ହାଇଦ୍ରାବାଦ:ଅଭିନେତ୍ରୀ ଅନନ୍ୟା ପାଣ୍ଡେ 30 ଅକ୍ଟୋବରରେ ତାଙ୍କ 26ତମ ଜନ୍ମଦିନ ପାଳନ କରୁଛନ୍ତି । ଏପରି ସମୟରେ ତାଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ଅନନ୍ୟାଙ୍କ ପିତା ଏବଂ ମାତା ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ଏବଂ ଅନନ୍ୟାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ତାଙ୍କ ରୁମର ବୟଫ୍ରେଣ୍ଡ ଅନନ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ କହିଛନ୍ତି ମୁଁ ତୁମକୁ ଭଲ ପାଏ । ଯାହାକୁ ନେଇ ଉଭୟ ନିଜ ପ୍ରେମ ସମ୍ପର୍କ ନିଶ୍ଚିତ କରିଥିବା ଜଣାପଡିଛି ।
ଅନନ୍ୟା ସହ ଡେଟିଂ କନଫର୍ମ କଲେ ୱାକର !
ବର୍ତ୍ତମାନ ଅନନ୍ୟା ପାଣ୍ଡେଙ୍କ ନାମ ତାଙ୍କ ବିଦେଶୀ ରୁମର ବୟଫ୍ରେଣ୍ଡ ୱାକର ବ୍ଲାନକୋ ସହ ଯୋଡା ଯାଉଛି । ୱାଲକର ଗତକାଲି ରାତିରେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନର ଶୁଭେଚ୍ଛା ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ସୁନ୍ଦରୀ, ତୁମେ ବହୁତ ସ୍ୱତନ୍ତ୍ର, ଆନି..ମୁଁ ତୁମକୁ ଭଲ ପାଏ ।' ୱାକର ଏହି ପୋଷ୍ଟରେ ସ୍ମାଇଲ ଏବଂ ଲାଲ ହାର୍ଟ ଇମୋଜି ସେୟାର କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟରେ ଅନନ୍ୟା ପାଣ୍ଡେଙ୍କ ଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ୱାକରଙ୍କ ଏହି ପୋଷ୍ଟ ପରେ ଅନନ୍ୟାଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଛି ଏବଂ ପ୍ରଶଂସକମାନେ କହିଛନ୍ତି ଯେ ସେ ଏହି ସମ୍ପର୍କକୁ ଇନଷ୍ଟା ଅଫିସିଆଲ୍ କରିଛନ୍ତି ।
ୱାକର ପୂର୍ବରୁ ଆଦିତ୍ୟଙ୍କୁ ଡେଟ୍ କରୁଥିଲେ ଅନନ୍ୟା