ହାଇଦ୍ରାବାଦ:ଦେଶପ୍ରେମ ଉପରେ ଆଧାରିତ ଫିଲ୍ମ 'ଏ ୱତନ ମେରେ ୱତନ'ର ନିକଟରେ ଟ୍ରେଲର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଇମରାନ ହାସମୀଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଏଥିରେ ସେ ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ଭୂମିକାରେ ଥିବା ନଜର ଆସିଛନ୍ତି । ସେହିପିର ଏହା ପୂର୍ବରୁ ଫିଲ୍ମର ଏକ ଗୀତ ରିଲିଜ ହୋଇଥିଲା । ଏହାକୁ ସୁଖବିନ୍ଦର ସିଂ କଣ୍ଠଦାନ କରିଥିଲେ । ତେବେ ଫିଲ୍ମଟି OTT ପ୍ଲାଟଫର୍ମରେ ମାର୍ଚ୍ଚ ୨୧ରେ ରିଲିଜ ହେବ ।
ଏ ୱତନ ମେରେ ୱତନ ର କତରା କତରା ଟ୍ରାକକୁ ପ୍ରଥମ ଥର ପାଇଁ ଗୋଆର 54ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ରେ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ସୁଖବିନ୍ଦର ସିଂ ଜବରଦସ୍ତ ସଙ୍ଗୀତ ପରିବେଷଣ କରିଥିଲେ । ଏନେଇ ଫିଲ୍ମର ନିର୍ଦ୍ଦେଶକ କନ୍ନର ଅୟର, ଅଭିନେତ୍ରୀ ସାରା ଅଲି ଖାନ ଓ ଫିଲ୍ମ ନିର୍ମାତା କରଣ ଜୋହର ଏବଂ ଅପୂର୍ବ ମେହେତା ଏହି ଦମନଦାର ପରଫରମାନ୍ସଙ୍କୁ ଦେଖିବା ପାଇଁ ସେଠାରେ ଉପସ୍ଥିତ ଥିଲେ ।
ଏହି ଗୀତକୁ ନେଇ ଗାୟକ ସୁଖବିନ୍ଦର ,ସିଂହ କହିଛନ୍ତି ଯେ,' ମୋ ହୃଦୟରେ କତରା କାତରା ଟ୍ରାକ ପାଇଁ ଏକ ବିଶେଷ ସ୍ଥାନ ଅଛି । ଏହି ଗୀତ କେବଳ ଦେଶପ୍ରେମ ଏବଂ ଗର୍ବର ଭାବନାକୁ ଜାଗ୍ରତ କରେ ନାହିଁ, ବରଂ ଏହା ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଶକ୍ତିକୁ ମଧ୍ୟ ପ୍ରକାଶ କରିଛି । ଏହା ସେହି ସମସ୍ତ ହିରୋମାନଙ୍କ ପାଇଁ ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି । ଯେଉଁମାନେ ଦେଶ ପାଇଁ ସାହସିକତା ଦେଖାଇଛନ୍ତି ।'
ଏହା ମଧ୍ୟ ପଢନ୍ତୁୃ- 'ଏ ୱତନ ମେରେ ୱତନ'ର ଟ୍ରେଲର ରିଲିଜ, ଅଭିନୟରେ ହୃଦୟ ଜିତିଲେ ସାରା
ଏହାକୁ ମୁକୁନ୍ଦ ସୂର୍ଯ୍ୟବଂଶୀ, ରବି ଗିରି ଏବଂ ରୋହନ ଦେଶମୁଖ ସୁନ୍ଦର ଭାବରେ ଲେଖିଛନ୍ତି । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ କରଣ ଜୋହର, ସୋମନ ମିଶ୍ର ଏବଂ ଅପୂର୍ବ ମେହେତା ପ୍ରସ୍ତୁତ କରିଛନ୍ତି । ଏହି ଚଳଚ୍ଚିତ୍ରରେ ସାରା ଅଲି ଖାନ ମହିଳା ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତା ଭୂମିକାରେ ନଜର ଆସିବେ । ସିନେମାରେ ସାରା ଅଲି ଖାନଙ୍କ ସହ ଅଭୟ ଭର୍ମା, ସଚିନ ଖେଡେକର, ସ୍ପର୍ଶ ଶ୍ରୀବାସ୍ତବ, ଆଲେକ୍ସ ନେଲ ଏବଂ ଆନନ୍ଦ ତିୱାରୀ ପ୍ରମୁଖ ଭୂମିକାରେ ଅଭିନୟ କରିବେ ଏବଂ ଇମ୍ରାନ ହାଶମୀ ଏହି ଫିଲ୍ମରେ ଏକ କ୍ୟାମିଓ ରୋଲରେ ନଜର ଆସିବେ । କହିରଖୁଛୁ କି, ଭାରତ ଇତିହାସରେ, ମାର୍ଚ୍ଚ ୨୧ ତାରିଖ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ହଟାଇବା ପାଇଁ ଜଣାଶୁଣା । ଜରୁରୀକାଳୀନ ପରିସ୍ଥିତି ଦେଶରେ ଜୁନ ୨୫, ୧୯୭୫ରେ ଲାଗୁ ହୋଇଥିବା ବେଳେ ମାର୍ଚ୍ଚ ୨୧, ୧୯୭୭ରେ ହଟା ଯାଇଥିଲା ।