ଭୋପାଳ:ମଧ୍ୟ ପ୍ରଦେଶରେ ବିମାନ ଦୁର୍ଘଟଣା । ଶିବପୁରୀ ନିକଟରେ ଭାରତୀୟ ବାୟୁସେନାର ବିମାନ କ୍ରାସ ହୋଇଥିବା ସୂଚନା ମିଳିଛି । ଟୁ ସିଟର୍ ବିଶିଷ୍ଟ ମିରାଜ୍ ୨୦୦୦ ଫାଇଟର ଏୟାରକ୍ରାଫ୍ଟ ନିୟମିତ ପ୍ରଶିକ୍ଷଣ ପାଇଁ ଉଡ଼ାଣ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ମଧ୍ୟରେ ଥିବା ଦୁଇ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଭୟ ସାମାନ୍ୟ ଆହତ ହୋଇଛନ୍ତି । କେଉଁ କାରଣ ଯୋଗୁଁ ବିମାନ କ୍ରାସ ହେଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି ।
ଏହା ମଧ୍ୟ ପଢନ୍ତୁ-ଲଢୁଆ ବିମାନ ସୁଖୋଇ-ମିରାଜ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ - IAF Fighter Jet Crash
ଏହା ମଧ୍ୟ ପଢନ୍ତୁ-ଦକ୍ଷିଣ-କୋରିଆ ବିମାନ କ୍ରାସ, ସମ୍ଭାବିତ କାରଣ ସମ୍ପର୍କରେ କ’ଣ କହୁଛନ୍ତି ବିଶେଷଜ୍ଞ - PLANE CRASH
ମିରାଜ୍ ୨୦୦୦ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ:
ଆଜି(ଗୁରୁବାର) ଅପରାହ୍ନରେ ଶିବପୁରୀ ଜିଲ୍ଲାର ନରୱାର ତହସିଲରେ ଅବସ୍ଥିତ କରାରାର ସୁନାରୀ ଆଉଟପୋଷ୍ଟ ଅଞ୍ଚଳର ଦେହରେଟା ସାନି ଗାଁରେ ମିରାଜ୍ ୨୦୦୦ ଫାଇଟର ଏୟାରକ୍ରାଫ୍ଟ ଏ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ଏୟାରକ୍ରାଫ୍ଟଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଏହା ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିମାନରେ ବସିଥିବା ୨ ପାଇଲଟଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି । ଜଣେ ପାଇଲଟ୍ଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଫୋନ୍ରେ କଥା ହେଉଥିବାର ଦେଖିବାକୁ ମିଳିଛି ।
twin seater Mirage 2000 fighter aircraft crashed (ETV Bharat) ଗତ ଜାନୁଆରୀରେ ଗୁଜୁରାଟରେ କୋଷ୍ଟଗାର୍ଡର ହେଲିକପ୍ଟର କ୍ରାସ:
ଜାନୁଆରୀ ମାସରେ ଇଣ୍ଡିଆନ କୋଷ୍ଟଗାର୍ଡର ହେଲିକପ୍ଟର ଗୁଜୁରାଟ ପୋରବନ୍ଦରରେ କ୍ରାସ ହୋଇଥିଲା । ଏଏଲଏଚ ଧ୍ରୁବ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ନିୟମିତ ଟ୍ରେନିଂ ସମୟରେ ଏଏଲଏଚ ଧ୍ରୁବ ଦୁର୍ଘଟଣାର ଶିକାର ହୋଇଥିଲା । ତିନି ମୃତକଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ଓ ଅନ୍ୟ ଜଣେ କର୍ମଚାରୀ ରହିଥିଲେ ।
twin seater Mirage 2000 fighter aircraft crashed (ETV Bharat)