ହାଇଦ୍ରାବାଦ:ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ସାଉଥ ସୁପରଷ୍ଟାର ରାମ ଚରଣ । ତାଙ୍କ ଅଭିନୀତ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର 'ଗେମ ଚେଞ୍ଜର' ଏହି ସପ୍ତାହରେ ବକ୍ସ ଅଫିସରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମ ଗେମ୍ ଚେଞ୍ଜର ଜାନୁଆରୀ 10 ରେ ମୁକ୍ତିଲାଭ କରିବ । ନିକଟରେ ଗେମ୍ ଚେଞ୍ଜରର ଟ୍ରେଲର ରିଲିଜ ହୋଇଛି। ୟାହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ବର୍ତ୍ତମାନ ଫିଲ୍ମର ରିଲିଜର 3 ଦିନ ପୂର୍ବରୁ ଅର୍ଥାତ୍ ଆଜି(ଜାନୁଆରୀ 7)ରେ ଦେଶ ତଥା ବିଦେଶରେ 'ଗେମ ଚେଞ୍ଜର'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଅବସରରେ ମୁକ୍ତିଲାଭ କରୁଥିବା ବେଳେ ଫିଲ୍ମ ଗେମ ଚେଞ୍ଜର ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି । ଫିଲ୍ମ କେତେ କଲେକ୍ସନ କଲାଣି ? ଜାଣନ୍ତୁ,
ଭାରତରେ 'ଗେମ ଚେଞ୍ଜର'ର ଆଡଭାନ୍ସ ବୁକିଂ
ସାକନିକଙ୍କ ଅନୁଯାୟୀ, 'ଗେମ ଚେଞ୍ଜର' ଜାନୁଆରୀ 7 ରେ ଆଜି ଅପରାହ୍ନ 3 ଟା ପର୍ଯ୍ୟନ୍ତ ବ୍ଲକ ସିଟ୍ ସହ 75.92 ଲକ୍ଷ ଟଙ୍କା ରୋଜଗାର କରିଛି । ଏପର୍ଯ୍ୟନ୍ତ 181 ଶୋ ପାଇଁ 4467 ଟିକେଟ୍ ବିକ୍ରି କରି 15,56,750 ଟଙ୍କା ରୋଜଗାର କରିଛି । ଏଥିସହ, ଗେମ ଚେଞ୍ଜର ସମଗ୍ର ଭାରତରେ 184 ଶୋ ପାଇଁ 4467 ଟିକେଟ୍ ବିକ୍ରି କରିଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗେମ ଚେଞ୍ଜର ଭାରତରେ 45 ରୁ 50 କୋଟି ଟଙ୍କା ସହ ଓପନିଂ କରିପାରେ ।
ବିଦେଶରେ ଆଡଭାନ୍ସ ବୁକିଂ
ସେହିପରିବିଦେଶରେ ମଧ୍ୟ ରାମ ଚରଣଙ୍କ ଫିଲ୍ମ 'ଗେମ ଚେଞ୍ଜର'କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି । ଉତ୍ତର ଆମେରିକାରେ ଏହି ଫିଲ୍ମ ଆମେରିକାର ପ୍ରିମିୟର ପାଇଁ 575 ହଜାର ଡଲାର ରୋଜଗାର କରିଛି । ଏହିପରି ଗେମ ଚେଞ୍ଜର ପାଇଁ 20 ହଜାରରୁ ଅଧିକ ଟିକେଟ୍ 468 ଟି ସ୍ଥାନରେ 14069 ଶୋ ପାଇଁ ବିକ୍ରି ହୋଇଛି ।