ହାଇଦ୍ରାବାଦ: ସରିଲା2024 । ନୂଆବର୍ଷ 2025କୁ ସାରା ଦେଶରେ ଜୋରଦାର ସେଲିବ୍ରେସନ ସହ ସ୍ୱାଗତ କରିଛନ୍ତି ଲୋକେ । ତେବେ 2024 ଅନେକଙ୍କ ପାଇଁ ଭଲ ଏବଂ ଖରାପର ଛାପ ଛାଡି ଯାଇଥିବା ବେଳେ ଏହି ବର୍ଷକୁ ବିଦାୟ ଦେଇଛନ୍ତି ସାଧାରଣ ଲୋକଙ୍କ ଠାରୁ ଫିଲ୍ମ ସେଲିବ୍ରିଟି ଏବଂ ସ୍ୱାଗତ କରିଛନ୍ତି ନୂଆବର୍ଷ 2025କୁ । ଅର୍ଚ୍ଚିତା ସାହୁ-ସବ୍ୟସାଚୀଙ୍କ ଠାରୁ ବାବୁସାନ ମହାନ୍ତି, ଏଲିନା ସାମନ୍ତରାୟ ଯାଏଁ ଅନେକ ଓଡ଼ିଆ ସେଲିବ୍ରିଟି ବର୍ଷକୁ ଖାସ୍ ଢଙ୍ଗରେ ବିଦାୟ ଜଣାଇ ନୂଆ ବର୍ଷକୁ ସେଲିବ୍ରେଟ କରିଛନ୍ତି । ସୋସିଆଲ ମିଡିଆରେ ସେୟାର କରିଛନ୍ତି ଖାସ୍ ପୋଷ୍ଟ ।
ନୂଆ ବର୍ଷକୁ ସ୍ୱାଗତ କଲେ ଅର୍ଚ୍ଚିତା ସାହୁ-ସବ୍ୟସାଚୀ ମିଶ୍ର
ଓଲିଉଡ଼ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ବର୍ଷକର ସ୍ମୃତି ମନେପକାଇ ନିଜର ଖାସ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଭିନ୍ନ ଭିନ୍ନ ଅନ୍ଦଜାରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''2024ର ଫଟୋ ଯାହା ମୋର ସ୍ମୃତିରେ ସବୁଦିନ ପାଇଁ ରହବି । 2024 ପାଇଁ କୃତଜ୍ଞ । ସେପଟେ ସବ୍ୟସାଚୀ ମିଶ୍ର ନୂଆ ବର୍ଷ ଆରମ୍ଭରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ସେ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ମହାବାହୁଙ୍କ ଦର୍ଶନ ସମୟର ଫଟୋ ସେୟାର କରି ଲେଖିଛନ୍ତି, ''ଧନ୍ୟବାଦ ଦେବାକୁ ଯାଇଥିଲି ମୋ ସାଆନ୍ତଙ୍କୁ । 2024 ର ସଫଳତା ବିଫଳତା ସୁଖ ଦୁଃଖ, 2025 ପାଇଁ ଆମ ସମସ୍ତଙ୍କୁକୁ ଆଉ ଟିକେ ଅଧିକା ଶକ୍ତ କରୁ ସେଇ ପ୍ରାର୍ଥନା କରି ଆସିଲି । ଜୟ ଜଗନ୍ନାଥ ।''
2024କୁ ଏମିତି ବିଦାୟ ଦେଲେ ରିୟା ଦେ
ସେହିପରି ଅଭିନେତ୍ରୀ ରିୟା ଦେ ମଧ୍ୟ ଖାସ୍ ଅନ୍ଦାଜରେ 2024କୁ ବିଦାୟ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ପରିବାର ଠାରୁ ଆରମ୍ଭ କରି 2024ରେ କାଟିଥିବା ନିଜର କିଛି ଖାସ୍ ମୁହୁର୍ତ୍ତର ଝଲକ ଦେଖାଇଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ''2024, ତୁମେ ଆଜୀବନ ସ୍ମରଣୀୟ ହେବାକୁ ଏକ ବର୍ଷ ହୋଇଛ । ଉତ୍କଣ୍ଠାର ପରିପୂର୍ଣ୍ଣ ତଥାପି ଆଶ୍ଚର୍ଯ୍ୟଜନକ । ହୃଦୟରେ କୃତଜ୍ଞତା ଜଣାଉଛି । ଜୟ ଜଗନ୍ନାଥ । ଶେଷ ଭଳ ତ ସବୁ ଭଲ ।''
ନୂଆବର୍ଷରେ ଏହା ପ୍ରତିଜ୍ଞା ନେଲେ ସୂର୍ଯ୍ୟମୟୀ