ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ତାଙ୍କ ମାତୃତ୍ୟକୁ ଉପଭୋଗ କରୁଛନ୍ତି । ଦୀପିକା ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କ ଝିଅ ଦୁଆଙ୍କୁ ଜନ୍ମ ଦେଇଥିଲେ। ଦୀପିକା ତାଙ୍କ ଗର୍ଭଧାରଣ ସମୟରେ ମଧ୍ୟ କାମ କରୁଥିଲେ । ଆଜିକାଲି ସେ ଗଣମାଧ୍ୟମଠାରୁ କିଛି ଦୂରରେ ରହିଥିବା ବେଳେ କିନ୍ତୁ ବର୍ତ୍ତମାନ ତାଙ୍କୁ ଦିଲଜିତ ଦୋସାଞ୍ଜଙ୍କ ବାଙ୍ଗାଲୋର କନସର୍ଟରେ ଦେଖିବାକୁ ମିଳିଛି । ତେବେ ମାଆ ହେବା ପରେ ସେ ପ୍ରଥମ ଥର ପାଇଁ ଇଭେଣଅଟରେ ସାମିଲ ହୋଇ କ୍ୟାମେରା ଆଗରେ ନଜର ଆସିଛନ୍ତି । ଏହି ଇଭେଣ୍ଟର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦିଲଜିତ ଦୋସାଞ୍ଜଙ୍କ କନସର୍ଟରେ ଦୀପିକା
ଦିଲଜିତ ଦୋସାଞ୍ଜଙ୍କ କନସର୍ଟର ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ଦିଲଜିତ ତାଙ୍କ ସ୍ୱରର ଯାଦୁ ଦେଖାଇଛନ୍ତି। ଏହି ସମୟରେ ଦିଲଜିତ ଦୀପିକାଙ୍କୁ ଭିନ୍ନ ଅନ୍ଦାଜରେ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି । ଦୀପିକା ବସିଥିବା ବ୍ୟାକଷ୍ଟେଜ୍ ଏବଂ ଦିଲଜିତ୍ ତାଙ୍କ ସ୍କିନ୍ କେୟାର ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ସହ ଏହି ଭିଡିଓ ଆରମ୍ଭ ହୋଇଛି । ଦିଲଜିତ ତାଙ୍କ ହାତରେ ଏକ ପ୍ରଡକ୍ଟ ଧରି ପ୍ରଶଂସକମାନଙ୍କୁ ପଚାରନ୍ତି ଏହା କେଉଁ ବ୍ରାଣ୍ଡ ? ସମସ୍ତେ ଦୀପିକା ପାଦୁକୋନଙ୍କ ନାମ ନିଅନ୍ତି ଏବଂ ତା’ପରେ ଦିଲଜିତ କୁହନ୍ତି ଯେ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ହେଉଛି ଦୀପିକା ଦ୍ୱାରା ପ୍ରସ୍ତୁତ ପ୍ରଡକ୍ଟ । ଆଜିକାଲି ସେ ଏହି ପ୍ରଡକ୍ଚକୁ ବ୍ୟବାହର କରନ୍ତି । ଗାୟକ କହିଛନ୍ତି ଯେ ଏହାକୁ ବିଜ୍ଞାପନ ଦେବା ପାଇଁ ତାଙ୍କୁ କେହି ଦେଇ ନାହାଁନ୍ତି। ଏହି ପ୍ରଡକ୍ଟ ପ୍ରତ୍ୟେକ ମାସରେ ସେମାନଙ୍କ ନିକଟରେ ପହଞ୍ଚେ । ମଞ୍ଚ ପଛରେ ବସିଥିବା ଦୀପିକା ହସୁଥିବା ନଜର ଆସିଛନ୍ତି ।
ଦୀପିକାଙ୍କ ପ୍ରଶଂସାରେ ଦିଲଜିତ
ଏହା ପରେ ସେ ଦିଲଜିତ ଦୋସାଞ୍ଜଙ୍କ ସହ ମଞ୍ଚକୁ ଆସନ୍ତି । ଦିଲଜିତ ମଞ୍ଚରେ 'ତେରା ନି ମେଁ ଲଭର୍' ଗୀତ ଗାଇଥିଲେ। ଦୀପିକା ବାଙ୍ଗାଲୋରର ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ କନ୍ନଡ ଭାଷାରେ କିଛି ଫଂକ୍ତି କୁହନ୍ତି । ଗାୟକଙ୍କୁ ମଧ୍ୟ ଶିଖାଇଥିଲେ । ଏହା ପରେ ଦିଲଜିତ ଅଭିନେତ୍ରୀଙ୍କୁ ପ୍ରଶଂସା କରିଥିଲେ। କଠିନ ପରିଶ୍ରମ ଦ୍ୱାରା ତାଙ୍କ ନାମ ଅର୍ଜନ କରିଥିବା ଦୀପିକାଙ୍କ କାର୍ଯ୍ୟକୁ ଦିଲଜିତ୍ ପ୍ରଶଂସା କରିଥିଲେ। ସମସ୍ତେ ତାଙ୍କ ପାଇଁ ଗର୍ବିତ ହେବା ଉଚିତ୍ ବୋଲି ସେ କହିଛନ୍ତି। ଏହି ଇଭେଣ୍ଟରେ ଅଭିନେତ୍ରୀଙ୍କୁ ବ୍ଲୁ ଡେନିମ୍ ଜିନ୍ସ, ଧଳା ଟି-ସାର୍ଟର୍ରେ ଦେଖିବାକୁ ମିଳିଛି ।