ETV Bharat / sports

ଟି20କୁ ଫେରିବେ ଭାରତର ଏହି ଦୁଇ ବିସ୍ଫରକ ବ୍ୟାଟର ! ଜାଣନ୍ତୁ କେବେ, - IND vs BAN T20

author img

By ETV Bharat Sports Team

Published : 2 hours ago

India vs Bangladesh T20 Series : ଭାରତୀୟ କ୍ରିକେଟ୍ ଦଳ 6 ଅକ୍ଟୋବରରୁ ବାଂଲାଦେଶ ବିପକ୍ଷରେ ଟି20 ସିରିଜ୍ ଖେଳିବାକୁ ଯାଉଛି । ଏହି ସିରିଜ୍ ପାଇଁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ । ଦୁଇ ଷ୍ଟାର ବ୍ୟାଟର ପୁଣି ଭାରତ ପାଇଁ ମୈଦାନକୁ ଓହ୍ଲାଇପାରନ୍ତି । ଅଧିକ ପଢ଼ନ୍ତୁ

India vs Bangladesh T20 Series
India vs Bangladesh T20 Series (ETV Bharat)

ହାଇଦ୍ରାବାଦ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରିଛି । କାନପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର । ତେବେ ଏହି ଟେଷ୍ଟ ସିରିଜ ପରେ ବାଂଲାଦେଶ ବିପକ୍ଷରେ 6 ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଟି20 ସିରିଜ୍ । ତେବେ ଏହିକ୍ରମରେ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମନ ଖୁସି କରିଦେବ । ବାଂଲାଦେଶ ବିପକ୍ଷ ଟି20 ସିରିଜରେ ଦୁଇ ଷ୍ଟାର ବ୍ୟାଟର ପୁଣିଥରେ ଟି20କୁ ଫେରିପାରନ୍ତି ।

ଟି20 ସିରିଜରୁ ବିଶ୍ରାମ ନେବେ ପନ୍ତ ! :-

ଯଦି ଖବର ସରୋବରାହ ସଂସ୍ଥା ପିଟିଆଇର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ବାଂଲାଦେଶ ବିପକ୍ଷ ଟି20 ସିରିଜରୁ ଋଷଭ ପନ୍ତଙ୍କୁ ଦଳରୁ ବାଦ ଦିଆଯାଇପାରେ । ୱାର୍କ-ଲୋଡ୍ ମ୍ୟାନେଜମେଣ୍ଟ କାରଣରୁ ପନ୍ତଙ୍କୁ 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜରୁ ବିଶ୍ରାମ ଦିଆଯାଇପାରେ । ଏଭଳି ପରିସ୍ଥିତିରେ ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମ୍‌ସନ ଟିମ୍ ଇଣ୍ଡିଆକୁ ଫେରିବାର ସମ୍ଭାବନା ରହିଛି । ଏହା ସହିତ ଇଶାନ କିଷାନ ଦ୍ବିତୀୟ ୱିକେଟ୍ କିପର ବ୍ୟାଟର ଭାବରେ ମଧ୍ୟ ଦଳକୁ ଫେରିପାରନ୍ତି । ସେ ଦଳ ପାଇଁ ଟି20ରେ ଓପନିଂ ମଧ୍ୟ କରୁଥିବା ଦେଖିବାକୁ ମିଳିପାରେ ।

ସଞ୍ଜୁ ଓ ଇଶାନଙ୍କୁ ମିଳିପାରେ ସୁଯୋଗ :-

ତେବେ ଟି20 ଦଳର ଉପ-ଅଧିନାୟକ ଶୁବମନ ଗିଲ ଏବଂ ଯଶସ୍ବୀ ଜୟସ୍ବାଲ ଏବେ ଟି20 ଫର୍ମାଟରେ ଭାରତ ପାଇଁ ପାଳି ଆରମ୍ଭ କରୁଛନ୍ତି । ଉଭୟ ଦଳ ପାଇଁ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି । ବର୍ତ୍ତମାନ ଯଦି ଇଶାନ କିଷାନ ଏବଂ ସଞ୍ଜୁ ସାମସନଙ୍କୁ ଦଳକୁ ଫେରୁଛନ୍ତି, ତେବେ ଦଳର ମିଶ୍ରଣ କିପରି ଘଟିବ, ତାହା ଦେଖିବାକୁ ହେବ । ଏଭଳି ପରିସ୍ଥିତିରେ ଧ୍ରୁବ ଜୁରେଲଙ୍କୁ ଟି20 ସିରିଜ ପାଇଁ ଦଳରେ ସ୍ଥାନ ମିଳିନପାରେ । ପନ୍ତ ଏବଂ ଧ୍ରୁବଙ୍କ ସ୍ଥାନରେ ସଞ୍ଜୁ ଏବଂ ଇଶାନ ଦଳକୁ ଆସିପାରନ୍ତି ।

ବାଂଲାଦେଶ ବିପକ୍ଷ ଟି20 ସିରିଜ୍‌ ପାଇଁ ଭାରତୀୟ ଦଳରେ ରିଙ୍କୁ ସିଂହ, ଅଭିଷେକ ଶର୍ମା, ରବି ବିଷ୍ଣୋଇ ଓ ଅର୍ଶଦୀପ ସିଂହଙ୍କ ଭଳି ଷ୍ଟାର କ୍ରିକେଟର ଦଳକୁ ଫେରିପାରନ୍ତି । ଏହି ସମସ୍ତ ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟି20 ଖେଳୁଥିବା ଦେଖିବାକୁ ମିଳିପାରେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.