ହାଇଦ୍ରାବାଦ:'ଭୁଲ ଭୁଲେୟା 3' ଏବଂ 'ସିଙ୍ଘମ ଏଗେନ' ମଧ୍ୟରେ ପ୍ରତିଯୋଗିତା ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି । ଅଜୟ ଦେବଗନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 1 ନଭେମ୍ବର 2024 ରେ ମୁକ୍ତିଲାଭ କରିଥିବା ବେଳେ ଉଭୟ ଫିଲ୍ମ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । 'ଭୁଲ ଭୁଲେୟା 3' ସାରା ବିଶ୍ୱରେ 400 ମାର୍କ ପାର୍ କରିଛି । ଏଥିସହ ଭାରତରେ ମଧ୍ୟ ଏହି ଫିଲ୍ମ ବମ୍ପର କଲେକ୍ସନ କରୁଛି । ସେହିପରି 'ସିଙ୍ଘମ ଏଗେନ' ମଧ୍ୟ ନିଜ ଜଲୱା ଜାରି ରଖିଛି । ଉଭୟ ଫିଲ୍ମ 26 ଦିନରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର 300 କୋଟି କ୍ଲବରେ ସାମିଲ ହେବାକୁୁ ଯାଉଛି । ତେବେ ଅଜୟ ଦେବଗନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ କେତେ କଲେକ୍ସନ କଲାଣି ?ଜାଣନ୍ତୁ,
'ଭୁଲ ଭୁଲେୟା 3' ବକ୍ସ ଅଫିସ କଲେକ୍ସନ
ଆନିସ୍ ବାଜମିଙ୍କ ନିର୍ଦ୍ଦେଶିତ 'ଭୁଲ୍ ଭୁଲେୟା 3' ରେ 2 ବର୍ଷ ପରେ କାର୍ତ୍ତିକ ଆର୍ଯ୍ୟନଙ୍କୁ 'ରୁହ ବାବା 'ଭାବରେ ଦେଖିବାକୁ ମିଳିଛି। ଏହି ଫିଲ୍ମ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇପାରିଛି । ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ, ତ୍ରିପ୍ତୀ ଡିମ୍ରିଙ୍କ ଅଭିନୀତ ଏହି ହରର-କମେଡି ଫିଲ୍ମ ପ୍ରଥମ ସପ୍ତାହରେ 168 କୋଟିରୁ ଅଧିକ ବ୍ୟବସାୟ କରିଥିଲା । ଦ୍ୱିତୀୟ ଏବଂ ତୃତୀୟ ସପ୍ତାହରେ ଏହା ଯଥାକ୍ରମେ 66.01 କୋଟି ଏବଂ 23.98 କୋଟି ଟଙ୍କା ବ୍ୟବସାୟ କରିଛି । ତେବେ ସାକନିକଙ୍କ ଅନୁଯାୟୀ, 26ଦିନରେ ଅର୍ଥାତ୍ ଚତୁର୍ଥ ସୋମବାରରେ 'ଭୁଲ୍ ଭୁଲେୟା 3'ସର୍ବନିମ୍ନ ଆୟ କରିଛି । ଫିଲ୍ମ 1.10 କୋଟି ଟଙ୍କା ଆୟ କରିଛି । ଏହିପରି ଫିଲ୍ମର 26 ଦିନର ମୋଟ କଲେକ୍ସନ 269.05 କୋଟି ହୋଇଛି ।