ହାଇଦ୍ରାବାଦ:ବର୍ତ୍ତମାନ ସାଉଥ ସିନେମାର ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଏଥିରେ ସୁପରଷ୍ଟାର ଧନୁଷ ଏବଂ ଅଭିନେତ୍ରୀ ନୟନତାରାଙ୍କ ନାମ ଅନ୍ତର୍ଭୁକ୍ତ । ନୟନତାରାଙ୍କ ବିରୋଧରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଧନୁଷ । ସୂଚନା ଅନୁସାରେ, ନିକଟରେ ନୟନତାରାଙ୍କ ଡକ୍ୟୁମେଣ୍ଟାରୀ 'ନୟନତାରା- ବିଏଣ୍ଡ ଫେରିଟେଲ' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି । ଏହି ସିରିଜରେ ଧନୁଷଙ୍କ ଫିଲ୍ମର ଭିଜୁଆଲ ବିନା ଅନୁମତିରେ ବ୍ୟବହାର କରାଯାଇଥିବାରୁ ନୟନତାରାଙ୍କ ନାଁରେ ଅଭିଯୋଗ କରିଛନ୍ତି ଧନୁଷ । ଯାହାକୁ ନେଇ ଏବେ ନୟନତାରା ଏବଂ ତାଙ୍କ ସ୍ୱାମୀ ବିଗ୍ନଶ ଶିବନଙ୍କ ନାଁରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ।
ନୟନତାରା ବିରୋଧରେ ଆଣିଲେ ଅଭିଯୋଗ
ଧନୁଷଙ୍କ ପ୍ରଡକ୍ସନ୍ ହାଉସ୍ ବୁଣ୍ଡରବାର ଫିଲ୍ମସ ପ୍ରାଇଭେଟ ଲିମିଟେଡ ନୟନତାରା ଏବଂ ବିଗ୍ନେଶଙ୍କ କମ୍ପାନୀ ରାଉଡି ପିକ୍ଚର୍ସ ପ୍ରାଇଭେଟ ଲିମିଟେଡ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛି । ଧନୁଷଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ ଚଳଚ୍ଚିତ୍ର 'ନାନୁମ୍ ରାଉଡି ଧାନ'ର ଏକ-ସେକେଣ୍ଡ୍ କ୍ଲିପ୍ ବ୍ୟବହାର କରାଯାଇଛି, ଯେଉଁଥି ପାଇଁ କପିରାଇଟ୍ ସମ୍ବନ୍ଧରେ ନୟନତାରା ଟିମକୁ ଅଭିନେତା ନେଟିସ ପଠାଇଥିଲେ । ଯେଉଁଥିରେ ନୟନତାରା ମଧ୍ୟ ପ୍ରତିଶୋଧ ନେଇ ପ୍ରତିକ୍ରିୟା ଦେଇଥିଲେ । ଏବେ ଏହି ପ୍ରସଙ୍ଗରେ ଧନୁଷ ମାଡ୍ରାସ ହାଇକୋର୍ଟରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ପୁରା ମାମଲା କ'ଣ?