ୍କ ଏହି ଫିଲ୍ମ 5 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିବା ବେଳେ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଚଳଚ୍ଚିତ୍ର 'ଗୋଟ୍' ବିଶ୍ୱବ୍ୟାପୀ ବକ୍ସ ଅଫିସରେ 300 କୋଟି ଟଙ୍କା ପାର୍ କରିଥିବା ବେଳେ ବର୍ତ୍ତମାନ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ 200 କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି । ଏହା କରି ବିଜୟଙ୍କ ଚଳଚ୍ଚିତ୍ର 'ଗୋଟ୍' କୋଲିଉଡର ତୃତୀୟ ଚଳଚ୍ଚିତ୍ର ହୋଇପାରିଛି ।
ସାକନିକଙ୍କ ରିପୋର୍ଟ ଅନୁସାରେ, 'ଗୋଟ୍' ତାମିଲନାଡୁରେ 8ମ ଦିନରେ 143.5 କୋଟି ଟଙ୍କା ଆୟ କରିଥିଲା । ଏହାପରେ ଫିଲ୍ମ 11 ଦିନରେ ଅର୍ଥାତ୍ ଦ୍ୱିତୀୟ ଶନିବାରରେ 13.75 କୋଟି ଟଙ୍କା କଲେକ୍ସନ କରିଛି । ଫଳରେ ତାମିଲନାଡୁରେ ଫିଲ୍ମର ମୋଟ ସଂଗ୍ରହ 164 କୋଟି ଟଙ୍କା ହୋଇଛି । ଏଥି ସହିତ ସମସ୍ତ ଭାଷାରେ ଚଳଚ୍ଚିତ୍ରର ମୋଟ ଘରୋଇ କଲେକ୍ସନ 212.50 କୋଟି ଟଙ୍କା ହୋଇଛି । ଏହାପୂର୍ବରୁ ବିଜୟଙ୍କ କ୍ୟାରିୟରର ପୂର୍ବ ଚଳଚ୍ଚିତ୍ର 'ଲିଓ' (215 କୋଟି ଟଙ୍କା) ଏବଂ 'ପୋନିୟିନ୍ ସେଲଭାନ୍ ପାର୍ଟ 1' (213 କୋଟି ଟଙ୍କା) ସଂଗ୍ରହ କରିଥିଲା। ବର୍ତ୍ତମାନ 200 କୋଟି ଟଙ୍କାର କ୍ଲବରେ ଯୋଗ ଦେଇଥିବା ତାମିଲ ସିନେମାର ତୃତୀୟ ଚଳଚ୍ଚିତ୍ର ହୋଇଛି ।
'ଗୋଟ୍' ଭାରତୀୟ ବକ୍ସ ଅଫିସ କଲେକ୍ସନ
- ପ୍ରଥମ ଦିନ- 44 କୋଟି ଟଙ୍କା
- ଦ୍ୱିତୀୟ ଦିନ- 25.5 କୋଟି ଟଙ୍କା
- ତୃତୀୟ ଦିନ- 33.5 କୋଟି ଟଙ୍କା
- ଚତୁର୍ଥ ଦିନ- 34 କୋଟି ଟଙ୍କା
- ପଞ୍ଚମ ଦିନ- 14.75 କୋଟି ଟଙ୍କା
- 6ଷ୍ଠ ଦିନ-11 କୋଟି ଟଙ୍କା
- 7ମ ଦିନ- 8 କୋଟି ଟଙ୍କା
- 8ମ ଦିନ- 6.5 କୋଟି ଟଙ୍କା
- 9ମ ଦିନ- 6.75 କୋଟି ଟଙ୍କା
- 10ମ ଦିନ- 13.5 କୋଟି ଟଙ୍କା
- 11ତମ ଦିନ- 14.25 କୋଟି ଟଙ୍କା
ଫିଲ୍ମର ମୋଟ କଲେକ୍ସନ 212.50 କୋଟି ଟଙ୍କା