ଜୟପୁର:ଏଣିକି ପାଠ୍ୟକ୍ରମରେ ସାମିଲ ହେବ ପର୍ଯ୍ୟଟନ ଓ ଫ୍ୟାସନ । ଗଣିତ, ବିଜ୍ଞାନ, ସାହିତ୍ୟ ବିଷୟ ଭଳି ପର୍ଯ୍ୟଟନ ଓ ଫ୍ୟାସନ ସମ୍ପର୍କରେ ପାଠ ପଢିବେ ଛାତ୍ରଛାତ୍ରୀ । ବିଶେଷ କରି ଯୁବପିଢିଙ୍କ ଦକ୍ଷତା ବିକାଶ ଲାଗି ସ୍କିଲ ସବଜେକ୍ଟ ଭାବେ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଜାତୀୟ ଶିକ୍ଷା ନୀତି (ଏନଇପି) 2020 ଅନୁଯାୟୀ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଓ ସେଣ୍ଟ୍ରାଲ ବୋର୍ଡ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଏହାକୁ ନିଜ ପାଠ୍ୟକ୍ରମରେ ସାମିଲ କରିଛି । ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ପ୍ରକାର ପ୍ରତିଯୋଗୀମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏହି ବିଷୟରେ ଏଣିକି ପାଠ ପଢିବେ ।
ଟୁରିଜିମ ଓ ଫ୍ୟାସନ ଷ୍ଟଡିଜ ଭଳି ସ୍କିଲ ସବଜେକ୍ଟକୁ ସ୍କୁଲ ଓ ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କ କୋର୍ସରେ ସାମିଲ କରାଯିବ । ଏନେଇ ରାଜସ୍ଥାନ କୋଟାର ଶିକ୍ଷାବିତ ଦେବ ଶର୍ମା କହିଛନ୍ତି ଯେ ଗୁରୁବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏକ ନୋଟିସ ଜାରି କରାଯାଇଥିଲା । ଏହି ନୋଟିସରେ ଫ୍ୟାସନ ଓ ଟୁରିଜିମକୁ ସିୟୁଇଟି ୟୁଜି 2024ରେ ସାମିଲ କରାଯାଇଥିବା ନେଇ ଉଲ୍ଲେଖ ରହିଥିଲା । ଏଯାବତ ଯେଉଁ ବିଦ୍ୟାର୍ଥୀ ସିୟୁଇଟି ୟୁଜି 2024 ପାଇଁ ଅନଲାଇନ ଆବେଦନ କରିନାହାନ୍ତି ବା ଅନଲାଇନ ଆବେଦନ କରିସାରିଛନ୍ତି, ସମସ୍ତେ ଏହି 2ଟି ବିଷୟକୁ ଚୟନ କରିପାରିବେ ।
ଏହା ବି ପଢନ୍ତୁ- ଜାତୀୟ ଶିକ୍ଷା ନୀତିକୁ ପୁରିଲା ୩ୟ ବର୍ଷ, ଆତ୍ମନିର୍ଭରଶୀଳତା ଶିକ୍ଷାନୀତିର ମୂଳ ଲକ୍ଷ୍ୟ