ହାଇଦ୍ରାବାଦ: ସାରା ଦେଶକୁ କଲବଲ କରୁଛି ଭୀଷଣ ଖରା । ପ୍ରବଳ ତାତିରେ ଘରୁ ବାହାରିବା ଅସମ୍ଭାଳ ହୋଇପଡୁଛି । ଏହାରି ମଧ୍ୟରେ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି ଦେଶବାସୀ । ଚଳିତ ବର୍ଷ ଆଗୁଆ ମୌସୁମୀ ଆସିବା ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ନିକଟରେ ଏନେଇ ଏକ ଖୁସି ଖବର ଆସିଥିଲା । ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପର୍ଯ୍ୟନ୍ତ ପହଞ୍ଚିସାରିଛି । ମେ 19ରୁ 21 ତାରିଖ ମଧ୍ୟରେ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିଛି ମୌସୁମୀ । ତେବେ ଭାରତର ବିଭିନ୍ନ ରାଜ୍ୟକୁ କେବେ ଛୁଇଁବ ମୌସୁମୀ ଆସନ୍ତା ଜାଣିବା ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଜୁନ 1 ତାରିଖରେ ମୌସୁମୀ କେରଳ, ପୁଡୁଚେରୀ ଓ ତାମିଲନାଡୁ ରାଜ୍ୟରେ ଏଣ୍ଟ୍ରି ମାରିବାକୁ ଯାଉଛି । ଏହାବାଦ କର୍ଣ୍ଣାଟକ, ଗୋଆ, ଆସାମ, ତ୍ରିପୁରା ଓ ଆନ୍ଧ୍ର ପ୍ରଦେଶର ଅନେକ ସ୍ଥାନରେ ଜୁନ 5 ତାରିଖ ବେଳକୁ ମୌସୁମୀ ବାୟୁ ପ୍ରବେଶ କରିବା ନେଇ କୁହାଯାଉଛି । ସେହିପରି ତେଲେଙ୍ଗାନା, ସିକିମ, ମହାରାଷ୍ଟ୍ର ଆକାଶରେ ଜୁନ 10 ତାରିଖରେ ମୌସୁମୀ ବାୟୁ ପ୍ରବେଶ କରିବ । ଜୁନ 15 ବେଳକୁ ମୌସୁମୀ ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଓଡ଼ିଶା, ଗୁଜୁରାଟ ଓ ମଧ୍ୟ ପ୍ରଦେଶ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ରାଜ୍ୟର ନାମ | ଆନୁମାନିକ ତାରିଖ |
କେରଳ, ପୁଡୁଚେରୀ, ତାମିଲନାଡୁ | 1 ଜୁନ 2024 |
କର୍ଣ୍ଣାଟକ, ଗୋଆ, ଆସାମ, ତ୍ରିପୁରା, ଆନ୍ଧ୍ର ପ୍ରଦେଶ | 5 ଜୁନ 2024 |
ତେଲେଙ୍ଗାନା, ସିକିମ, ମହାରାଷ୍ଟ୍ର | 10 ଜୁନ 2024 |
ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଓଡ଼ିଶା, ଗୁଜୁରାଟ, ମଧ୍ୟ ପ୍ରଦେଶ | 15 ଜୁନ 2024 |
ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ, ଉତ୍ତରାଖଣ୍ଡ | 20 ଜୁନ 2024 |
ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ | 30 ଜୁନ 2024 |