ଗାନ୍ଧୀନଗର:ଗୁଜରାଟରେ ଆୟୋଜିତ ହୋଇଛି '୬୯ ତମ ଫିଲ୍ମ ଫେୟାର ଆୱାର୍ଡ' । ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ଚାଲିଛି ଏହି କାର୍ଯ୍ୟକ୍ରମ । ଯାହାକି ୨୭ ଓ୨୮ ଦୁଇ ଦିନ ଧରି ଚାଲିବ । ଏହା ପୂର୍ବରୁ ଏୟାରପୋର୍ଟରେ ସ୍ପଟ୍ ହୋଇଛନ୍ତି ବହୁ ବଲିଉଡ କଳାକାର । ଫିଲ୍ମ ମେକର କରଣ ଜୋହରଙ୍କୁ ବେଷ୍ଟ ଫିଲ୍ମ ମେକର ଆୱାର୍ଡରେ ସମ୍ମାନିତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । 'ଫିଲ୍ମ ଫେୟାର ଆୱାର୍ଡ'କୁ ନେଇ ଉତ୍ସବମୁଖର ରହିଛି ଗୁଜରାଟ ।
ଏନେଇ ଚଳିତ ମାସ ଆରମ୍ଭରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ କରଣ ଜୋହରଙ୍କ ସମେତ ବରୁଣ ଧାୱନ ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିଥିଲା । ସେହିପରି ଗତକାଲି ଏୟାରପୋର୍ଟରେ କରଣ ଜୋହର, ଆୟୁଷ୍ମାନ ଖୁରାନା ଓ ରଣବୀର କପୁରଙ୍କ ସମେତ ବହୁ ଚର୍ଚ୍ଚିତ ଚେହେରାଙ୍କୁ ଦେଖିବାକୁ ମିଳିଛି । ତେବେ ରଣବୀର କପୁରଙ୍କୁ 'ଆନିମଲ' ଚଳଚ୍ଚିତ୍ର ପାଇଁ ବେଷ୍ଟ ଆକ୍ଟର କ୍ୟାଟାଗୋରୀରେ ଚୟନ କରାଯାଇଛି । ସେହିପରି ଫିଲ୍ମ 'ଡଙ୍କି' ଓ 'ଯବାନ' ପାଇଁ ଶାହରୁଖ ଖାନ, 'ରକି ୱୋର ରାନି କି ପ୍ରେମ କାହାନୀ' ପାଇଁ ରଣବୀର ସିଂହ, 'ଗଦ୍ଦର-୨' ପାଇଁ ଶନି ଦେୱଲ ଏବଂ 'ଶାମ ବାହାଦୂର' ପାଇଁ ବିକି କୌଶଲ ମଧ୍ୟ ନୋମିନେଟ୍ ହୋଇଛନ୍ତି ।
ସେହିପରି ଚଳିତ ବର୍ଷର ପପୁଲାର ଆୱାର୍ଡ ପାଇଁ ନୋମିନେସନ ହୋଇଛନ୍ତି ସନ୍ଦୀପ ରେଡ୍ଡୀ ଭାଙ୍ଗା । ପପୁଲାର ଆୱାର୍ଡ ଭଳି କ୍ରିଟିକ୍ସ ଚଏସ ସମେତ ୧୯ଟି କ୍ଷେତ୍ରରେ ନୋମିନେସନ ହୋଇଛି । 'ଆନିମଲ' ପାଇଁ ସନ୍ଦୀପଙ୍କୁ ନୋମିନେସନ କରାଯାଇଥିବା ଜଣାପଡ଼ିଛି । ନିକଟରେ ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସିଥିବା ଫିଲ୍ମ '୧୨th Fail' ମଧ୍ୟ ନୋମିନେସନରେ ସାମିଲ ରହିଛି । ୬୯ ତମ ଫିଲ୍ମ ଫେୟାର ଆୱାର୍ଡସ ପାଇଁ ଗୁଜୁରାଟରେ ବଡ଼ ଧରଣର ଆୟୋଜନ କରାଯାଇଛି । ଏଥିରେ ଫ୍ୟାଶନ ଶୋ'ରୁ ଆରମ୍ଭ କରି ମ୍ୟୁଜିକ କନସର୍ଟ କରାଯିବ । ରେଡ୍ କାର୍ପେଟରେ ପ୍ରଦର୍ଶନ କରିବେ ନାମୀ କଳାକାର । ଯାହାକୁ ନେଇ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।