ଓଡିଶା

odisha

ଆଜିଠୁ ୫ ଦିନ ବ୍ୟାଙ୍କ ବନ୍ଦ, ଦେଖନ୍ତୁ ଆପଣଙ୍କ ସହରରେ କେଉଁ ଦିନ ଛୁଟି ? - Bank holiday

By ETV Bharat Odisha Team

Published : Sep 14, 2024, 9:38 AM IST

Updated : Sep 14, 2024, 10:34 AM IST

Bank Holiday: ଆଜିଠାରୁ 18 ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ । ଜାଣନ୍ତୁ କାହିଁକି ଏବଂ କେଉଁଦିନ କେଉଁଠି ବନ୍ଦ ରହିବ ବ୍ୟାଙ୍କ ।

Bank holiday
Bank holiday (Etv Bharat)

ନୂଆଦିଲ୍ଲୀ:ଗଣେଶ ଚତୁର୍ଥୀରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ପାର୍ବଣରେ ଅନେକ ସରକାରୀ ଛୁଟି ରହିଥାଏ । ଚଳିତ ମାସରେ ଅନେକ ପର୍ବ ରହିଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଆଜିଠାରୁ 5ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇ ଛୁଟିଦିନର ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ଥାନୀୟ ପର୍ବ ଏବଂ ଉତ୍ସବ ଉପରେ ନିର୍ଭର କରି ଗ୍ୟାଜେଟ୍ ଏବଂ ଅଣ-ଗ୍ୟାଜେଟ୍ ଛୁଟି ହେତୁ ବ୍ୟାଙ୍କ ଗୁଡିକ ବନ୍ଦ ରହିବ। ଓନାମ ପର୍ବ ଥିବାରୁ ଆଜି କେରଳରେ ବ୍ୟାଙ୍କ ବନ୍ଦ ରହିବା ସମେତ ପୁରା ଦେଶରେ ବ୍ୟାଙ୍କ ଛୁଟି। ଏତି ସହ ଆଜି ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ସମସ୍ତ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ ।

ଏହା ମଧ୍ୟ ପଢନ୍ତୁ-ଡିସେମ୍ବରରେ 18 ଦିନ ବନ୍ଦ ରହିବ ବ୍ୟାଙ୍କ, ଛୁଟି ତାଲିକା ଜାରି କଲା ଆରବିଆଇ

ଆଜି ଠାରୁ 18 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ । ନଜର ପକାନ୍ତୁ କେଉଁଠି କେବେ ଓ କେଉଁ ଦିନ, କେଉଁଥି ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ତାରିଖ ଦିନ କାରଣ କେଉଁଠି ବ୍ୟାଙ୍କ ବନ୍ଦ
14 ସେପ୍ଟେମ୍ବର ଶନିବାର ଦ୍ୱିତୀୟ ଶନିବାର/ ଓନାମ ସମଗ୍ର ଭାରତ
15 ସେପ୍ଟେମ୍ବର ରବିବାର ରବିବାର / ଥିରୁବୋନମ୍ ସମଗ୍ର ଭାରତ
16 ସେପ୍ଟେମ୍ବର ସୋମବାର ଇଦ୍-ଇ-ମିଲାଦ ସମଗ୍ର ଭାରତ
17 ସେପ୍ଟେମ୍ବର ମଙ୍ଗଳବାର ଇନ୍ଦ୍ର ଯାତ୍ରା ସିକ୍କିମ୍
18 ସେପ୍ଟେମ୍ବର ବୁଧବାର ଶ୍ରୀ ନାରାୟଣ ଗୁରୁ ଜୟନ୍ତୀ କେରଳ

ଚଳିତ ମାସରେ ବ୍ୟାଙ୍କ ସାପ୍ତାହିକ ଛୁଟି ଦିନ:

  • ରବିବାର- 1, 8, 15, 22, 29 ସେପ୍ଟେମ୍ବର
  • ଦ୍ୱିତୀୟ ଶନିବାର- 14 ସେପ୍ଟେମ୍ବର
  • ଚତୁର୍ଥ ଶନିବାର- 28 ସେପ୍ଟେମ୍ବର

ଚଳିତ ମାସରେ ଭାରତର ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡିକ ଅତି କମରେ 14 ଦିନ ବନ୍ଦ ରହିବ । ଯେଉଁଥିରେ ସପ୍ତାହିକ ଛୁଟି, ସ୍ଥାନୀୟ ପର୍ବ ଛୁଟି ଓ ଦ୍ୱିତୀୟ, ଚତୁର୍ଥ ଶନିବାର ଏବଂ ରବିବାର ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଯଦି ବ୍ୟାଙ୍କ ସମ୍ଭନ୍ଧୀୟ ଯଦି କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ରହିଛି ତେବେ ଜଲଦି ଜଲଦି ସାରି ଦିଅନ୍ତୁ । ନଚେତ ପରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ-ଏଣିକି 5ଜଣ ଚଲାଇପାରିବେ ଗୋଟିଏ UPI; ନୂଆ ଫିଚର୍ସ ଆଣିଲା Google Pay - No Bank Account For Payment

ଭାରତରେ ବ୍ୟାଙ୍କ ଛୁଟି କିପରି ସ୍ଥିର କରାଯାଏ ?

ପ୍ରତି ମାସରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥାଏ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆରବିଆଇ ଏବଂ ରାଜ୍ୟ ସରକାର ବ୍ୟାଙ୍କଗୁଡିକ ପାଇଁ ଛୁଟି ତାଲିକାଭୁକ୍ତ କରିଥାନ୍ତି। ଜାତୀୟ ତଥା ସ୍ଥାନୀୟ ଉତ୍ସବ, ପରିଚାଳନା ଆବଶ୍ୟକତା, ଧାର୍ମିକ ସମାରୋହ ଏବଂ ଅନ୍ୟାନ୍ୟ ସାଂସ୍କୃତିକ ରୀତିନୀତିକୁ ଦୃଷ୍ଟିରେ ରଖି ଛୁଟି ତାଲିକା ପ୍ରସ୍ତୁତ କରିଥାନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ଏହାର ଅଫିସିଆଲ୍ ୱେବସାଇଟ୍ ଏହି ସୂଚନା ଜାରି କରିଛି ।

ଏହା ମଧ୍ୟ ପଢନ୍ତୁ-ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ପାଇଁ ନିୟମାବଳୀ ଢାଞ୍ଚାର ସମନ୍ବୟ - Housing Finance Companies

Last Updated : Sep 14, 2024, 10:34 AM IST

ABOUT THE AUTHOR

...view details