ମୁମ୍ବାଇ: ଆର୍ଟିକିଲ 370 ଚଳଚ୍ଚିତ୍ର ଫେବୃଆରୀ 23ରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ୟାମି ଗୌତମ ଅଭିନୀତ ଏହି ଫିଲ୍ମ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦର କାହାଣୀ ଉପରେ ଆଧାରିତ । ଏହି ଫିଲ୍ମଟି ଦ କାଶ୍ମୀର ଫାଇଲ୍ସ ପରି ଜାମ୍ମୁ କାଶ୍ମୀରର ସମସ୍ୟା ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ମଧ୍ୟ ବହୁ ଚର୍ଚ୍ଚାରେ ରହିଥିଲା । ତେବେ ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଥିବା ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ଲୋକଙ୍କ ମନ କିଣିବା ସହିତ ବେଶ ଭଲ ବ୍ୟବସାୟ ମଧ୍ୟ କରିଛି । ତେବେ ଏହି ଫିଲ୍ମ ସିନେମା ଲଭର୍ସ ଡେରେ ରିଲିଜ ହୋଇଥିବା ବେଳେ ଏହି ଦିନ ପ୍ରତ୍ୟେକ ଫିଲ୍ମ ଟିକେଟର ମୂଲ୍ୟ 99 ଟଙ୍କା ଥିଲା।
ସେକନିଲଙ୍କ ରିପୋର୍ଟ ଅନୁଯାୟୀ, ଆର୍ଟିକିଲ 370 ଚଳଚ୍ଚିତ୍ର 5 କୋଟି ଟଙ୍କା ସହିତ ତାର ଓପନିଙ୍ଗ କରିଛି । ଯାହା ଦ କାଶ୍ମୀର ଫାଇଲ୍ସର ପ୍ରଥମ ଦିନ କଲେକ୍ସନର ରେକର୍ଡ ଭାଙ୍ଗିଛି । ଦ କାଶ୍ମୀର ଫାଇଲ୍ସ ତାର ରିଲିଜର ପ୍ରଥମ ଦିନରେ 3.55 କୋଟିର କଲେକ୍ସନ କରିଥିଲା । ତେବେ ଆର୍ଟିକିଲ 370 ମାତ୍ର 20 କୋଟି ବଜେଟରେ ତିଆରି ହୋଇଥିବା ସୂଚନା ମିଳିଛି । ଯଦି ଫିଲ୍ମ ଏହାର ବଜେଟ ଠାରୁ ଦୁଇଗୁଣା ରୋଜଗାର କରେ ତେବେ ଏହା ହିଟ୍ କ୍ୟାଟେଗୋରିରେ ସ୍ଥାନ ପାଇବ ।
ଏହା ମଧ୍ୟ ପଢ଼ନ୍ତୁ.....ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଆର୍ଟିକିଲ ୩୭୦, ଫାଷ୍ଟ ଡେ ଫାଷ୍ଟ ଶୋରେ ହାଉସଫୁଲ
ଏହି ଚଳଚିତ୍ରରେ ବିଶେଷ କରି କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଆତଙ୍କବାଦ ହେତୁ ଏଠାରେ କିପରି ବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିସହ ଏହାକୁ ରୋକିବା ପାଇଁ ଭାରତୀୟ ସେନା ଅଧିକାରୀମାନେ ଏବଂ ଗୁପ୍ତଚର ସଂସ୍ଥା ସଂଘର୍ଷ କରିଥିଲେ ତାହା ଏଥିରେ ଦର୍ଶାଯାଇଛି । ଆତଙ୍କବାଦ କାରଣରୁ କାଶ୍ମୀରରେ କିପରି ବିବାଦ ଦେଖା ଦେଇଥିଲା ଆଉ ଏଭଳି ସ୍ଥିତିକୁ ରୋକିବା ପାଇଁ ସେନା ଅଧିକାରୀ ଓ ଗୁଇନ୍ଦା ବିଭାଗ କିଭଳି ସେମାନଙ୍କର ପରାକାଷ୍ଠା ଦେଖାଇଥିଲେ ତାହା ମଧ୍ୟ ଦର୍ଶାଯାଇଛି ।
ମୁଖ୍ୟ ଭୂମିକାରେ ଗୁଇନ୍ଦା ବିଭାଗ ଅଧିକାରୀ ଭାବରେ ନଜର ଆସିଥିବା ୟାମିଙ୍କ ଦମଦାର ଅଭିନୟଙ୍କୁ ଦର୍ଶକମାନେ ବେଶ ଭଲପାଇବା ଦେଇଛନ୍ତି । ଏଥିସହ ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ପ୍ରିୟା ମଣି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଅନ୍ୟପଟେ ଶିକ୍ଷଣୀୟ ରାଷ୍ଟ୍ରବାଦୀ ସିନେମା ଲୋକକୁ ଆକର୍ଷିତ କରିଛି ।