ହାଇଦ୍ରାବାଦ:କଥାରେ ଅଛି, ସ୍ବାସ୍ଥ୍ୟ ହିଁ ସମ୍ପଦ । ସ୍ବାସ୍ଥ୍ୟ ଭଲ ରହିଲେ ସୁସ୍ଥ ଜୀବନ ପ୍ରାପ୍ତ ହେବ । ମାନସିକ, ଶାରୀରିକ ଓ ସାମାଜିକ ସୁସ୍ଥତା ପାଇଁ ଯୋଗର ମହତ୍ତ୍ବ ରହିଛି । ମଣିଷର ମନ ସହ ଶରୀରର ମିଳନର ଏକମାତ୍ର ମାଧ୍ୟମ ହେଉଛି ଯୋଗ । ଯୋଗ ଅଭ୍ୟାସ କରିବା ଦ୍ବାରା ମନ ଶାନ୍ତ ରହେ ଏବଂ ଶରୀରକୁ ଶକ୍ତି ମିଳେ । ସମଗ୍ର ବିଶ୍ବରେ ଯୋଗର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଜୁନ ୨୧ ତାରିଖକୁ ବିଶ୍ବବ୍ୟାପୀ ଯୋଗ ଦିବସ ଭାବେ ପାଳନ କରାଯାଉଛି । ପୁରା ଭାରତରେ ଏହି ଦିବସ ଅବସରରେ ଅନେକ ପ୍ରସ୍ତୁତି କରାଯାଇଛି ।
International Yoga Day (ETV BHARAT ODISHA) ଯୋଗ ଦିବସର ଥିମ୍: ଦୈନଦିନ ଜୀବନରେ ଯୋଗକୁ ସାମିଲ କରି ସୁସ୍ଥ ଜୀବନ ଅତିବାହିତ କରିବାକୁ ଆଜିର ଦିନରେ ବାର୍ତ୍ତା ଦିଆୟାଇଥାଏ । ଯୋଗ କରିବା ଦ୍ବାରା ମନ ଶାନ୍ତ ଓ ଶରୀର ସୁସ୍ଥ ରହିଥାଏ । ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି 'ନିଜ ପାଇଁ ଓ ସମାଜ ପାଇଁ ଯୋଗ' । ପ୍ରତିଦିନ ଯୋଗାଭ୍ୟାସ ଦ୍ବାରା ମାନସିକ ଚାପ ଓ ଅବସାଦ ଦୂର ହୋଇ ଶରୀର ସକ୍ରିୟ ଓ ସତେଜ ରହିଥାଏ । ନିୟମିତ ଯୋଗ ଫଳରେ ଓଜନ ହ୍ରାସ ପାଏ । ମାଂସପେଶୀଗୁଡ଼ିକ ମଜଭୁତ ହେବା ସଙ୍ଗେସଙ୍ଗେ ସନ୍ତୁଳିତ ହୋଇଯାଏ । 'ଅନ୍ତର୍ଜାତୀୟ ଯୋଗ ଦିବସ 2023'ର ବିଷୟବସ୍ତୁ ବା ଥିମ୍ ହେଉଛି 'ମାନବତା'।
ଏହା ମଧ୍ୟ ପଢନ୍ତୁ-ସୁସ୍ଥ ଜୀବନର ମନ୍ତ୍ର ଯୋଗ; କେଉଁ ବୟସରେ କରିବେ ଯୋଗ ? ଶୁଣନ୍ତୁ କଣ କୁହନ୍ତି ଯୋଗ ଗୁରୁ... - international yoga day 2024
ଡାଲ୍ ହ୍ରଦ ତଟରେ ମୋଦିଙ୍କ ଯୋଗ:ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା ଓ ମନ୍ତ୍ରୀ ଯୋଗ ମୁଦ୍ରାରେ ରହି ଯୋଗ ଦିବସ ପାଳନ କରୁଛନ୍ତି । ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀରର ଡାଲ ହ୍ରଦ ତଟରେ ଯୋଗ କରିବେ । ବର୍ଷା ଯୋଗୁଁ ସାମାନ୍ୟ ବିଳମ୍ବ ହୋଇଛି । ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ଯୋଗ କରିବେ । ପ୍ରାୟ 4,000 ଲୋକ ଏଥିରେ ସାମିଲ ହେବେ ।
International Yoga Day (ETV BHARAT ODISHA) ଯୋଗର ଅର୍ଥ: ଯୋଗ ଶବ୍ଦ ସଂସ୍କୃତ ଭାଷା ୟୁଜରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ହେଉଛି ଯୋଗଦେବା କିମ୍ବା ଏକ ହେବା । ଯୋଗର ଉଦ୍ଦେଶ୍ୟ ହେଉଛି ଆତ୍ମ-ହୃଦୟଙ୍ଗମ, ସମସ୍ତ ପ୍ରକାରର ଦୁଃଖକୁ ଦୂର କରି ମୁକ୍ତି(ମୋକ୍ଷ) କିମ୍ବା ସ୍ବାଧୀନତା (କୈବଲ୍ୟ) ପ୍ରଦାନ କରିବା ।
International Yoga Day (ETV BHARAT ODISHA) ଯୋଗ ଦିବସର ଇତିହାସ: 2014 ମସିହାରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ମୂଳଦୁଆ ପକାଇଥିଲେ । ମିଳିତ ଜାତିସଂଘ ବୈଠକରେ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତାବ ରଖିଥିଲେ ସେ । ଏହାକୁ 177ଟି ଦେଶର ସମର୍ଥନ ମିଳିଥିଲା । ଏହାପରେ 2015ରୁ ପ୍ରତିବର୍ଷ ଜୁନ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଉଛି । ଆଜି ଭାରତୀୟ ପ୍ରାଚୀନ ଯୋଗାଭ୍ୟାସକୁ ସମଗ୍ର ବିଶ୍ବ ଆପଣାଇଛି । ଯୋଗ ଦ୍ବାରା ଶରୀର ଫିଟ ରହିବା ସହିତ ରୋଗ ମଧ୍ୟ ଦୂରେଇ ରୁହେ ।