ଓଡିଶା

odisha

ETV Bharat / entertainment

'ତୁମେ ଯାହା ଶିଖାଇଛ...', ବାପାଙ୍କୁ ନିଆରା ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏଲିନା

ବାପାଙ୍କ ଜନ୍ମଦିନରେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଆରା ଶୁଭେଚ୍ଛା । ନିଜ ବିବାହ ସମୟର ଫଟୋ ସେୟାର କରି ନିଜ ଭଲ ପାଇବା ଜାହିର କଲେ ଏଲିନା । ଅଧିକ ପଢନ୍ତୁ...

ELINA SAMANTARAY FATHER BIRTHDAY
ELINA SAMANTARAY FATHER BIRTHDAY (ETV Bharat Odisha)

By ETV Bharat Entertainment Team

Published : Nov 28, 2024, 4:28 PM IST

Updated : Nov 28, 2024, 4:34 PM IST

ହାଇଦ୍ରାବାଦ:ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିକଟରେ ବିବାହ କରିଥିଲେ । ଚଳିତ ମାସ 17 ତାରିଖରେ ଏଲିନା ନିଜ ବୟଫ୍ରେଣ୍ଡ ଅନୁରାଗଙ୍କ ସହ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ବିବାହର ସପ୍ତାହକ ପରେ ଅର୍ଥାତ୍ ଆଜି ନଭେମ୍ୱର 28ରେ ସେ ତାଙ୍କ ବାପା ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀ ବାପାଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଏଲିନା ନିଜ ବିବାହର କିଛି ଅନସିନ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବାପାଙ୍କ ସୁନ୍ଦର ମୁହୁର୍ତ୍ତକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏହି ଫଟୋ ସହ ଏଲିନା ବାପାଙ୍କ ପାଇଁ ଇମୋସନାଲ ନୋଟ୍ ସେୟାର କରି ନିଜ ଭଲ ପାଇବା ଜାହିର କରିଛନ୍ତି ।

ବାପାଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଏଲିନା

ଏଲିନା ସାମନ୍ତରାୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର କିଛି ଅନସିନ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ବାପାଙ୍କ ସହ ଭାବପ୍ରବଣ ମୁହୁର୍ତ୍ତର କିଛି ଝଲକ ଦେଖିବାକୁ ମିଳିଛି । ଏଲିନା 8ଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ବିବାହ ସମୟରେ ଏଲିନାଙ୍କ ବାପା ଏବଂ ମାଆ ତାଙ୍କୁ ବିବାହ ଯୋଡାରେ ଦେଖି ଭାବୁକ ହୋଇଥିବା ଦେଖିବାକୁ ମିଳିଛି । କିଛି ଫଟୋରେ ଏଲିନାଙ୍କ ବାପା ତାଙ୍କ କନ୍ୟା ଦାନ କରୁଥିବା ନଜର ଆସିଛନ୍ତି । ଆଉ ଏକ ଫଟୋରେ ତାଙ୍କ ବାପା,ମାଆ କାନ୍ଦୁଥିବାର ମଧ୍ୟ ନଜର ଆସିଛନ୍ତି ।

'ତୁମେ ମୋ ଜୀବନରେ ଖୁସି ଭରି ଦେଇଛ'

ଏହି ଫଟୋ ସେୟାର କରି ଏଲିନା ଏକ ଇମୋସନାଲ ନୋଟ୍ ଲେଖି ନିଜ ଭଲ ପାଇବା ଜାହିର କରିଛନ୍ତି । ସେ ଲେଖିଛନ୍ତି, ''ମୁଁ ଯେତେବେଳେ ଏହା ଲେଖୁଛି, ମୋ ମୁହଁରୁ ଲୁହ ଆସିଯାଉଛି । ମୁଁ ବିଶ୍ୱାସ କରିପାରୁନି ଯେ ବର୍ତ୍ତମାନ ମୁଁ ଏତେ ବଡ ହୋଇଗଲି ଯେ ମୁଁ ବିବାହିତ ଏବଂ ତୁମଠାରୁ ଦୂରରେ ରହିବାକୁ ଅନୁମତି ନେଲି । ମୋ ଚାରିପାଖରେ ଏତେ ସକାରାତ୍ମକ ଏବଂ ଖୁସି ଭରି ତୁମେ ମୋର ସମଗ୍ର ଦୁନିଆକୁ ଆଲୋକିତ କରିଦେଇଛ । ତୁମେ ମୋତେ ଜୀବନରେ ସଠିକ୍ କାର୍ଯ୍ୟ କରିବାକୁ ଶିଖାଇଛ, ପରିସ୍ଥିତି କ’ଣ ଏବଂ କେତେ କଷ୍ଟ ହେଉନା କାହିଁକି । ତୁମେ ମୋତେ ଜ୍ଞାନର ଶକ୍ତି ଶିଖାଇଛ। ମୋତେ ସୁଖ ଏବଂ ତୃପ୍ତିର ମହତ୍ତ୍ୱ ଶିଖାଇଥିବାରୁ ଧନ୍ୟବାଦ । ମୁଁ ତୁମର ସମସ୍ତ ପରାମର୍ଶ ଉପରେ ଚାଲିବି ଏବଂ ତୁମକୁ କେବେ ବି ହତାଶ କରିବି ନାହିଁ ବୋଲି ପ୍ରତିଜ୍ଞା କରୁଛି। ଆଜି ଏବଂ ସର୍ବଦା ମୋ ପାଖରେ ଥିବାରୁ ଧନ୍ୟବାଦ । ମୁଁ ଜାଣେ ତୁମେ ମୋତେ ଅଧିକ ଭଲ ପାଅ । କିନ୍ତୁ ମୁଁ ତୁମକୁ ଟିକିଏ ଅଧିକ ଭଲ ପାଏ । ଜନ୍ମଦିନର ଶୁଭେଚ୍ଛା ବାବା ।''

ଏହା ମଧ୍ୟ ପଢନ୍ତୁ:୫ ବର୍ଷ ସମ୍ପର୍କରେ ଲଗାଇଲେ ମୋହର ! ପ୍ରେମ ବିବାହ କଲେ ଏଲିନା

ଇଣ୍ଡୋନେସିଆରେ ବିବାହ କରିଥିଲେ ଏଲିନା

ଚଳିତ ନଭେମ୍ୱର 17ରେ ଦୀର୍ଘ ଦିନର ବୟଫ୍ରେଣ୍ଡ ଅନୁରାଗ ପଣ୍ଡାଙ୍କ ସହ ଇଣ୍ଡୋନେସିଆର ବାଲିରେ ସିକ୍ରେଟ ବିବାହ କରିଥିଲେ ଏଲିନା । ଏଲିନା ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବା ବେଳେ ଅନେକ ଅଭିନେତାଙ୍କ ସହ ତାଙ୍କ ନାଁ ଯୋଡା ଯାଇଥିଲା । ହେଲେ ଏଲିନା ଏପରି ସିକ୍ରେଟ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଅନୁରାଗ ପଣ୍ଡାଙ୍କ ବିଷୟରେ କହିବାକୁ ଗଲେ, ସେ ଜଣେ ବ୍ୟବସାୟୀ ଏବଂ ଜଣେ ଗାୟକ ମଧ୍ୟ । ରିପୋର୍ଟ ଅନୁଯାୟୀ, 2020 ମସିହା ପର ଠାରୁ ଏଲିନା ଅନୁରାଗଙ୍କ ପ୍ରେମରେ ପଡିଥିଲେ । 5 ବର୍ଷ ଡେଟିଂ କରିବା ପରେ ଉଭୟ ବର୍ତ୍ତମାନ ନିଜ ସମ୍ପର୍କରେ ମୋହର ଲଗାଇ ବିବାହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 28, 2024, 4:34 PM IST

ABOUT THE AUTHOR

...view details