ଓଡିଶା

odisha

ETV Bharat / business

ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ, ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ - Sensex down - SENSEX DOWN

Sensex down by over 2000 points: ଆଜି ଲୋକସଭା ଭୋଟ ଗଣତି ଜାରି ରହିଥିବାବେଳେ ଷ୍ଟକ ବଜାରରେ ବଡ ହ୍ରାସ । ବଜାର ଖୋଲିବା ମାତ୍ରେ ୨୦୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ । ଅଧିକ ପଢନ୍ତୁ

ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ, ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ
ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ, ସେନସେକ୍ସ ୨୦୦୦ରୁ ଊର୍ଦ୍ଧ୍ବ ପଏଣ୍ଟ ହ୍ରାସ (ETV Bharat Odisha)

By ETV Bharat Odisha Team

Published : Jun 4, 2024, 10:32 AM IST

Updated : Jun 4, 2024, 10:40 AM IST

ମୁମ୍ବାଇ:ଦେଶରେ ଲୋକସଭା ନିର୍ବାଚନ ଭୋଟ ଗଣତି ଜାରି ରହିବା ସହ ଷ୍ଟକ ବଜାରରେ ହଲଚଲ ଆରମ୍ଭ ହୋଇଯାଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ବାଧୀନ ଏନଡିଏ ଆଗୁଆ ଥିଲେ ହେଁ ବିଜୟ ଚିତ୍ର ସ୍ପଷ୍ଟ ହୋଇନଥିବାରୁ ଆଜି (ମଙ୍ଗଳବାର) ଷ୍ଟକ ମାର୍କେଟରେ ବଡ ହ୍ରାସ ଦେଖିବାକୁ ମିଳିଛି । ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ବଜାରର ସେନସେକ୍ସ ୨୦୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ସକାଳ ସାଢେ ୯ଟା ସୁଦ୍ଧା ୩.୦୩ ପ୍ରତିଶତ ବଡ ହ୍ରାସ ସହ ୨୨,୫୫୭ ରହିଛି । ସେନସେକ୍ସ ୩ ପ୍ରତିଶତ ଖସି ୭୪,୧୦୭ରେ କାରବାର କରୁଛି ।

ଏକ୍‌ଜିଟ ପୋଲରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ବିପୁଳ ଜନମତ ମିଳିବା ଆକଳନ କରାଯିବା ପରେ ଗତକାଲି (ଶୁକ୍ରବାର) ସର୍ବକାଳୀନ ରେକର୍ଡ ଛୁଇଁଥିଲା ଷ୍ଟକ ବଜାର । ଶୁକ୍ରବାର ବନ୍ଦ ତୁଳନାରେ ସୋମବାର ବିଏସଇ ସେନସେକ୍ସ ୨୦୦୦ ପଏଣ୍ଟ ଉଛୁଳି କାରବାର ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ସେନସେକ୍ସ ୨୫୦୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩୩ ପଏଣ୍ଟ ବୃଦ୍ଧି ସହ ୨୩,୨୬୪ ପଏଣ୍ଟରେ ବନ୍ଦ ହୋଇଥିଲା । ଫଳରେ ବ୍ୟାଙ୍କିଙ୍ଗ ସେକ୍ଟରଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ, ସବୁ କ୍ଷେତ୍ରର କମ୍ପାନୀଗୁଡିକର ସେୟାର ମୂଲ୍ୟରେ ବଡ ବୃଦ୍ଧି ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ: ଏକଜିଟ ପୋଲ ରିପୋର୍ଟ ପରେ ଉଛୁଳିଲା ସେୟାର ବଜାର, ଭାଙ୍ଗିଲା 4 ବର୍ଷର ରେକର୍ଡ - Share Market

ଏହା ମଧ୍ୟ ପଢନ୍ତୁ: ମହଙ୍ଗା ହେଲା ଅମୂଲ କ୍ଷୀର, ଲିଟର ପିଛା 2 ଟଙ୍କା ବୃଦ୍ଧି - Amul Milk Price Hikes

ଏହି ଦୃଷ୍ଟିରୁ ଆଜି ଲୋକସଭା ଫଳାଫଳ ଆସିବାକୁ ଥିବାରୁ ଷ୍ଟକ ବଜାରରେ ନୂଆ ରେକର୍ଡ ସ୍ଥାପନ ହେବ ବୋଲି ଆଶା କରାଯାଉଥିଲା । ହେଲେ ଆଜି ବଜାର ଖୋଲିବା ପରେ ଉଭୟ ବିଏସଇ ସେନସେକ୍ସ ଏବଂ ଏନଏସଇର ନିଫ୍ଟିରେ ବଡ ହ୍ରାସ ଦେଖିବାକୁ ମିଳିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରାରମ୍ଭିକ ଟେଣ୍ଡ ଅନୁସାରେ ବର୍ତ୍ତମାନ ଏନଡିଏ ୨୯୭ ଆସନରେ ଆଗୁଆ ଥିବାବେଳେ ଇଣ୍ଡିଆ ମେଣ୍ଟ ୧୯୧ ଆସନରେ ଆଗରେ ରହିଛି । ଚଳିତ ଲୋକସଭା ନିର୍ବାଚନରେ କିଏ ଗଢିବ ସରକାର, ତାହାର ଚିତ୍ର ଆଜି ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ।

Last Updated : Jun 4, 2024, 10:40 AM IST

ABOUT THE AUTHOR

...view details