ଓଡିଶା

odisha

By ETV Bharat Odisha Team

Published : Mar 10, 2024, 2:22 PM IST

ETV Bharat / entertainment

ଆଡଲ୍ଟ ଷ୍ଟାର ସୋଫିଆ ଲିଓନିଙ୍କ ପରଲୋକ, ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

Sophia Leone Passes Away: ଆଡଲ୍ଟ ଷ୍ଟାର ସୋଫିଆ ଲିଓନିଙ୍କ ଦେହାନ୍ତ ହୋଇଛି । ସୋଫିଆ ୨୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ଅଧିକ ପଢନ୍ତୁ

ଆଡଲ୍ଟ ଷ୍ଟାର ସୋଫିଆ ଲିଓନିଙ୍କ ପରଲୋକ, ଆର୍ପାର୍ଟମେଣ୍ଟରୁ ମିଳିଲା ମୃତଦେହ
ଆଡଲ୍ଟ ଷ୍ଟାର ସୋଫିଆ ଲିଓନିଙ୍କ ପରଲୋକ, ଆର୍ପାର୍ଟମେଣ୍ଟରୁ ମିଳିଲା ମୃତଦେହ

ହାଇଦ୍ରାବାଦ: ପରଲୋକରେ ଆଡଲ୍ଟ ଷ୍ଟାର ସୋଫିଆ ଲିଓନି । ମାତ୍ର ୨୬ ବର୍ଷ ବୟସରେ ସୋଫିଆ ଦୁନିଆକୁ ଅଲବିଦା କହିଛନ୍ତି । ସୋଫିଆଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୋଫିଆଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ଆଡଲ୍ଟ ଷ୍ଟାରଙ୍କ ମୃତ୍ୟୁ ନେଇ ତାଙ୍କ ସାବତ ବାପା ମାଇକ ରୋମେରା ସୂଚନା ଦେଇଛନ୍ତି ।

ସୋଫିଆ ଲିଓନିଙ୍କ ସାବତ ବାପା ମାଇକ ରୋମେରୋ GoFoundMeରେ ଏକ ବିବୃତ୍ତି ଜାରି କରିଛନ୍ତି । ଏହି ବିବୃତ୍ତିରେ ସେ ସୋଫିଆଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ସୋଫିଆଙ୍କ ବାପା କହିଛନ୍ତି ଯେ, ତାଙ୍କ ବିୟୋଗରେ ପୁରା ପରିବାର ଚକିତ ହୋଇଯାଇଛନ୍ତି । ବିବୃତ୍ତିରେ ସେ କହିଛନ୍ତି, ''ମାର୍ଚ୍ଚ ୧ରେ ସୋଫିଆ ତାଙ୍କ ବାସଭବନରେ ଚେତାଶୂନ୍ୟ ହୋଇପଡିଥିଲେ । କିନ୍ତୁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଏହାର ତଦନ୍ତ କରୁଛି ।''

ଏଥିରେ ଆହୁରି ଲେଖାଅଛି, ''ସୋଫିଆ ବୁଲିବାକୁ ବହୁତ ପସନ୍ଦ କରୁଥିଲେ । ସେ ସବୁବେଳେ ନିଜ ଆଖପାଖରେ ସମସ୍ତଙ୍କୁ ଖୁସି ରଖିବା ପାଇଁ ଉପାୟ ଖୋଜୁଥିଲେ । ସେ ବହୁତ ଖୁସି ଥିଲେ । ଆମେ ଆଜି ତାଙ୍କ ମୃତ୍ୟୁ ଖବର ସେୟାର କରି ଦୁଃଖିତ ।'' ସୂଚନା ଥାଉ କି, ସୋଫିଆ ଲିଓନିଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଳ୍ପ ବୟସରେ କାହିଁକି ଆଡଲ୍ଟ ଷ୍ଟାର ମୃତ୍ୟୁ ହେଉଛି ସେନେଇ ଅନେକ ପ୍ରଶ୍ନ ଉଠିଛି । କହିରଖୁଛୁ କି, ଗତ ତିନି ମାସ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା ।

ଏହା ମଧ୍ୟ ପଢନ୍ତୁ:ଲକଡାଉନ ସଜାଇଲା ଆଡଲ୍ଟ ଷ୍ଟାର

ସୂଚନା ଥାଉକି, ସୋଫିଆଙ୍କ ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଆଡଲ୍ଟ ଷ୍ଟାର ଥେନା ଫିଲ୍ଡସଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଏହି ଷ୍ଟାରଙ୍କ ମୃତଦେହ ମଧ୍ୟ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା । ଏହା ପରେ ୩୬ ବର୍ଷିୟା କାଗଲି ଲିନ୍ କାର୍ଟର ମଧ୍ୟ ନିଜ ବାସଭବନରେ ଜୀବନ ହାରିଥିଲେ । ଏହି ବର୍ଷ ଫେବୃଆରୀ ୨୦ରେ ଏହି ଷ୍ଟାର ଜଣକ ଦୁନିଆକୁ ଅଲବିଦା କହିଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଲଗାତାର ୩ ମାସ ମଧ୍ୟରେ ଏମିତି ଆଡଲ୍ଟ ଷ୍ଟାରଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ABOUT THE AUTHOR

...view details