ଓଡିଶା

odisha

ETV Bharat / bharat

ଦୁଇ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା; 2 ଲୋକ ପାଇଲଟ ଗୁରୁତର - Train collision in Punjab

Punjab Train Accident: ପଞ୍ଜାବରେ ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା । ଏଥିରେ ଗୁରୁତର ଦୁଇ ଲୋକ ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

Train collision in Punjab
Train collision in Punjab (ANI)

By ETV Bharat Odisha Team

Published : Jun 2, 2024, 10:05 AM IST

Updated : Jun 2, 2024, 11:59 AM IST

TRAIN COLLISION IN PUNJAB (ETV BHARAT ODISHA)

ଚଣ୍ଡିଗଡ:ଚଳିତ ଶତାବ୍ଦୀର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାକୁ ଆଜି ବର୍ଷେ ପୁରିଥିବା ବେଳେ ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟିଛି । ପଞ୍ଜାବରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣ ଲୋକ ପାଇଲଟ ଗୁରୁତର ହୋଇଥିବା ସୂଚନା ରହିଛି । ଆଜି ଭୋର ସମୟରେ ସରହିନ୍ଦର ମାଧପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଚିକିତ୍ସା ପାଇଁ ଶ୍ରୀଫତେହଗଡ ସାହିବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପଟିଆଲାର ଏକ ଘରୋଇ ହସ୍ପିଟାଲକୁ ରେଫର କରାଯାଇଛି ।

ଏହି ଦୁଇ ଲୋକ ପାଇଲଟ ଉତ୍ତର ପ୍ରଦେଶ ସାହାରଣପୁରର । ଉଭୟଙ୍କ ନାମ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ କରାଯାଇନାହିଁ । କେଉଁ କାରଣରୁ ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସରହିନ୍ଦ ପୋଲିସ ଷ୍ଟେସନର ଜିଆରପି ରତଲାଲାଙ୍କ କହିଛନ୍ତି, ''ଭୋର 3:45ରେ ଆମକୁ ଟ୍ରେନ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଥିଲା । ସଙ୍ଗେ ସଙ୍ଗେ ଆମେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତ ଲୋକ ପାଇଲଟଙ୍କୁ ଫତେହଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲୁ । ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ । ''

ଏହା ମଧ୍ୟ ପଢନ୍ତୁ-ବାହାନଗା ଟ୍ରେନ ଦୁର୍ଘଟଣାକୁ ବର୍ଷେ, ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ - Bahanaga Train Tragedy

ଆଜକୁ ଠିକ ବର୍ଷେ ତଳେ ବାଲେଶ୍ବରର ବାହାନଗାରେ ଦେଶର ସବୁଠାରୁ ବଡ ରେଳ ଦୁର୍ଘଟଣା ଘଟିଥିଲା । 3ଟି ଟ୍ରେନ ମଧ୍ୟରେ ଧକ୍କା ହେବାରୁ 296 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 12ଶହରୁ ଅଧିକ ଆହତ ହୋଇଥିଲେ । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ହଠାତ ବାହାନଗାରେ ଲୁପ ଲାଇନକୁ ଚାଲିଯାଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବଗି ଟ୍ରାକରେ ଛିଟିକି ପଡିଥିଲା । ଏହି ସମୟରେ ଅପର ପାର୍ଶ୍ବରୁ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସ କରମଣ୍ଡଳ ବଗିରେ ପିଟି ହୋଇଥିଲା ।

Last Updated : Jun 2, 2024, 11:59 AM IST

ABOUT THE AUTHOR

...view details