ଓଡିଶା

odisha

ETV Bharat / bharat

ଲୋଭ ଆଗରେ ଫିକା ପଡିଲା ସମ୍ପର୍କ, ବାପାର ଚାକିରି ପାଇବା ଆଶାରେ ଜୀବନ ନେଲା ପୁଅ - Youth Kills Father To Get Job

Youth Kills Father To Get Job: ଚାକିରି ପାଇଁ ନିଜ ବାପାଙ୍କୁ ହତ୍ୟା କଲା ପୁଅ । ୩ ମାସ ପରେ ବାପା ଅବସର ନେବାକୁ ଥିବାବେଳେ ତା' ପୂର୍ବରୁ ଇତିୟାଦି ମିଆଁଙ୍କୁ ହତ୍ୟା କରିଛି ପୁଅ ଅବଦୁଲ ହାକିମ । ଅଧିକ ପଢନ୍ତୁ

ବାପାକୁ ହତ୍ୟା କଲା ପୁଅ
ବାପାକୁ ହତ୍ୟା କଲା ପୁଅ

By ETV Bharat Odisha Team

Published : Feb 7, 2024, 10:37 PM IST

କୋଲକାତା: ଅର୍ଥ ଲାଳସା ସଜାଇଲା ହତ୍ୟାକାରୀ । ଚାକିରି ପାଇଁ ନିଜ ବାପାଙ୍କୁ ହତ୍ୟା କଲା ପୁଅ । ଆଉ ୩ ମାସ ପରେ ବାପା ଅବସର ନେଇଥାନ୍ତେ । କିନ୍ତୁ ଅବସର ପୂର୍ବରୁ ବାପାଙ୍କ ମୃତ୍ୟୁ ହେଲେ ସେହି ଚାକିରି ପୁଅକୁ ମିଳିବାର ନିୟମ ରହିଥିଲା । ଯେଉଁଥିପାଇଁ ଅବସର ପୂର୍ବରୁ ହିଁ ଲୋଭର ବଶବର୍ତ୍ତୀ ହୋଇ ବାପାଙ୍କ ଜୀବନ ନେବାକୁ ପଛାଇନି ପୁଅ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ପଶ୍ଚିମବଙ୍ଗର ୱେଷ୍ଟ ବୁରଦାନ ଅଞ୍ଚଳରେ । ତେବେ ଅଭିଯୁକ୍ତ ଅବଦୁଲ ହାକିମଙ୍କୁ ବାନ୍ଧିଛି ପୋଲିସ ।

ମୃତକ ଜଣକ ହେଲେ ଇତିୟାଦି ମିଆଁ । ମୃତ୍ୟୁ ବେଳକୁ ତାଙ୍କ ବୟସ ୫୯ ବର୍ଷ ହୋଇଥିବା ଜଣାପଡ଼ିଛି । ସେ ଅନ୍ଦଲ ସ୍ଥିତ ଶ୍ୟାମସୁନ୍ଦରପୁରରେ ରହିଆସୁଥିଲେ । ଇତିୟାଦି ଇଷ୍ଟର୍ଣ୍ଣ କୋଲ ଫିଲଡ ଲିଃରେ କାର୍ଯ୍ୟରତ ଥିବାବେଳେ ଆଉ ମାତ୍ର ୩ ମାସ ପରେ ସେ ଅବସର ନେଇଥାନ୍ତେ । ସୂଚନା ଅନୁସାରେ, ଇତିୟାଦି ମିଆଁ ଅଫିସରୁ ଆସିବା ପରେ ବଜାରକୁ କିଛି ସାମଗ୍ରୀ କିଣିବା ପାଇଁ ଯାଇ ଆଉ ଫେରିନଥିଲେ । ୨ ଦିନ ଧରି ସେ ନିଖୋଜ ଥିବାରୁ ଖୋଜାଖୋଜି କରିଥିଲେ ପରିବାରଲୋକେ । ଜାନୁଆରୀ ୨୩ ତାରିଖରେ ନିକଟସ୍ଥ ଶ୍ୟାମସୁନ୍ଦରପୁର ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ECLର କର୍ମଚାରୀମାନେ ତାଙ୍କର ମୃତଦେହ ଠାବ କରିଥିଲେ । ଖବର ପାଇବା ପରେ ଏନେଇ ଛାନଭିନ ଆରମ୍ଭ କରିଥିଲା ଅନ୍ଦଲ ପୋଲିସ ଷ୍ଟେସନ । ତନାଘନା ପରେ ଇତିୟାଦିଙ୍କ ପୁଅ ହାକିମ ହିଁ ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ପୋଲିସର କହିବା ଅନୁସାରେ, "ଇତିୟାଦି ମିଆଁ ଆଉ ମାତ୍ର ୩ ମାସ ପରେ ଅବସର ନେଇଥାନ୍ତେ । ତାଙ୍କର ମୃତ୍ୟୁ ପରେ ଚାକିରି ପାଇବା ଲୋଭରେ ପୁଅ ଅବଦୁଲ ହାକିମ ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା ।"

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇତିୟାଦି ମିଆଁଙ୍କ ମୃତଦେହ କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କର ମୁହଁକୁ ପଥରରେ ଛେଚା ଯାଇଥିଲା, ଯେପରିକି ତାଙ୍କର ମୃତଦେହ ଚିହ୍ନଟ ହୋଇପାରିବ ନାହିଁ । ତେବେ ପୋଲିସ ଏ ସମ୍ପର୍କରେ ଅନେକଙ୍କୁ ପଚରାଉଚରା କରିବା ସହ ପୁଅ ଅବଦୁଲ ଚାକିରି ପାଇଁ ବାପାଙ୍କ ଜୀବନ ନେଇଥିବା କଥା ତଦନ୍ତରୁ ଜାଣିବାକୁ ପାଇଛି ।

ଏହା ବି ପଢନ୍ତୁ...ସମ୍ପତ୍ତି ବିବାଦରୁ ଡବଲ ମର୍ଡର, ବାପା ଓ ମାମୁଁଙ୍କୁ ହତ୍ୟା କଲା ଯୁବକ

ABOUT THE AUTHOR

...view details