ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ସରକାର । ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ସବୁ ପ୍ରତିଶ୍ରୁତି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି 'ସୁଭଦ୍ରା' ଯୋଜନା । ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତିକରଣ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଏକ ନୂତନ ଯୋଜନା ହେଉଛି 'ସୁଭଦ୍ରା' ଯୋଜନା । ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ 50,000 ଟଙ୍କାର ଭାଉଚର ଯୋଗାଇ ଦିଆଯିବ । ୨ ବର୍ଷ ମଧ୍ୟରେ ସେମାନେ ଏହାକୁ ଖର୍ଚ୍ଚ କରିପାରିବେ । ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଓ ଏଥିପାଇଁ କେମିତି ଆବେଦନ କରିବେ ଆସନ୍ତୁ ଜାଣିବା ।
କେଉଁମାନେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଯୋଗ୍ୟ:
- ସୁଭଦ୍ରା ଯୋଜନା ପାଇଁ ଆବେଦନ କରୁଥିବା ମହିଳା ଓଡି଼ଶାର ମୂଳ ବାସିନ୍ଦା ହୋଇଥିବା ଆବଶ୍ୟକ
- କେବଳ ବିବାହିତା ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ
- ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ
- ଆବେଦନକାରୀ ମହିଳା କୌଣସି ସରକରୀ କ୍ଷେତ୍ରରେ ଚାକିରି କରିନଥିବେ
- ଅଙ୍ଗନୱାଡ଼ି କର୍ମୀ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିପାରିବେ
ସୁଭଦ୍ରା ଯୋଜନାରେ ଆବେଦନ ପାଇଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ:
- ଆଧାର କାର୍ଡ୍ (Aadhar card)
- ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ (Bank Account)
- ଆୟ ପ୍ରମାଣପତ୍ର (Income Certificate)
- ଠିକଣା ପ୍ରମାଣପତ୍ର (Valid Address)
- ବୟସ ପ୍ରମାଣପତ୍ର (Age Proof)
- ବିବାହ ପ୍ରମାଣପତ୍ର (Marriage Certificate)-
- ମୋବାଇଲ ନମ୍ବର (Phone Number)
- ପାସପୋର୍ଟ୍ ଫଟୋ (Passport Size photo)
- ରାସନ କାର୍ଡ (Ration Card)
ତେବେ ଏହି ଯୋଜନାରେ କିପରି ଆବେଦନ କରାଯିବ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନୋଟିଫିକେସନ ଆସିନାହିଁ । 100 ଦିନ ଭିତରେ ନୋଟିଫିକେସନ ଆସିବ ଓ ଅନଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି । ଏହା https://odisha.gov.in/ କିମ୍ବା Odisha government’s ଅଫିସିଆଲ ୱେବସାଇଟରେ ଉପଲବ୍ଧ ହୋଇପାରେ । ଏହି ସାଇଟକୁ ଯାଇ ଆପଣ ଆବେଦନ କରିପାରିବେ ।
ସୁଭଦ୍ରା ଯୋଜନାରେ କେଉଁ ସବୁ ସୁବିଧା ମିଳିବ: