ହାଇଦ୍ରାବାଦ:ନିକଟରେମେ ୨୦ରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ରରେ ମତଦାନ ହୋଇଥିଲା । ଏହି ଭୋଟିଂରେ ବଲିଉଡର ସେଲିବ୍ରିଟିମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଅକ୍ଷୟ କୁମାରଙ୍କ ଠାରୁ ଶାହାରୁଖ ଖାନ, ସଲମାନ ଖାନ ପର୍ଯ୍ୟନ୍ତ ସମସ୍ତ ତାରକା ମତଦାନ କରିଥିଲେ । ହେଲେ ଏହି ସମୟରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିନଥିଲା । ଯାହା ପରେ ତାଙ୍କ ନାଗରିକତ୍ୱକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରି ନେଟିଜେନ୍ସଙ୍କୁ ଉତ୍ତର ଦେଇଛନ୍ତି । ଯାହା ଖୁବ ଭାଇରାଲ ହେଉଛି ।
ଆଲିଆଙ୍କ ପୋଷ୍ଟ
ଆଲିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଅଛି, 'କୌଣସି ପରିମାଣର ତର୍କ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସେହି ପ୍ରେମ ଏପରି ଏକ ଶଦ୍ଦ, ଯାହା ଆଗରେ କିଛି ବି ବିଜୟ କରିପାରିବ ନାହିଁ ।' ଏହା ସହିତ ସେ ଦ ଗୁଡ୍ ୱାର୍ଡ ହ୍ୟାସଟ୍ୟାଗ୍ ମଧ୍ୟ ଲେଖିଛନ୍ତି । ତାଙ୍କର ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଅଭିନେତ୍ରୀଙ୍କ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ପୋଷ୍ଟଟି ତାଙ୍କ ନାଗରିକତ୍ୱ ବିଷୟରେ କି ନୁହେଁ । କିନ୍ତୁ ଏହା ନିଶ୍ଚିତ ଭାବେ କଳ୍ପନା ଜଳ୍ପନାର କାରଣ ହୋଇଛି ।
ସୋନି ରଜଦାନ କହିଥିଲେ ଏହା
ଏହା ପୂର୍ବରୁ ଆଲିଆଙ୍କ ନାଗରିକତାକୁ ନେଇ ମାଆ ସୋନି ରଜଦାନ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ସୋନି ରଜଦାନ ଏକ ପୋଷ୍ଟ ଅପଲୋଡ୍ କରି କହିଥିଲେ ଯେ ସେ ବ୍ରିଟେନରେ ଜନ୍ମ ହୋଇଥିଲେ ମଧ୍ୟ ସେ ଜୀବନର ଅଧିକାଂଶ ସମୟ ଭାରତରେ ଅତିବାହିତ କରିଛନ୍ତି ।