ଓଡିଶା

odisha

By ETV Bharat Entertainment Team

Published : 5 hours ago

Updated : 5 hours ago

ETV Bharat / entertainment

'ମଞ୍ଜୁଲିକା' ସହ ହେବ 'ରୁହ ବାବା'ଙ୍କ ଆମ୍ନା-ସାମ୍ନା, ଆସିଲା 'ଭୁଲ ଭୁଲେୟା 3'ର ଦମଦାର ଟିଜର - Bhool Bhulaiyaa 3 Teaser

Bhool Bhulaiyaa 3 Teaser: ମଞ୍ଜୁଲିକା ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ବିଦ୍ୟା ବାଲାନ । ରୁହ ବାବାଙ୍କ ସହ ଦେଖିବାକୁ ମିଳିବ ଦମଦାର ଟକ୍କର । ବର୍ତ୍ତମାନ 'ଭୁଲ ଭୁଲେୟା 3' ବହୁ ପ୍ରତୀକ୍ଷିତ ଟିଜର ରିଲିଜ ହୋଇଥିବା ବେଳେ ଏହାକୁ ଖୁବ ପସନ୍ଦ କରିଛନ୍ତି ଲୋକେ । ଦେଖନ୍ତୁ ଟିଜର,

Bhool Bhulaiyaa 3 Teaser
'ଭୁଲ ଭୁଲେୟା 3' ଟିଜର ରିଲିଜ (Film Poster)

ହାଇଦ୍ରାବାଦ:ପୁଣି ହରର-କମେଡି ସହ ପରଦାକୁ ଫେରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ । 'ଭୁଲ ଭୁଲେୟା 3' ରୁହ ବାବା ସହ ଧମାକା କରିବାକୁ କରିବାକୁ ଥିବା ବେଳେ ପୁଣି ମଞ୍ଜୁଲିକା ସହ ଆମ୍ନା ସାମ୍ନା ହେବେ । ତେବେ ଏହି ଫିଲ୍ମ ସହ ବିଦ୍ୟା ବାଲାନ ମଞ୍ଜୁଲିକା ହୋଇ କମବ୍ୟାକ କରୁଛନ୍ତି । ଏହା ଘୋଷଣା ପରେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମର ଅପଡେଟକୁ ନେଇ ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ବିଦ୍ୟା ବାଲାନଙ୍କ ଝଲକ ଦେଖିବାକୁ ମିଳିଛି । ଆଜି ରିଲିଜ ହୋଇଛି 'ଭୁଲ ଭୁଲେୟା 3' ର ଟିଜର । ଏହି ଟିଜର ବେଶ ରୋମାଞ୍ଚକର ହୋଇଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ।

'ଭୁଲ ଭୁଲେୟା 3' ଟିଜର ଆଉଟ୍

ପୂର୍ବ ଅପେକ୍ଷା 'ଭୁଲ ଭୁଲେୟା 3' କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନ ମୁହାଁମୁହିଁ ହେବେ । ଏହି ଟିଜରରେ କ୍ରୋଧିତ ମଞ୍ଜୁଲିକା ତାଙ୍କ କୋଠରୀରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ମଞ୍ଜୁଲିକା ତାଙ୍କ ସିଂହାସନ ପାଇଁ ଲଢୁଥିବା ନଜର ଆସିଛନ୍ତି । ଏହା ଦର୍ଶାଉଛି ଯେ ଫିଲ୍ମରେ ରୁହ ବାବା ଏବଂ ମଞ୍ଜୁଲିକାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ବିପକ୍ଷରେ ନଜର ଆସିବେ ତ୍ରିପ୍ତୀ ଡିମ୍ରି । ଟିଜରରେ ଉଭୟଙ୍କ ରୋମାନ୍ସ ତଡକା ମଧ୍ୟ ଦେଖିବାକୁ ମିଳିଛି । ଟିଜର ଦମଦାର ରହିଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଫିଲ୍ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ମାଧୁରୀ ଦୀକ୍ଷିତ ବି ଆସିବେ ନଜର

ଖବର ଅନୁସାରେ, ଏହି ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ ବି ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ଏକ ସ୍ୱତନ୍ତ୍ର କ୍ୟାମୋ ରହିଥିବା ଜଣାପଡିଥିବା ବେଳେ କିନ୍ତୁ ନିର୍ମାତାମାନେ ଟିଜରରେ ତାଙ୍କ ଝଲକ ଦେଖାଇ ନାହାଁନ୍ତି । ଯାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । କହିରଖୁଛୁ କି, ବିଦ୍ୟା ବାଲାନ ପୁଣି ମଞ୍ଜୁଲିକା ଭାବେ ଫେରୁଛନ୍ତି । ପୂର୍ବରୁ ଭୁଲ ଭୁଲେୟା ପ୍ରଥମ ଭାଗରେ ମଞ୍ଜୁଲିକା ଭାବେ ବିଦ୍ୟା ଅକ୍ଷୟ କୁମାରଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଆମ୍ନା ସାମ୍ନା କରିବେ। 2007ରେ ରିଲିଜ ହୋଇତିବା ପ୍ରଥମ ଭାଗ ସୁପରହିଟ ହୋଇଥିବା ବେଳେ ତୃତୀୟ ଭାଗ ମଦ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:'ଭୁଲ ଭୁଲେୟା 3' ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ କାର୍ତ୍ତିକ-ତ୍ରିପ୍ତୀଙ୍କ ଫିଲ୍ମ

ଦୀପାବଳିରେ ରିଲିଜ ହେବ 'ଭୁଲ ଭୁଲେୟା 3'

'ଭୁଲ ଭୁଲେୟା 3' 'ଭୁଲ ଭୁଲେୟା' ପ୍ରାଞ୍ଜାଇଜର ତୃତୀୟ ଭାଗ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । ତେବେ 'ଭୁଲ ଭୁଲେୟା 3' ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବାକୁ ଯାଉଛି । ଯାହା ବକ୍ସ ଅଫିସରେ ଅଜୟ ଦେବଗାନଙ୍କ 'ସିଙ୍ଘମ ଏଗେନ' ସହ ଟକ୍କର ଦେବ । କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ:'ଭୁଲ ଭୁଲେୟା 3' ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ କାର୍ତ୍ତିକ-ତ୍ରିପ୍ତୀଙ୍କ ଫିଲ୍ମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 5 hours ago

ABOUT THE AUTHOR

...view details