ଓଡିଶା

odisha

ETV Bharat / bharat

Union Budget 2024: ପ୍ରଧାନମନ୍ତ୍ରୀ କହିଲେ ସମାଜର ପ୍ରତ୍ୟେକ ବର୍ଗ ସଶକ୍ତ ହେବ, ବିରୋଧୀ କହିଲେ ‘କୁର୍ସି ବଚାଓ ବଜେଟ୍‌’ - UNION BUDGET 2024 - UNION BUDGET 2024

Union Budget: ବଜେଟକୁ ବିରୋଧୀଙ୍କ କଡା ସମାଲୋଚନା । କେବଳ ରାଜନୈତିକ ଓ କ୍ଷମତା ବଞ୍ଚାଇବା ପାଇଁ ତୁଷ୍ଟୀକରଣ ବଜେଟ କହି କଲେ କଟାକ୍ଷ । ଓଡ଼ିଶା ବିରୋଧୀ ଦର୍ଶାଇ, ରାଜ୍ୟସଭାରେ କକ୍ଷତ୍ୟାଗ କଲା ବିଜେଡି, ନୀତି ଆୟୋଗ ବୈଠକ ବର୍ଜନ କରିବେ କହିଲେ ଷ୍ଟାଲିନ । ମମତା କହିଲେ ବଜେଟ ଜନବିରୋଧୀ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ କହିଲେ ସମାଜର ପ୍ରତ୍ୟକ ବର୍ଗ ସଶକ୍ତ ହେବ, ବିରୋଧୀ କହିଲେ ‘କୁର୍ସି ବଚାଓ ବଜେଟ୍‌’
ପ୍ରଧାନମନ୍ତ୍ରୀ କହିଲେ ସମାଜର ପ୍ରତ୍ୟକ ବର୍ଗ ସଶକ୍ତ ହେବ, ବିରୋଧୀ କହିଲେ ‘କୁର୍ସି ବଚାଓ ବଜେଟ୍‌’ (ETV Bharat Odisha)

By ETV Bharat Odisha Team

Published : Jul 23, 2024, 7:05 PM IST

Updated : Jul 23, 2024, 7:54 PM IST

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଛି ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାୟ ଦେଢଘଣ୍ଟାର ଦୀର୍ଘ ଅଭିଭାଷଣରେ ପ୍ରାୟ 48 ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଛନ୍ତି । ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ବଜେଟକୁ ପ୍ରଶଂସା କରିଛନ୍ତି । ଏହା ଏକ ଦୂରଦୃଷ୍ଟିସମ୍ପନ୍ନ ବଜେଟ । ଏଥିରେ ସମାଜର ସମସ୍ତ ବର୍ଗ ସଶକ୍ତ ହେବେ ବୋଲି କହି ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଏହି ବଜେଟ ବିଶେଷ ଭାବେ ଆଦିବାସୀ ସମାଜ, ଦଳିତ ତଥା ପଛୁଆ ବର୍ଗର ସଶକ୍ତିକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହି ବଜେଟ ସମାଜରେ ମହିଳାଙ୍କ ଆର୍ଥିକ ଅଂଶଗ୍ରହଣ ନିଶ୍ଚିତ କରିବାରେ ସହାୟକ ହେବ । ବଜେଟ କ୍ଷୁଦ୍ର ବ୍ୟବସାୟୀ ଏବଂ ‘ଏମଏସଏମଇ’ କ୍ଷେତ୍ରକୁ ନୂତନ ପ୍ରଗତିର ଧାରା ପ୍ରଦାନ କରିବ । ବଜେଟରେ ଉତ୍ପାଦନ ଏବଂ ଭିତ୍ତିଭୂମି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହା ଅର୍ଥନୈତିକ ବିକାଶ ପାଇଁ ନୂଆ ଉତ୍ସାହ ଦେବ । ସମାଜର ପ୍ରତ୍ୟେକ ବର୍ଗ ଏହି ବଜେଟରେ ସଶକ୍ତ ହେବାକୁ ଯାଉଛନ୍ତି । ଏହା ଏକ ଐତିହାସିକ ବଜେଟ ।"

ପ୍ରଧାନମନ୍ତ୍ରୀଙ୍କ ପରେ ତମାମ କେନ୍ଦ୍ରମନ୍ତ୍ରୀ, ଶାସକ ମେଣ୍ଟର ସାଂସଦ ଓ ନେତା, ବିଭିନ୍ନ ବିଜେପିଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବଜେଟକୁ ଐତିହାସିକ ଦର୍ଶାଇଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ନୀତିଶ କୁମାର ମଧ୍ୟ ଅର୍ଥ ଆବଣ୍ଟନରେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଚିରାଚରିତ ଢଙ୍ଗରେ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି ।

କଣ କହିଲେ ରାହୁଲ:-

ଏହି ବଜେଟରେ କୌଣସି ନୂତନତ୍ବ ବଦଳରେ କେବଳ ରାଜନୈତିକ ତୁଷ୍ଟୀକରଣର ଗନ୍ଧ ବାରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏହା ‘କୁର୍ସି ବଚାଓ ବଜେଟ’ । ରାହୁଲ ଲେଖିଛନ୍ତି, ରାଜନୈତିକ ସହଯୋଗୀଙ୍କୁ ସନ୍ତୁଷ୍ଟ କରିବା ମାଧ୍ୟମରେ କ୍ଷମତା ବଞ୍ଚାଇବାକୁ ପ୍ରୟାସ କରାଯାଇଛି । ଏହି ବଜେଟ ଏ-ଏ (ପରୋକ୍ଷରେ ଆମ୍ବାନୀ ଓ ଆଦାନୀ)ଙ୍କୁ ଲାଭବାନ କରିବା, ସାଧାରଣ ଲୋକଙ୍କୁ ନୁହେଁ । ଏଥିରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଓ ପୂର୍ବ ବଜେଟର କପି ପେଷ୍ଟ ଅଛି ବୋଲି ରାହୁଲ ଟ୍ବିଟରେ କହିଛନ୍ତି ।

ବର୍ଷିଲେ ଖଡଗେ:-

ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବଜେଟ ଓ ମୋଦି ସରକାରକୁ କଡା ସମାଲୋଚନା କରିଛନ୍ତି । ଏହି ବଜେଟ୍ ଅତ୍ୟନ୍ତ ନୈରାଶ୍ୟଜନକ । କ୍ଷମତା ବଞ୍ଚାଇବା ପାଇଁ ଏହାକୁ ଅଣାଯାଇଛି । କୃଷି ଓ କୃଷକଙ୍କ ପାଇଁ ଯାହା ଆଶା କରାଯାଇଥିଲା, ତାହା ମଧ୍ୟ ଏଥିରେ ନାହିଁ । ଦେଶରେ ରେଳ ଦୁର୍ଘଟଣା କ୍ରମାଗତ ଭାବରେ ଘଟିବାରେ ଲାଗିଛି, ମାତ୍ର ବଜେଟରେ ସେ ସମ୍ପର୍କରେ କୌଣସି ଧ୍ୟାନ ଦିଆଯାଇ ନାହିଁ । କେବଳ ନିର୍ଦ୍ଦିଷ୍ଟ ଦୁଇଜଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଜେଟରେ ପ୍ରୟାସ କରାଯାଇଛି ବୋଲି ଖଡଗେ କହିଥିଲେ ।

ଦିଦି କହିଲେ ଜନବିରୋଧୀ:-

ଅନ୍ୟତମ ବିରୋଧୀ ଦଳ ‘ଟିଏମସି’ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଜେଟକୁ ନୈରାଶ୍ୟଜନକ କହିଛନ୍ତି । ଏହି ବଜେଟରେ ବିକାଶ ସମ୍ପର୍କରେ କିଛି ନାହିଁ । ଏହା ଏକ ଜନବିରୋଧୀ ଓ ରାଜନୈତିକ ବଜେଟ ବୋଲି ଦିଦି କହିଛନ୍ତି । ବିଜେପି ନିର୍ବାଚନ ସମୟରେ ଯାହା ପ୍ରତିଶ୍ରୁତି ଘୋଷଣା କରିଥିଲା, କ୍ଷମତା ହାସଲ କରିବା ପରେ ସେସବୁ ଭୁଲି ସାରିଛି ବୋଲି ଦିଦି କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- କେନ୍ଦ୍ରୀୟ ବଜେଟରେ ନିର୍ବାଚନୀ ଫଳାଫଳର ଝଲକ, ହାତଖୋଲା ପ୍ୟାକେଜ ନେଲେ ନୀତିଶ-ଚନ୍ଦ୍ରବାବୁ ! - Union budget 2024

କକ୍ଷତ୍ୟାଗ କଲା ବିଜେଡି:-

ସେହିପରି ଗତ ସରକାରରେ ‘ଏନଡିଏ’ର ଅଘୋଷିତ ସହଯୋଗୀ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ‘ବିଜୁ ଜନତା ଦଳ’ (ବିଜେଡି) ମଧ୍ୟ ବଜେଟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଦଳର ରାଜ୍ୟସଭା ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି । ଦଳୀୟ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଏଥିରେ ଓଡ଼ିଶାର ଦାବି କିମ୍ବା ପ୍ରସଙ୍ଗ କିଛି ନାହିଁ । ଏହାକୁ ସେମାନେ ଓଡ଼ିଶା ବିରୋଧୀ ବଜେଟ ଭାବେ ଗ୍ରହଣ କରୁଛନ୍ତି ।

ନୀତି ଆୟୋଗ ବୈଠକ ବର୍ଜନ କରିବେ ଷ୍ଟାଲିନ:-

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ଏହି ବଜେଟକୁ ଏକ ନୈରାଶ୍ୟଜନକ ବଜେଟ ବୋଲି କହିଛନ୍ତି । ବଜେଟରେ ତାମିଲନାଡୁର ସ୍ବାର୍ଥ ସ୍ଥାନ ପାଇନଥିବାରୁ ସେ ଆସନ୍ତା ନୀତି ଆୟୋଗ ବୈଠକରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2024, 7:54 PM IST

ABOUT THE AUTHOR

...view details