ଓଡିଶା

odisha

ETV Bharat / bharat

‘NIA ଟିମକୁ ଆକ୍ରମଣ ପରି ଘଟଣାକୁ ଦୃଢହସ୍ତରେ ଦମନ କରାଯିବା ଆବଶ୍ୟକ’ - attack on NIA team

West Bengal Governor on NIA team: NIA ଟିମକୁ ଆକ୍ରମଣ ପରି ଘଟଣାକୁ ଦୃଢ ହସ୍ତରେ ଦମନ କରାଯିବା ଆବଶ୍ୟକ କହିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ମମତା ସରକାର ଆଇନ ଶୃଙ୍ଖଳା ପରିଚାଳନା ଉପରକୁ କଲେ ପରୋକ୍ଷ ଅଙ୍ଗୁଳି ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat ‘NIA ଟିମକୁ ଆକ୍ରମଣ ପରି ଘଟଣାକୁ ଦୃଢ ହସ୍ତରେ ଦମନ କରାଯିବା ଆବଶ୍ୟକ’
Etv B ‘NIA ଟିମକୁ ଆକ୍ରମଣ ପରି ଘଟଣାକୁ ଦୃଢ ହସ୍ତରେ ଦମନ କରାଯିବା ଆବଶ୍ୟକ’harat

By ETV Bharat Odisha Team

Published : Apr 6, 2024, 10:45 PM IST

କୋଲକାତା:ଦୁଇବର୍ଷ ପୁରୁଣା ଏକ ବିସ୍ଫୋରଣ ମାମଲାରେ ତଦନ୍ତ ପାଇଁ ଯାଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ଟିମକୁ ପଶ୍ଚିମବଙ୍ଗର ପୂର୍ବ-ମେଦିନାପୁର ଜିଲ୍ଲାରେ ଉତ୍ୟେକ୍ତ ଲୋକେ ଆକ୍ରମଣ କରିବା ମାମଲାରେ ରାଜନୀତି ଜୋର ଧରିବାରେ ଲାଗିଛି । ନିର୍ବାଚନ ପୂର୍ବରୁ ଏପରି ଘଟଣା ମମତା ସରକାରଙ୍କୁ ସମାଲୋଚନା କରିବା ପାଇଁ ବିରୋଧୀଙ୍କୁ ଏକ ବଡ ଅବସର ଦେଇଛି । ବିଜେପି ଏହାକୁ ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ମଧ୍ୟ ଲେଖିସାରିଛି । ଆଜି ଘଟଣାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ମଧ୍ୟ କଡା ଭାଷାରେ ନିନ୍ଦା କରିଛନ୍ତି । ଏପରି ଘଟଣାକୁ ଦୃଢହସ୍ତରେ ଦମନ କରାଯିବାର ଆବଶ୍ୟକତା ଥିବା ରାଜ୍ୟପାଳ ମଧ୍ୟ ଟିପ୍ପଣୀ ମଧ୍ୟ କରିଛନ୍ତି । ରାଜ୍ୟପାଳ ବୋଷଙ୍କର ଏହି ଟିପ୍ପଣୀ ମମତା ସରକାରର ଆଇନ ଶୃଙ୍ଖଳା ଆୟତ ନକରିପାରିବା ଦିଗକୁ ସଙ୍କେତ ଦେଉଛି ।

ବୋଷ କହିଛନ୍ତି, ‘‘ରାଜ୍ୟପାଳ ଭାବରେ ମୁଁ ଏହା ବିଷୟରେ ନିଶ୍ଚିତ ଭାବରେ କହିପାରିବି ଯେ ଏହାକୁ ଦୃଢହସ୍ତରେ ଦମନ କରାଯିବାର ଆବଶ୍ୟକତା ରହିଛି । ଯାହା ଘଟିଛି, ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଗଣତନ୍ତ୍ରରେ ଏପରି ଘଟଣାର କୌଣସି ସ୍ଥାନ ନାହିଁ ।’’ ପୂର୍ବରୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟଶୈଳୀରେ ପ୍ରଶ୍ନ ଉଠାଇଥିଲେ । କାର୍ଯ୍ୟାନୁଷ୍ଠାନ ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା ରାଜ୍ୟ ପୋଲିସ ସହ କାହିଁକି ଯୋଗାଯୋଗ କରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । କେନ୍ଦ୍ରୀୟ ସଂସ୍ଥା କେବଳ ବିଜେପି ଇସାରରେ କାମ କରୁଛି ବୋଲି ଦିଦି ପାଲଟା ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମବଙ୍ଗରେ NIA ଟିମ ଉପରେ ଆକ୍ରମଣ: ଅଧିକାରୀ ଆହତ, ପାଲଟା ବର୍ଷିଲେ ମମତା - NIA team attacked in West Bengal

ସୂଚନା ଅନୁସାରେ, 2022ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ଯିବା ବେଳେ ପୂର୍ବ-ମେଦିନାପୁର ଜିଲ୍ଲାର ଭୂପତିନଗରରେ ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ଅଧିକାରୀଙ୍କ ଟିମ ଉପରେ ଏହି ଆକ୍ରମଣ ହୋଇଛି । ଏନଆଇଏ ଟିମର ଗାଡିକୁ ପଥରମାଡ କରାଯାଇଥିଲା । ଶତାଧିକ ମହିଳା-ପୁରୁଷ ରାସ୍ତାରେ କେନ୍ଦ୍ରୀୟ ସଂସ୍ଥାର ଟିମକୁ ରୋକିଥିଲେ । ଗ୍ରାମରେ ପୁରାଇ ଦେଇନଥିଲେ । ଜଣେ କେନ୍ଦ୍ରୀୟ ଅଧିକାରୀ ଏଥିରେ ଆହତ ମଧ୍ୟ ହୋଇଛନ୍ତି । 2022ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ତଦନ୍ତ ପାଇଁ ଆଜି କେନ୍ଦ୍ରୀୟ ସଂସ୍ଥା ଭୂପତିନଗରରେ ଚଢାଉ କରିଥିଲା । ଯାହାକୁ ନେଇ ବିଜେପି-ଟିଏମସି ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details