ହାଇଦ୍ରାବାଦ:ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି, ଶନିବାର ସକାଳ ପ୍ରାୟ 7.15 ସମୟରେ ହାଇଦ୍ରାବାଦର ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରୁ ଅଲ୍ଲୁ ଅର୍ଜୁନଙ୍କୁ ମୁକ୍ତ କରାଯାଇଥିଲା । ଶୁକ୍ରବାର ଦିନ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁଦ୍ଧା ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷ ଜାମିନ କପି ପାଇ ନ ଥିବାରୁ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡିଥିଲା ।
ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ
ଜାମିନ ପରେ ବି ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ । ଜେଲରୁ ମୁକୁଳିବା ଖବର ଶୁଣି ଜେଲ ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ଘରକୁ ଫେରିଛନ୍ତି । ତାଙ୍କ ଶ୍ୱଶୁର ଚନ୍ଦ୍ରଶେଖର ରେଡ୍ଡୀ ଏବଂ ପିତା ଅଲ୍ଲୁ ଅରବିନ୍ଦ ଅଭିନେତାଙ୍କୁ ନେବା ପାଇଁ ଜେଲ ବାହାରେ ପହଞ୍ଚିଥିଲେ । କଡା ସୁରକ୍ଷା ମଧ୍ୟରେ ଏଠାରୁ ସେମାନେ ନିଜ ଘରକୁ ଚାଲିଗଲେ । ତାଙ୍କ କାର ରାସ୍ତାରେ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରାଜନୈତିକ ମାହୋଲ ସରଗରମ
ସେପଟେ ଏହି ହାଇପ୍ରୋଫାଇଲ୍ ଗିରଫ ମଧ୍ୟ ଏକ ରାଜନୈତିକ ମାହୋଲ ସରଗରମ ହୋଇଛି । ତେଲେଙ୍ଗାନାରେ ବିଜେପି ଏବଂ ବିଆରଏସ ଶାସକ କଂଗ୍ରେସ ଉପରେ ତାରକାଙ୍କ ସହ କରାଯାଇଥିବା ବ୍ଚିୟବହାର ଉପରେ ପ୍ରଶ୍ନ ଉଠାଇଛି । ଏଥିସହ TPCC ସଭାପତି ମହେଶ କୁମାର ଗୌର ଜବାବରେ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ଏହା ଏହାର କାର୍ଯ୍ୟ କରିବ । ଏହି ସମୟରେ, ନୂଆଦିଲ୍ଲୀର ଏକ ଇଭେଣ୍ଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । ସେ ଆହୁରି ମଧ୍ୟ କହିଛନ୍ତି, "ମୃତ୍ୟୁବରଣ କରିଥିବା ମହିଳାଙ୍କ ବିଷୟରେ କିମ୍ବା କୋମାରେ ଥିବା ତାଙ୍କ ପୁଅ ବିଷୟରେ କେହି କହୁ ନାହାଁନ୍ତି । କୋମାରୁ ଉଠିବା ପରେ ସେ ତା ମାଆଙ୍କୁ ପାଇବ ନାହିଁ ।"
ଏହି ଘଟଣାରେ ଗିରଫ ହୋଇଥିଲେ ଅଲ୍ଲୁ ଅର୍ଜୁନ