ଲକ୍ଷ୍ନୌ: କାଳ ସାଜିଲା ସ୍ବାମୀ ଅଦଳ ବଦଳ । ଫ୍ୟାମିଲି କୋର୍ଟରେ ପହଞ୍ଚିଲା ମାମଲା । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ଲୌରେ । ୪ ବର୍ଷ ଧରି ଦୁଇ ବନ୍ଧୁ ସ୍ବାମୀ ଅଦଳ ବଦଳ କରି ଆସୁଥିଲେ । ଆଉ ପରେ ନିଜ ସ୍ତ୍ରୀ ପାଖକୁ ଅରାଜି ହେଲେ ସ୍ବାମୀ । ସୂଚନା ଅନୁସାରେ, ବହରାଇଚର ଜଣେ ଯୁବତୀଙ୍କର ବିବାହ ୨୦୧୯ ମସିହାରେ ହୋଇଥିଲା । ଉଭୟ ସ୍ବାମୀ-ସ୍ତ୍ରୀ ଦିଲ୍ଲୀ ସ୍ଥିତ ଆଇଟି କମ୍ପାନୀରେ ଚାକିରି କରନ୍ତି । ଦିନେ ସ୍ତ୍ରୀ ନିଜ ବନ୍ଧୁ ସହ ଭେଟ ହେବାକୁ ସ୍ବାମୀଙ୍କୁ ନେଇ ସମ୍ପୃକ୍ତ ମହିଳାଙ୍କ ଘରେ ପହଞ୍ଚିଥିଲେ । ସେଠାରେ ସେହି ମହିଳାଙ୍କର ସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ । ୪ ଜଣଙ୍କ ମଧ୍ୟରେ ଭଲ ବୁଝାମଣା ରହିଥିଲା । ୪ ଜଣ ଖ୍ରୀଷ୍ଟମାସ ପାର୍ଟି କରିବାକୁ ଯାଇଥିଲେ । ସେଠାରେ ଦମ୍ପତିମାନେ ନିଜ ନିଜ ଭିତରେ ଅଦଳବଦଳ କରାଇବା ପ୍ଲାନ କରିଥିଲେ । ୪ ଜଣଙ୍କ ସହମତିରେ ଏହି ପ୍ଲାନ ପରେ କାର୍ଯ୍ୟକାରୀ ହୋଇଥିଲା ।
କଥା ସେତିକିରେ ସରିନଥିଲା । ବହରାଇଚର ମହିଳାଙ୍କର ତାଙ୍କ ବନ୍ଧୁଙ୍କ ସ୍ବାମୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଉଭୟ ଉଭୟଙ୍କ ସହ ଅଧିକ ସମୟ ବିତାଇବାକୁ ଲାଗିଲେ । ଆଉ ଏ ବିଷୟରେ ଜାଣିବା ପରେ ବିରୋଧ କଲେ ସମ୍ପୃକ୍ତ ମହିଳାଙ୍କ ବନ୍ଧୁ । ତାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ନଦେଇ ଅନ୍ୟ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିବା ନେଇ ସେ ଅଭିଯୋଗ କଲେ । ସେପଟେ ସ୍ବାମୀ ମଧ୍ୟ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଅଦାଲତରେ ଆବେଦନ କରିଥିବା ଜମାପଡିଛି ।