ନୂଆଦିଲ୍ଲୀ: ଅନେକ ଥର ଏଭଳି ଖବର ସାମ୍ନାକୁ ଆସିଛି ଯେ, ଗାଡ଼ି ଘରେ ଥିବ, ମାତ୍ର ସଡ଼କ ନିୟମ ନ ମାନିଥିବାରୁ ଗାଡ଼ି ନାଁରେ ଚାଲାଣ କଟିଥିବ । ବେଳେବେଳେ ଏମିତି ବି ହୁଏ, ଆପଣ ସଡ଼କ ନିୟମ ମାନି ଗାଡ଼ି ଚଳାଇଥିବେ । ହେଲେ ଆପଣଙ୍କ ଗାଡି଼ ନାଁରେ ଚାଲାଣ କଟିଥିବ । ଏଭଳି ଘଟଣା ପ୍ରାୟ ଅନେକଙ୍କ ସହ ଘଟିଛି । ଯାହା ବିନା ଦୋଷରେ ସଜା ଭୋଗିବା ଭଳି ସ୍ଥିତି ହୁଏ । ତେବେ ଯଦି ଆପଣଙ୍କ ସହ ବି ଏମିତି ଘଟିଛି ଆଉ ଆପଣ ଏଥିରୁ ମୁକ୍ତି ପାଇଁ ପଇବା ପାଇଁ ଚାହୁଛନ୍ତି ଏ ଖବର କେବଳ ଆପଣଙ୍କ ପାଇଁ । ଯଦି ଭୁଲରେ ଆପଣଙ୍କ ଗାଡ଼ି ନାଁରେ ଚାଲାଣ କଟିଛି କେବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । କିମ୍ବା ଏହାର ସମାଧାନ ପାଇଁ ଆଉ କେଉଁଠିକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଘରେ ବସି କିଛି ପ୍ରୋସେସକୁ ଅନୁସରଣ କରି ଏହାର ସମାଧାନ କରିପାରିବେ ।
ଭୁଲରେ ଗାଡ଼ି ନାଁରେ ଚାଲାଣ:
ଯଦି ଯେତେବେଳେ ଜଣେ ଡ୍ରାଇଭର ଟ୍ରାଫିକ ନିୟନ ମାନି ନଥାଏ, ସେତେବେଳେ ତାଙ୍କ ଗାଡି ନାଁରେ ଟ୍ରାଫିକ ପୋଲିସ ଚାଲାଣ କାଟିଥାଏ । ଅଲଗା ଅଲଗା ନିୟମ ପାଇଁ ଅଲଗା ପ୍ରକାରର ଚାଲାଣ କଟାଯାଏ । କିନ୍ତୁ ବେଳେ ବେଳେ ଏମିତି ଦେଖିବାକୁ ମିଳେ ଯେ, ଟ୍ରାଫିକ ନିୟମକୁ ପାଳନ କରିବା ପରେ ମଧ୍ୟ ଅନେକ ଥର ଟ୍ରାଫିକ ପୋଲିସ ଚାଲାଣ କାଟିଦିଏ । ଯଦି ଟ୍ରାଫିକ୍ ପୋଲିସ ଭୁଲରେ ଆଣଙ୍କ ନାଁରେ ଚାଲାଣ କାଟିଛି ତେବେ ଏନେଇ ଆପଣ ସେମାନଙ୍କ ବିରୋଧରେ ଅଭିଯୋଗ କରିପାରିବେ ।
ଏହା ମଧ୍ୟ ପଢ଼ନ୍ତୁ...ସେୟାର ମାର୍କେଟରେ ସର୍ବକାଳୀନ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ 85 ହଜାର ପାର, ୨୬ ହଜାର ନିକଟତର ନିଫଟି - Share Market Update
ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ସହର ମ୍ୟୁନିସିପାଲିଟି ବଣ୍ଡ ପାଇଁ କିପରି ପ୍ରସ୍ତୁତ ହୋଇପାରିବ - MUNICIPAL BONDS IN INDIA
ଭୁଲ ଚାଲାଣ ପାଇଁ ଅନଲାଇନରେ କିପରି ଅଭିଯୋଗ କରିବେ?
ଯଦି ଭୁଲରେ ଆପଣଙ୍କ ନାଁରେ ଚାଲାଣ କଟିଥାଏ ଏଥିରୁ ମୁକ୍ତି ପାଇବା ପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଏକ ସୁବିଧା ପ୍ରଦାନ କରୁଛି । ଯେଉଁଠି ଆପଣ ଭୁଲ ଚାଲାଣ ଉପରେ ଅଭିଯୋଗ କରିପାରିବେ ।
- ପ୍ରଥମେ ସଡ଼କ ପରିବହନ ମନ୍ତ୍ରଣାଳୟର ଅଫିସିଆଲ ଟ୍ରାଫିକ ସାଇଟ echallan.parivahan.gov.in/gsticketକୁ ଯିବାକୁ ପଡ଼ିବ
- ଲିଙ୍କ୍ ଖୋଲିବା ପରେ ଅଭିଯୋଗ କରିବା ପାଇଁ ଏକ ଲିଙ୍କ୍ ଦେଖିପାରିବେ । ଯେଉଁଥିରେ ଆପଣଙ୍କୁ କ୍ଲିକ କରିବାକୁ ପଡ଼ିବ ।
- ଏହି ଲିଙ୍କ୍କୁ ଯିବା ପରେ ଆପଣଙ୍କୁ ଆପଣଙ୍କ ଆକାଉଣ୍ଟ ଲଗ୍ ଇନ୍ କରିବାକୁ ପଡ଼ିବ । ଯେଉଁଠି ଆପଣଙ୍କୁ ଆପଣଙ୍କ ନାମ, ଫୋନ ନମ୍ବର, ଇ-ନମେଲ, ଚାଲାଣ ନମ୍ବର ସହ ସମସ୍ତ ସୂଚନା ସଠିକ ଭାବରେ ଦେବାକୁ ପଡ଼ିବ, ଯାହା ଆପଣଙ୍କୁ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଆସିଥିବ ।
- ସମସ୍ତ ତଥ୍ୟ ଭରିବା ପରେ ଆପଣଙ୍କୁ ଇ-ଚାଲାଣର ପ୍ରମାଣ ଅପଲୋଡ କରିବାକୁ ପଡ଼ିବ ।
- ଏହାପରେ ଅପଲୋଡ ଅପସନ୍ରେ କ୍ୟାପ୍ଚୋ କୋଡ୍ (captcha code)କୁ ସଠିକ ଭାବରେ ଭରନ୍ତୁ ।
- ଅପଲୋଡ ପ୍ରକିୟା ଶେଷ ହେବା ପରେ, ଶେଷରେ ଆପଣଙ୍କୁ ସବ୍ମିଟ (Submit) ବଟମ୍ କ୍ଲିକ କରିବାକୁ ପଡ଼ିବ । ଏହାପରେ ଆପଣଙ୍କ ଅଭିଯୋଗ ପଞ୍ଜୀକୃତ ହୋଇଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ