ଓଡିଶା

odisha

By ETV Bharat Entertainment Team

Published : 6 hours ago

ETV Bharat / entertainment

'ଦେବରା' ରିଲିଜ; ଦେଶ-ବିଦେଶରେ ଧୁମ ମଚାଇଲା ଫିଲ୍ମ, Jr Ntr-Saifଙ୍କ ଆକ୍ସନରେ ଫିଦା ଫ୍ୟାନ୍ସ - DEVARA X REVIEW

Devara X Review: 'ଦେବରା: ପାର୍ଟ -1' ଆଜି ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଜୁନିଅର ଏନଟିଆରଙ୍କ ଫିଲ୍ମର କ୍ରେଜ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମ ଦିନର ପ୍ରଥମ ଶୋ' ଦେଖି ଫ୍ୟାନ୍ସ ଫିଦା ହୋଇଥିବା ବେଳେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି । ଫିଲ୍ମ କିପରି ହୋଇଛି ? ଜାଣନ୍ତୁ,

'ଦେବରା' ରିଲିଜ; ଦେଶ-ବିଦେଶରେ ଧୁମ ମଚାଇଲା ଫିଲ୍ମ, Jr Ntr-Saifଙ୍କ ଆକ୍ସନରେ ଫିଦା ଫ୍ୟାନ୍ସ
'ଦେବରା' ରିଲିଜ; ଦେଶ-ବିଦେଶରେ ଧୁମ ମଚାଇଲା ଫିଲ୍ମ, Jr Ntr-Saifଙ୍କ ଆକ୍ସନରେ ଫିଦା ଫ୍ୟାନ୍ସ (Film Poster)

ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା: ପାର୍ଟ -1' ଆଜି(ସେପ୍ଚେମ୍ୱର 27)ରେ ରିଲଜ କରିଛି । ପ୍ରଥମ ଦିନରେ ଥିଏଟରରେ ସୋ' ହାଉସଫୁଲ ହୋଇଥିବା ବେଳେ ଫିଲ୍ମ ଦେଖି ଏହାର ଫ୍ୟାନ୍ ହୋଇଛନ୍ତି ଦର୍ଶକ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ । ଚଳଚ୍ଚିତ୍ରର ଡ୍ୟାନ୍ସ ଏବଂ ଆକ୍ସନ୍ କୋରିଓଗ୍ରାଫି ବହୁତ ପ୍ରଶଂସା କରାଯାଉଛି । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଉଛି ।

'ଦେବରା' ରିଭ୍ୟୁ

ଫିଲ୍ମ କ୍ରିଟିକ୍ସ କୋର୍ଟନି ହାୱାର୍ଡ ଜୁନିଅର ଏନଟିଆରଙ୍କ ଫିଲ୍ମର ରିଭ୍ୟୁ ଦେଇଛନ୍ତି । ସେ ଏକ୍ସରେ (ପୂର୍ବରୁ ଟ୍ୱିଟର) ରେ ଫିଲ୍ମର ଏକ GIF ସେୟାର କରି ଲେଖିଛନ୍ତି, ଦେବରା ଏକ ବିସ୍ଫୋରଣ । ଡ୍ୟାନ୍ସ ଏବଂ ଆକ୍ସନ କୋରିଓଗ୍ରାଫି ଦମଦାର ରହିଛି । Jr NTR (ମ୍ୟାନ୍ ଅଫ୍ ଦି ମାସ୍) ଚରିତ୍ର ପରିଚୟ ଚମତ୍କାର । ସେହିପରି ଜଣେ ଫ୍ୟାନ ଲେଖିଛନ୍ତି, ଦେବରାଙ୍କ ଆକ୍ସନ୍ ସିନ ଦମଦାର । NTR ବହୁତ ଭଲ କାମ କରିଛନ୍ତି । ସିନେମାଟୋଗ୍ରାଫି ଏବଂ ବିଜିଏମ୍ ଉତ୍କୃଷ୍ଟ ଥିଲା । ସୈଫଙ୍କ ଚରିତ୍ର ମଧ୍ୟ ଭଲ ଥିଲା । ଆଉ ଜଣେ ଲେଖିଛନ୍ତି, ଦେବରାର ପ୍ରଥମାର୍ଦ୍ଧ ପ୍ଲାଟଫର୍ମ ସେଟ୍ କରିଛି, ଦ୍ୱିତୀୟାର୍ଦ୍ଧ ଫାୟାର ରହିଛି । ଅନ୍ୟ ଜଣେ ଲେଖିଛନ୍ତି ବାହୁବଳୀ ସହ ଏହା ପରବର୍ତ୍ତୀ ବଡ ଦକ୍ଷିଣ ଭାରତୀୟ ବ୍ଲକବଷ୍ଟର ହେବାକୁ ଯାଉଛି ।

ବିଦେଶରେ 'ଦେବରା' କ୍ରେଜ

ସେପଟେ ସୋସିଆଲ ମିଡିଆରେ ଫ୍ରାନ୍ସରୁ ମଧ୍ୟ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏକ ଫଟୋରେ ଜଣେ ବିଦେଶୀ ମହିଳା ଫ୍ୟାନ୍ ତାଙ୍କ ହାତରେ ଜୁନିଅର ଏନଟିଆରଙ୍କ ଫଟୋ ଧରି ପତାକା ଧରିଥିବାର ନଜର ଆସିଛନ୍ତି । ଏହି ସମୟରେ, ପୃଷ୍ଠଭୂମିରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ । ଏଥିରୁ ଅନୁମାନ କରାଯାଇପାରେ ଯେ ବିଦେଶରେ ମଧ୍ୟ ଫିଲ୍ମ ବିଷୟରେ ଅନେକ କ୍ରେଜ ରହିଛି । ଏଥିସହ ଆଉ ଏକ ଫଟୋରେ ଥିଏଟରରେ ବିଦେଶୀ ଫ୍ୟାନ୍ ମୁଭି ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା', କେକ୍ କାଟି-ବାଣ ଫୁଟାଇ ସେଲିବ୍ରେସନ କଲେ ଫ୍ୟାନ୍ସ

'ଦେବରା: ଭାଗ -1' ବହୁ ପ୍ରଶଂସା ଲାଭ କରିଛି । ଏହି ଚଳଚ୍ଚିତ୍ରଟି Jr NTRଙ୍କ ଏହି ବର୍ଷର ପ୍ରଥମ ଏକକ ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମଟି 80 କୋଟି ଟଙ୍କାର ଟିକେଟ୍ ବିକ୍ରି କରିସାରିଛି। ଆଶା କରାଯାଏ ଯେ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ସାରା ବିଶ୍ୱରେ 100 କୋଟି ଟଙ୍କା ଆୟ କରିବ । 'ଦେବରା'ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଜୁନିଅର ଏନଟିଆର, ସୈଫ ଅଲି ଖାନ ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ ଓ ସୈଫ ନଜର ଆସିଥିବା ବେଳେ ଏହି ଫିଲ୍ମ ସହ ଉଭୟ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି । ଏହା ବ୍ୟତୀତ ପ୍ରକାଶ ରାଜ, ମିକା ଶ୍ରୀକାନ୍ତ, ଜ୍ୟୋତି ଟମ ଚାକୋ ଏବଂ ଚୈତ୍ର ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details