ଓଡିଶା

odisha

By ETV Bharat Odisha Team

Published : Feb 1, 2024, 12:52 PM IST

Updated : Feb 1, 2024, 1:02 PM IST

ETV Bharat / business

ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ

Interim Budget 2024 Highlights: ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୃଦୁଢ଼ କରିବା ନେଇ ବଜେଟରେ ଗୁରୁତ୍ବ ଦିଆଯାଇଛି । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ । ଅଧିକ ପଢନ୍ତୁ

FM Sitharaman on Healthcare Sector
FM Sitharaman on Healthcare Sector

ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ

ନୂଆଦିଲ୍ଲୀ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥପେଡିକୁ ନେଇ ଭଲ ଆଶାରେ ଥିବା ସବୁ ବର୍ଗଙ୍କ ପାଇଁ ବଜେଟ ଉପସ୍ଥାପିତ ହୋଇଛି । ବଜେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୃଦୁଢ କରିବା ନେଇ ଗୁରୁତ୍ବ ଦିଆଯାଇଛି । ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ମେଡିକାଲ କଲେଜ ବୃଦ୍ଧି କରିବା ସହିତ ଆୟୁଷ୍ମାନ ଭାରତ ଯୋଜନାରେ ଆଶା ଏବଂ ଅଙ୍ଗନଓ୍ବାଡିକର୍ମୀଙ୍କୁ ସାମିଲ କରାଯିବା ନେଇ ବଜେଟ ଉପସ୍ଥାପନା ସମୟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

ଆୟୁଷ୍ମାନ ଭାରତର ସୁବିଧା ପାଇବେ ଅଙ୍ଗନବାଡି ଓ ଆଶାକର୍ମୀ:ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ଆହୁରି ବିସ୍ତାର କରାଯିବ । ଏହାର ସୁବିଧା ଗରିବ ପରିବାର ତଥା ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କୁ ଦିଆଯିବ । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଏବଂ ଅଙ୍ଗନବାଡି କର୍ମୀ । ଏହି ଯୋଜନାର ସମସ୍ତ ଲାଭ ପାଇବେ ଏହି କର୍ମୀ । 9ରୁ 14 ବର୍ଷର ବାଳିକାଙ୍କୁ ଦିଆଯିବ ସର୍ଭାଇକଲ କ୍ୟାନ୍ସର ନିରୋଧୀ ଟିକା । ସୀତାରମଣ କହିଛନ୍ତି ଆମ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୃଦୁଢ କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ମେଡିକାଲ କଲେଜ ବୃଦ୍ଧି ସହିତ ହସ୍ପିଟାଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଇବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଆଗାମୀ ଦିନରେ ମେଡିକାଲରେ ସମସ୍ତ ପ୍ରକାର ବିଭାଗ ଖୋଲିବ । ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ଏକ କମିଟି ଗଠନ କରାଯିବ । ସେମାନେ ସମସ୍ୟାର ଯାଞ୍ଚ କରିବା ସହିତ ପ୍ରାସଙ୍ଗିକ ପରାମର୍ଶ ଦେବେ ।

ଏହା ମଧ୍ୟ ପଢନ୍ତୁ : ବିଶ୍ୱଶକ୍ତି ଭାବେ ଭାରତ ଉଭା ହୋଇଛି, 2047 ସୁଦ୍ଧା ହେବ ବିକଶିତ ରାଷ୍ଟ୍ର: ସୀତାରମଣ

ଆର୍ଥିକ ଚାପରୁ ମିଳିବ ମୁକ୍ତି: ଆୟୁଷ୍ମାନ ଯୋଜନାରେ ଗରିବ ପରିବାର ତଥା ଆଶା ଏବଂ ଅଙ୍ଗନଓ୍ବାଡି କର୍ମୀ ଅଧିକ ଉପକୃତ ହେବେ ବୋଲି କୁହାଯାଇଛି । ଏହି ଯୋଜନା ମାଧ୍ୟମରେ ସମସ୍ତେ ଶସ୍ତାରେ ଚିକିତ୍ସା ସୁବିଧା ପାଇବା ସହିତ ଆର୍ଥିକ ଚାପର ସମ୍ମୁଖୀନ ହେବେ ନାହିଁ । ଏହି ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ସମସ୍ତ ମାତୃତ୍ବ ଏବଂ ଶିଶୁ ସ୍ବାସ୍ଥ୍ୟସେବା ସହିତ ଯୋଜନାଗୁଡିକର କାର୍ଯ୍ୟକାରିତା କରିବା ପାଇଁ ଏହାକୁ ଏକ ବିସୃତ ଯୋଜନା ଅଧୀନରେ ଅଣାଯିବ । ପୃଷ୍ଟିକର ଖାଦ୍ୟ ବିତରଣ, ବାଲ୍ୟକାଳରେ ଶିଶୁର ଯତ୍ନ ଏବଂ ବିକାଶରେ ଉନ୍ନତି ଆଣିବା ପାଇଁ ସକ୍ଷମ ଅଙ୍ଗନବାଡି(Saksham Anganwadi) ଏବଂ ପୋଷଣ 2.0 ଅଧୀନରେ ରହିଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକର ନବୀକରଣକୁ ତ୍ବରାନ୍ବିତ କରାଯିବ । ଟୀକାକରଣ ଏବଂ ମିଶନ ଇନ୍ଦ୍ରଧନୁଷ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୟୁଓ୍ବିନ(U-Win) ପ୍ଲାଟଫର୍ମକୁ ସମଗ୍ର ଦେଶରେ ଲାଗୁ କରାଯିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2024, 1:02 PM IST

ABOUT THE AUTHOR

...view details