ହାଇଦ୍ରାବାଦ:ସାଉଥ ଚଳଚ୍ଚିତ୍ର ସୁପରଷ୍ଟାର ଧନୁଷ ୨୦୨୪ ମସିହାରେ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର 'କୁବେର' ପାଇଁ ଶିରୋନାମାରେ ରହିଛନ୍ତି । ଚଳିତ ବର୍ଷ ଧନୁଷ ଆକ୍ସନ୍ ଡ୍ରାମା ଫିଲ୍ମ କ୍ୟାପଟେନ ମିଲର ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ଭଲ କରିନଥିଲା । ଏବେ ଧନୁଷ 'କୁବେର' ଫିଲ୍ମ ସହ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ତେବେ ଅଭିନେତା ଏହି ଫିଲ୍ମ ସହ ଦମଦାର କମବ୍ୟାକ କରୁଥିବା ବେଳେ ଏହି ଫିଲ୍ମ ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଛନ୍ତି । ଅଭିନେତାଙ୍କ ଫିଲ୍ମର ଏକ ସିନ ସୁଟିଂ ପାଇଁ ବିନା ମାସ୍କରେ ଅଳିଆ ଗଦା ସାମ୍ନାରେ ୧୦ଘଣ୍ଟା ଧରି ସୁଟିଂ କରିଛନ୍ତି । ଅଭିନେତାଙ୍କ ଏଭଳି କାର୍ଯ୍ୟ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ନିକଟରେ 'କୁବେର'ରୁ ଧନୁଷଙ୍କ ପ୍ରଥମ ଲୁକ ରିଲିଜ ହୋଇଥିଲା । ଏଥିରୁ ଅନୁମାନ କରାଯାଉଛି ଯେ ସେ ଏହି ଫିଲ୍ମରେ ଭିକାରୀ ଭୂମିକାରେ ଅଭିନୟ କରିବେ । ଏବେ କୁହାଯାଉଛି ଯେ ଫିଲ୍ମର ଏକ ଦୃଶ୍ୟ ସୁଟିଂ କରିବା ପାଇଁ ଅଭିନେତା ମୁମ୍ବାଇର ଏକ ଅଳିଆ ଗଦା ନିକଟରେ ପ୍ରାୟ ୧୦ ଘଣ୍ଟା ଧରି ସୁଟିଂ କରିଥିଲେ । ଅଭିନେତା ବିନା ଦ୍ୱିଧାରେ ଏବଂ ବିନା ମାସ୍କ ପିନ୍ଧି ଏହି ସୁଟିଂ କରିଛନ୍ତି । ଏବେ ଅଭିନେତାଙ୍କ ଏପରି କାର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।