ହାଇଦ୍ରାବାଦ:ବିବାଦୀୟ ରିଆଲିଟି ଶୋ' 'ବିଗ ବସ ଓଟିଟି ୩' ଖୁବଶୀଘ୍ର ବିଦାୟ ଦେବାକୁ ଯାଉଛି । ଶୋ’ର ଗ୍ରାଣ୍ଡ ଫାଇନାଲ ହେବାକୁ ଯାଉଛି । ଏବେ ଶିବାନୀ କୁମାରୀ ଏବଂ ବିଶାଲ ପାଣ୍ଡେଙ୍କୁ ଏହି ଶୋ’ରୁ ଘରୁ ବିଦା ହୋଇଛନ୍ତି । ବର୍ତ୍ତମାନ ଟପ୍ ୭ ପ୍ରତିଯୋଗୀ ରହିଥିବାବେଳେ ଏମାନଙ୍କ ମଧ୍ୟରୁ ଖୁବଶୀଘ୍ର ଶୋ'କୁ ମିଳିବ ତାର ବିଜେତା । ତେବେ କିଏ ଏଥର ଶୋ’ର ବିଜେତା ହେବ ଏବଂ ଟ୍ରଫି ହାତେଇବ ସେନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି ।
ବିଶାଲ ପାଣ୍ଡେ ଓ ଶିବାନୀ କୁମାରୀ ଘରୁ ବିଦା
'ବିଗ୍ ବସ୍'ର ଖବର ଅନୁଯାୟୀ ଶିବାନୀ ଏବଂ ବିଶାଲଙ୍କୁ ଶୋ'ରୁ ବାହାର କରି ଦିଆଯାଇଛି । ଗତ ସପ୍ତାହରେ, ଶିବାନୀ ଏକ ଟାସ୍କ ଜିତିଥିଲେ, ଯାହା ଅନେକଙ୍କୁ ବିଶ୍ୱାସ ଥିଲା ଯେ କେବଳ ବିଶାଲ ପାଣ୍ଡେ ଏହି ଶୋ’ରୁ ବିଦା ହେବେ । ହେଲେ ବର୍ତ୍ତମାନ ଶିବାନୀଙ୍କ ପରେ ବିଶାଲ ପାଣ୍ଡେଙ୍କୁ ବିଳମ୍ବିତ ରାତିରେ ଘରୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି । ତେବେ ଏହାକୁ କିଛି ଫ୍ୟାନ୍ସ ଗ୍ରହଣ କରିପାରିନାହାନ୍ତି । ଅନେକ ଫ୍ୟାନ୍ସ ଉଭୟ ବିଶାଲ ଏବଂ ଶିବାନୀ ଟପ୍ ୫ରେ ସ୍ଥାନ ପାଇବାକୁ ଯୋଗ୍ୟ କହିବା ସହ ଅରମାନ ଏବଂ କ୍ରିତିକାଙ୍କୁ ହଟାଇ ଦିଆଯିବା ଉଚିତ୍ ବୋଲି କହିଛନ୍ତି ।
କେବେ ଆରମ୍ଭ ହୋଇଥିଲା 'ବିଗ ବସ ଓଟିଟି ୩'
'ବିଗ ବସ ଓଟିଟି ୩' ଜିଓ ସିନେମାରେ ଜୁନ ୨୧ରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ସଲମାନ ଖାନ ନୁହଁ ବରଂ ପ୍ରଥମ ଥର ପାଇଁ ଅନୀଲ କପୁର ଏହି ଶୋ' ହୋଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ଶୋ' ତାର ୫ ସପ୍ତାହ ପୁରା କରିବାକୁ ଯାଉଛି । ଏଥର ଶୋ'ରେ ୧୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥର 'ବିଗ୍ ବସ୍ OTT 3' ବିଶାଲ ପାଣ୍ଡେ, ସନା ମାକବୁଲ, ରଣଭୀର ଶୋରେ, ନେଜି, ସାଇ କେତନ ରାଓ, ଦୀପକ ଚୌରାସିଆ, ଅରମାନ ମଲିକ, ଚନ୍ଦ୍ରିକା ଦୀକ୍ଷିତ, ଲଭକେଶ କଟାରିଆ, ପୌଲୋମି ଦାସ, ପାୟଲ ମଲିକ, ମୁନିଶା ଖତୱାନି, କ୍ରିତିକା କୁମାରୀ ମଲିକ, ନୀରଜ ଗୋୟତ, ସନା ସୁଲତାନ ଖାନ ପ୍ରତିଯୋଗୀ ଭାବରେ ଘରେ ପ୍ରବେଶ କରିଥିଲେ ।
ଶୋ'କୁ ମିଳିଛି ଟପ୍ ୭ ପ୍ରତିଯୋଗୀ