ଓଡିଶା

odisha

ETV Bharat / bharat

ଅଗ୍ନିପଥ ଯୋଜନା; ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖଡ଼ଗେ, ବର୍ଷିଲେ ସଚ୍ଚିନ ପାଇଲଟ - Sachin Pilot On Agniveer Yojna

Kharge writes to President on Agnipath Scheme: ଅଗ୍ନିପଥ ଯୋଜନା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ସଚ୍ଚିନ ପାଇଲଟ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଖଡଗେ
Kharge writes to President

By PTI

Published : Feb 26, 2024, 2:29 PM IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଆଣି ଯୁବକଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ପ୍ରାୟ ଦୁଇ ଲକ୍ଷ ଯୁବକଙ୍କୁ ସେନାରେ ସ୍ଥାୟୀ ଚାକିରି ପାଇଁ ମନୋନୀତ ହୋଇଥିଲେ ମଧ୍ୟ ନିଯୁକ୍ତି ପାଇ ନାହାନ୍ତି । ଏହି ଯୁବକମାନଙ୍କୁ ନ୍ୟାୟ ଦିଆଯିବା ଆବଶ୍ୟକ ବୋଲି ଆଜି(ସୋମବାର) ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଖଡଗେ । ସେ ଦାବି କରି କହିଛନ୍ତି, ପ୍ରାୟ ଦୁଇ ଲକ୍ଷ ଯୁବକମାନଙ୍କୁ ନିଯୁକ୍ତି ନଦେଇ ସରକାର ଅଗ୍ନିପଥ ଯୋଜନା ଆଣିଥିଲେ । ଏହି କାରଣରୁ ଆଜି ଯୁବକମାନେ ଯନ୍ତ୍ରଣା ଭୋଗୁଛନ୍ତି ।

ଦୁଇ ଲକ୍ଷ ଯୁବକଙ୍କ ସ୍ବପ୍ନ ଚୁରମାର : ମଲ୍ଲିକାର୍ଜିନ ଖଡଗେ ଚିଠି ଲେଖି କହିଛନ୍ତି, "ନିକଟରେ ଏହି ଯୁବକମାନଙ୍କୁ ସହ ମୁଁ ସାକ୍ଷାତ କରିଥିଲି । 2019 ମସିହାରୁ 2022 ମସିହା ପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷ ଯୁବକଙ୍କୁ ସେନା, ନୌସେନା ଏବଂ ବାୟୁସେନା ପାଇଁ ଚୟନ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହି ଯୁବକମାନେ ଚିକିରି ପାଇବା ପାଇଁ ଶାରୀରିକ ଏବଂ ଲିଖିତ ପରୀକ୍ଷା ଦେଇଥିଲେ । କଠିନ ସଂଘର୍ଷ କରି ସଫଳ ମଧ୍ୟ ହୋଇଥିଲେ । 2022 ମସିହା ମାର୍ଚ୍ଚ 31 ତାରିଖ ସୁଦ୍ଧା ସେମାନେ ସଫଳତା ପାଇଛନ୍ତି ବୋଲି ଭାବୁଥିଲେ ଏବଂ ନିଯୁକ୍ତି ପତ୍ରକୁ ଅପେକ୍ଷା କରିଥିଲେ । ତେବେ ମାର୍ଚ୍ଚ 31 ତାରିଖ ଦିନ ତାଙ୍କ ସ୍ବପ୍ନ ଚୁରମାର ହୋଇ ଯାଇଥିଲା । ଭାରତ ସରକାର ଅଗ୍ନିପଥ ଯୋଜନା ଆଣିବା ସହିତ ଏମାନଙ୍କୁ ନିଯୁକ୍ତି ଦେବା ବନ୍ଦ କରି ଦେଇଥିଲେ । ଏମାନଙ୍କ ପ୍ରତି ଅନ୍ୟାୟ ହୋଇଛି, ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ରହିଛି ।"

ଏହା ମଧ୍ୟ ପଢନ୍ତୁ: ଅଗ୍ନିପଥ ଯୋଜନା ନେଇ ରାଷ୍ଟ୍ରପତିିଙ୍କୁ ଭେଟିଲା କଂଗ୍ରେସ

ବରିଷ୍ଠ କଂଗ୍ରେସା ନେତା ସଚିନ ପାଇଲଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି କହିଛନ୍ତି, "ପ୍ରତିରକ୍ଷା ବାହିନୀକୁ ଆଧୁନିକୀକରଣ କରିବା ପାଇଁ ଅଗ୍ନିବୀର ଯୋଜନା ଆରମ୍ଭ କରାଯାଇଥିଲା । କିନ୍ତୁ ସତ ହେଉଛି, ଖର୍ଚ୍ଚ ହ୍ରାସ କରିବା ପାଇଁ ଏହା କରାଯାଇଥିଲା । କଂଗ୍ରେସ ପ୍ରଥମରୁ ହିଁ ଏହି ଯୋଜନାକୁ ବିରୋଧ କରି ଆସୁଛି । 2.25ଲକ୍ଷ ଯୁବକମାନଙ୍କୁ ମନୋନୀତ କରାଯାଇଥିଲା କିନ୍ତୁ ନିଯୁକ୍ତି ପାଇଁ ଅନୁମତି ଦିଆଯାଇ ନଥିଲା । ଯଦି ମୋଦି ସରକାର ଜି-20, ପିଏମସ ପ୍ଲେନ, ସେଣ୍ଟ୍ରାଲ ଭିସ୍ତାର ସ୍କିମ ଭଳି ଯୋଜନା କରୁଛନ୍ତି ତେବେ ଏହି ଯୁବକମାନଙ୍କୁ କାହିଁକି ଅନ୍ୟାୟ କରାଯାଉଛି । ନିଯୁକ୍ତି ପ୍ରକ୍ରିୟା ଅତ୍ୟନ୍ତ ଦାୟିତ୍ବହୀନ ଢଙ୍ଗରେ କରାଯାଇଛି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା 2.25 ଲକ୍ଷ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବା ଉଚିତ । ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ କୌଣସି ପ୍ରକାର ଆଲୋଚନା ନକରି ଏକପାଖିଆ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାର ନିଯୁକ୍ତି ପ୍ରକ୍ରିୟା ସହିତ ଖେଳ ଖେଳୁଛନ୍ତି । ଯଦି ଆମେ ଜିତିବୁ ତାହେଲେ ସେନାରେ ନିଯୁକ୍ତି ନିଶ୍ଚୟ ଦେବୁ ।" ପ୍ରକାଶଥାଉକି, 2022 ମସିହା ଜୁନ 14 ତାରିଖରେ ସରକାର ଦ୍ବାରା ଅଗ୍ନିପଥ ଯୋଜନାକୁ ଘୋଷଣା କରାଯାଇଥିଲା । ତେବେ ଅଗ୍ନିବୀର ଯୋଜୃନାରେ ଅନିୟମିତତା ନେଇ ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details