ଓଡିଶା

odisha

ETV Bharat / entertainment

ରଣଭୀର ସିଂଙ୍କ ଡିପଫେକ ଭିଡିଓ ମାମଲା; ଜଣେ ୟୁଜର୍ସଙ୍କ ବିରୋଧରେ ମାମଲା ରୁଜୁ - Ranveer Singh Deepfake Video Case - RANVEER SINGH DEEPFAKE VIDEO CASE

Ranveer Singh Deepfake Video Case: ରଣଭୀର ସିଂଙ୍କ ଡିପଫେକ ଭିଡିଓ ଭାଇରାଲ ଘଟଣା । ମୁମ୍ୱାଇ ସାଇବର ପୋଲିସ ଜଣେ ଏକ୍ସ ୟୁଜର୍ସଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ମାମଲାର ତଦନ୍ତ ଜାରି ରଖିଛି ।

ରଣଭୀର ସିଂଙ୍କ ଡିପଫେକ ଭିଡିଓ ମାମଲା; ଜଣେ ୟୁଜର୍ସଙ୍କ ବିରୋଧରେ ମାମଲା ରୁଜୁ
ରଣଭୀର ସିଂଙ୍କ ଡିପଫେକ ଭିଡିଓ ମାମଲା; ଜଣେ ୟୁଜର୍ସଙ୍କ ବିରୋଧରେ ମାମଲା ରୁଜୁ

By ETV Bharat Odisha Team

Published : Apr 24, 2024, 10:44 AM IST

ହାଇଦ୍ରାବାଦ:ରଣଭୀର ସିଂଙ୍କ ଡିପଫେକ ଭିଡିଓ ଭାଇରାଲ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମହାରାଷ୍ଟ୍ର ସାଇବର ପୋଲିସ । ସୋସିଆଲ ମିଡିଆ ଏକ୍ସରେ ଅଭିନେତାଙ୍କ ଡିପଫେକ ଭିଡିଓ ଅପଲୋଡ କରିଥିବା ଅଭିଯୋଗରେ ଜଣେ ଏକ୍ସ ୟୁଜର୍ସଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଅଭିନେତାଙ୍କ ବାପା ଜଗଜିତ୍ ସିଂ ଭବନାନୀଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହୋଇଛି । ସୂଚନା ଥାଉ କି, ୟୁଜର @sujataindia1st ବିରୋଧରେ ରଣଭୀରଙ୍କ ବାପାଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ରଣଭୀର ସିଂଙ୍କ ବାପା ଜଗଜିତ ସିଂ ଭବନାନୀ ସାଇବର ପୋଲିସ ନିକଟରେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି । ସେ ପୋଲିସକୁ କହିଛନ୍ତି ଯେ ଏପ୍ରିଲ ୧୪ ରେ ତାଙ୍କ ପୁଅ ବାରାଣାସୀରେ ଏକ ଫ୍ୟାଶନ ଶୋ'ରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ସେ ଏକ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ସେ ବାରଣାସୀର ଐତିହ୍ୟ ଏବଂ ପରମ୍ପରା ବିଷୟରେ ଆଲୋଚନା କରିବା ସହ ସେଠାରେ ହୋଇଥିବା ପରିବର୍ତ୍ତନ ପାଇଁ ମୋଦୀଙ୍କ ପ୍ରଶଂସା କରିଥିଲେ । ଯାହାକୁ ଭୁଲ ପ୍ରକ୍ରିୟାରେ ସୋସିଆଲ ମିଡିଆରେ ଅପଲୋଡ କରାଯାଇଥିବା ଅଭିଯୋଗ କରିଛନ୍ତି ଜଗଜିତ ସିଂ।

ରଣଭୀରଙ୍କ ବାପା ସାଇବର ପୋଲିସକୁ ଆହୁରି କହିଛନ୍ତି, ଏପ୍ରିଲ ୧୭ରେ ରଣଭୀରଙ୍କ ଭିଡିଓକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ AI ସାହାଯ୍ୟରେ ଅଭିନେତାଙ୍କ ଡିପଫେକ ଭିଡିଓ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମୋଦିଙ୍କ ବିଷୟରେ ଆଲୋଚନା କରି ଅଭିନେତା କଂଗ୍ରେସ ସମର୍ଥନରେ କହୁଥିବା ନଜର ଆସିଛନ୍ତି । ସେ କହିଛନ୍ତି, ରଣଭୀର କେବେ ମଧ୍ୟ କେଉଁ ଦଳକୁ ସମର୍ଥନ କରିନାହିଁ ଏବଂ ତାଙ୍କର କୌଣସି ରାଜନୈତିକ ଦଳ ସହ କୌଣସି ସମ୍ପର୍କ ନାହିଁ । କହିରଖୁଛୁ କି, ଏହି ଭିଡିଓ ଭାଇରାଲ ପରେ ରଣଭୀର ସିଂ ମଧ୍ୟ ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ମାମଲା ରୁଜୁ କରିଥିଲେ ଏବଂ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଡିପଫେକ ମାମଲାରୁ ବଞ୍ଚିବାକୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:ଆମୀରଙ୍କ ପରେ ଡିପଫେକ ଜାଲରେ ରଣଭୀର ସିଂ, ଥାନାରେ ପହଞ୍ଚିଲେ ଅଭିନେତା

ତେବେ ଭବନାନୀଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସ କହିଛି, ଏହି ଭିଡିଓରେ AI ସାହାଯ୍ୟରେ ରଣଭୀରଙ୍କ କଥାକୁ ଅଦଳବଦଳ କରାଯାଇ ଏହି ଡିପଫେକ ଭିଡିଓ ପ୍ରସ୍ତୁତ କରାଯାଇଛି । ସାଇବର ପୋଲିସ ଧାରା ୪୧୭, ୪୬୮,୪୬୯, ୪୭୧ ଏବଂ ଆଇଟି ଆକ୍ଟର ଧାରା ୬୬D ଅନୁଯାୟୀ ଏକ୍ସ ୟୁଜରଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ସେହି ୟୁଜରଙ୍କୁ ପୋଲିସ ନୋଟିସ ଜାରି କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details