ହାଇଦ୍ରାବାଦ: 'କେସରିଆ', 'ସତରଙ୍ଗା', 'ଏ ଦିଲ ହେ ମୁସକିଲ' ଏବଂ 'ଚନ୍ନା ମେରେୟା' ଭଳି ଅଗଣିତ ଗୀତରେ ସ୍ୱର ଦେଇଥିବା ଗାୟକ ଅରିଜିତ ସିଂ ଆଜି ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ତାଙ୍କୁ ବଲିଉଡର ଶ୍ରେଷ୍ଠ ଗାୟକ ବା ସଙ୍ଗୀତ ଦୁନିଆର ବାଦଶାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅରିଜିତଙ୍କ ଫ୍ୟାନ୍ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ରହିଛନ୍ତି । ଆଜି ଏପ୍ରିଲ ୨୫ରେ ଗାୟକ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁ୍ଅ । ଅରଜିତ ସିଂ ଆଜି ତାଙ୍କର କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ତେବେ ତାଙ୍କ ଜନ୍ମଦିନରେ ତାଙ୍କ ଜୀବନ ସହ ଜଡିତ କିଛି ରୋଚକ କଥା ବିଷୟରେ ଜାଣନ୍ତୁ,
ରିଆଲିଟି ଶୋ'ରୁ ହୋଇଥିଲେ ବିଦା
ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଜିଆଗଞ୍ଜରେ ୨୫ ଏପ୍ରିଲ ୧୯୮୭ରେ ଜନ୍ମଗ୍ରହଣ କରିଥିବା ଅରିଜିତ ସିଂ ପିଲାଦିନରୁ ସଙ୍ଗୀତକୁ ଭଲ ପାଉଥିଲେ । ସେ ଛୋଟବେଳୁ ହିଁ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ । ପରେ, ସେ ୨୦୦୫ରେ ଗୀତ ରିଆଲିଟି ଶୋ' 'ଫେମ୍ ଗୁରୁକୁଲ'ରେ ଭାଗ ନେଇଥିଲେ । ଏହି ଶୋ’ରେ ସେ ତାଙ୍କ ଗୀତ ସହ ଜଜ ମାନଙ୍କ ହୃଦୟ ଜିତିଥିଲେ, କିନ୍ତୁ ସେ ଲୋକଙ୍କଠାରୁ କମ୍ ଭୋଟ୍ ପାଇଥିଲେ । ଫଳରେ ତାଙ୍କୁ ଶୋ'ରୁ ବିଦା ବାହାରିବାକୁ ପଡିଥିଲା ।
ସଞ୍ଜୟ ଲୀଲା ବଂଶାଲୀଙ୍କ ଠାରୁ ଅଫର ପାଇଥିଲେ
ଯଦିଓ ଅରିଜିତ ସିଂ ସେହି ରିଆଲିଟି ଶୋ'ର ବିଜେତା ହୋଇପାରିନଥିଲେ, ସେତେବେଳେ ତାଙ୍କୁ ବଲିଉଡର ସବୁଠାରୁ ବଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀଙ୍କ ଦ୍ୱାରା ଏକ ଗୀତ ପ୍ରଦାନ କରାଯାଇଥିଲା । ବଂଶାଲୀ ଅରିଜିତ ସିଂଙ୍କୁ ଫିଲ୍ମ 'ସାୱାରିଆ'ରୁ' ୟୁ ଶବନମୀ 'ଗୀତ ଗାଇବାକୁ କହିଥିଲେ, କିନ୍ତୁ ପରେ ସ୍କ୍ରିପ୍ଟ ବଦଳିଯିବା ପରେ ତାଙ୍କ ସଂସ୍କରଣ ହଟାଇଦିଆଯାଇଥିଲା ।