ନୂଆଦିଲ୍ଲୀ:ବାଇଜୁ ବ୍ରାଣ୍ଡର ସିଇଓ ଅର୍ଜୁନ ମୋହନ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଉଛି । ଅର୍ଜୁନଙ୍କୁ ସାତ ମାସ ପୂର୍ବରୁ ହିଁ ସିଇଓ ଦାୟିତ୍ବ ସମ୍ଭାଳିଥିଲେ । ତେବେ ଅର୍ଜୁନଙ୍କ ଇସ୍ତଫା ପରେ ଏଡଟେକ କମ୍ପାନୀ ଥିଙ୍କ ଆଣ୍ଡ ଲିୟନର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ କାର୍ଯ୍ୟଭାର ସମ୍ଭାଳିବେ । ପୁଣି ରବିନ୍ଦ୍ରମଙ୍କ ହାତକୁ ଯିବ କମ୍ପାନୀ । 4 ବର୍ଷ ପରେ ସେ ଏହି ପଦକୁ ଫେରିବେ । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଜୁନ ମୋହନଙ୍କ ଇସ୍ତଫା ପରେ ବାଇଜୁ ରବିନ୍ଦ୍ରନ କହିଛନ୍ତି, "ଚ୍ୟାଲେଞ୍ଜ ସମୟରେ ମୋହନ କମ୍ପାନୀକୁ ଆଗକୁ ନେଇଥିଲେ । ଆମେ ତାଙ୍କ ପାଇଁ କୃତଜ୍ଞ । ଭବିଷ୍ୟତରେ ମଧ୍ୟ ତାଙ୍କଠାରୁ ପରାମର୍ଶ ନେବା ଜାରି ରହିବ ।"
ସଙ୍କଟର ସମ୍ମୁଖୀନ ହେଉଥିବା କମ୍ପାନୀ ବାଇଜୁସ ଗତବର୍ଷ ସେପ୍ଟେମ୍ବର ମାସରେ ମୋହନଙ୍କୁ ବାଇଜୁସ ଇଣ୍ଡିଆର ସିଇଓ ଭାବେ ପଦନ୍ନୋତି ଦେଇଥିଲା । କମ୍ପାନୀ ପକ୍ଷରୁ ସୋମବାର ଦିନ ଏକ ବୟାନରେ କହିଛନ୍ତି, ମୋହନ ବର୍ତ୍ତମାନ ବାହ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ । ବାଇଜୁସ କିଛି ସମୟ ଧରି ବିବାଦରେ ଛନ୍ଦି ହୋଇଛି । କମ୍ପାନୀର ପ୍ରତିଷ୍ଠାତା ଏବଂ ସେୟାର ହୋଲଡରଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏକ ମିଡିଆ ରିପୋର୍ଟ ଅନୁସାରେ, ଆକାଶ ଇନଷ୍ଟିଚ୍ୟୁଟର ଦାୟିତ୍ବ ଅର୍ଜୁନ ମୋହନଙ୍କୁ ମିଳିବା ନେଇ ସେ ଆଶା ପ୍ରକଟ କରିଥିଲେ । ନିକଟରେ କମ୍ପାନୀ ଏହି ଦାୟିତ୍ବ ପିଅରସନ ଇଣ୍ଡିଆର ପୂର୍ବତନ ଏମଡି ଦୀପକ ମେହରୋତ୍ରାଙ୍କୁ ଦେଇଥିଲା । ଅର୍ଜୁନ ମୋହନଙ୍କୁ ଏକ ଆଶ୍ଚର୍ଯ୍ୟ କରିଥିଲା । ତେଣୁ ସେ ଇସ୍ତଫା ଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।