ଓଡିଶା

odisha

ETV Bharat / bharat

ଚେନ୍ନାଇରେ ଏୟାର ସୋ' ଟ୍ରାଜେଡି, ଷ୍ଟଣ୍ଟ ଦେଖୁଥିଲେ ଚାଲିଗଲା 4 ଜୀବନ - Chennai Air Show Tragedy

ଚେନ୍ନାଇରେ ଚାଲିଥିଲା ବାୟୁବୀରଙ୍କ ଚିତାକର୍ଷକ ଶକ୍ତି ପ୍ରଦର୍ଶନ । ଏହାକୁ ଉପଭୋଗ କରିବା ସମୟରେ ଘଟିଛି ହୃଦୟ ବିଦାରକ ଘଟଣା । ଶ୍ବାସରୁଦ୍ଧ ଓ ଦଳାଚକଟା ଯୋଗୁ 4 ଜଣଙ୍କ ଜୀବନ ଯାଇଛି ।

By ETV Bharat Odisha Team

Published : 4 hours ago

Chennai Air Show
Chennai Air Show (ETV Bharat Tamilnadu)

ଚେନ୍ନାଇ:21 ବର୍ଷର ବ୍ୟବଧାନ ପରେ ଚେନ୍ନାଇରେ ଆୟୋଜିତ ହୋଇଛି ଏୟାର ସୋ' । ବାୟୁବୀରଙ୍କ ଚିତାକର୍ଷକ ଶକ୍ତି ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସକାଳ 10ଟା 30 ମିନିଟ ସମୟରେ ସୁଖୋଇ ଏସୟୁ-30, ଏଚଏଏଲ ତେଜସ ଏବଂ ରାଫେଲ ଭଳି ରକେଟ୍ ଦର୍ଶକଙ୍କୁ ଚକିତ କରିଦେଇଥିଲା । ଅନ୍ୟପଟେ ଏୟାର ସୋ' ବେଳେ ଘଟିଛି ହୃଦୟ ବିଦାରକ ଘଟଣା । ଦଳାଚକଟା ଓ ପ୍ରବଳ ଭିଡ଼ରେ ଶ୍ବାସରୁଦ୍ଧ ହୋଇ 4 ଜଣ ପ୍ରାଣ ହରାଇଛନ୍ତି । ଏହି ସୋ'ରେ କେବଳ ଭାରତୀୟ ବାୟୁସେନା ଅଧିକାରୀ ସାମିଲ ଥିଲେ ତା ନୁହେଁ, ପାଇଲଟମାନଙ୍କର କୌଶଳ ଦେଖି ମଧ୍ୟ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଚିତାକର୍ଷକ ଏୟାର ସୋ':

Chennai Air Show (ETV Bharat Tamilnadu)

ସାଧାରଣତଃ ଦିଲ୍ଲୀରେ ଆୟୋଜିତ ହୋଇଥାଏ ଏହି ଏୟାର ସୋ'। ହେଲେ ଚଳିତ ବର୍ଷ ଚେନ୍ନାଇରେ ଅନୁଷ୍ଠିତ ହୋଇ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ଏୟାର ସୋ' ଦେଖିବା ପାଇଁ ପାଖାପାଖି 1.5 ମିଲିୟନରୁ ଅଧିକ ଦର୍ଶକ ଆସିଥିଲେ । ଥିରୁଭାନମିୟୁର, ଆଡିଆର ଏବଂ ଏପରିକି ECR ବେଳାଭୂମିରେ ଦର୍ଶକମାନେ ଏୟାର ସୋ' ବେଳେ ପ୍ରଦର୍ଶନ କରାଯାଉଥିବା ଷ୍ଟଣ୍ଟର ମଜା ନେଇଛନ୍ତି। ପ୍ରବଳ ମାତ୍ରାରେ ଭିଡ଼ ଥିବାରୁ ସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରିନଥିଲା । ଫଳରେ ଅନେକ ଲୋକ ଶ୍ବାସରୁଦ୍ଧ ହୋଇଯାଇଥିଲେ ।

ଚାଲିଗଲା 4 ଜୀବନ:

Chennai Air Show (ETV Bharat Tamilnadu)

ଏହି ପରିପ୍ରେକ୍ଷୀରେ, କୋରୁକୁପେଟର ଜନ୍ (56) ନାମକ ଜଣେ ବୃଦ୍ଧ ଏୟାର ସୋ' ଦେଖିବା ପାଇଁ ଆସିଥିବାବେଳେ ମୃତ୍ୟୁବରଣ କରିଛନ୍ତି । ସେହିଭଳି କାର୍ତ୍ତିକେୟାନ, ଶ୍ରୀନିବାସନ ଏବଂ ଦୀନେଶ କୁମାର ନାମକ ଆଉ 3 ଜଣଙ୍କର ମଧ୍ୟ ଜୀବନ ଯାଇଛି । ଅନେକ ଲୋକ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାରେ ଆଉ ପାଦେ, ପ୍ରଥମ ଉଡାଣ ଭରିଲା ସ୍ବଦେଶୀ ଲଢୁଆ ବିମାନ ‘ତେଜସ MK-1A’

ସରକାରଙ୍କୁ ଟାର୍ଗେଟ୍:

Chennai Air Show (ETV Bharat Tamilnadu)

ଜନସାଧାରଣଙ୍କ ପାଇଁ ପର୍ଯ୍ୟାପ୍ତ ଶୌଚାଳୟ ସୁବିଧା ଏବଂ ପାନୀୟ ଜଳ ସୁବିଧା ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ,ଉପଯୁକ୍ତ ପରିବହନ ସୁବିଧା ଅଭାବରୁ ଭାରି ଟ୍ରାଫିକରେ ଫସି ରହିଥିଲେ ଲୋକେ । ଅନ୍ୟପଟେ 4 ଜଣଙ୍କ ଜୀବନ ଯାଇଥିବାବେଳେ ଏଭଳି ଦୁର୍ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ପରିଚାଳନାଗତ ତ୍ରୁଟି ଅଭିଯୋଗ ଆଣି ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

Chennai Air Show (ETV Bharat Tamilnadu)

ଏହା ବି ପଢନ୍ତୁ...ଆସୁଛି ଭାରତୀୟ ବାୟୁସେନା ଦିବସ; ଚେନ୍ନାଇ ବେଳାଭୂମିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ; ଆକାଶରେ ବାୟୁବୀରଙ୍କ ଜଲୱା ଦେଖିବ ବିଶ୍ବ - Chennai Marina Air Show 2024

Also Read: Dubai Air Show 2021: ଉଦଯାପନୀ ଦିବସରେ ଦୃଷ୍ଟି ଆକର୍ଷଣ କଲା ସୂର୍ଯ୍ୟକିରଣ ଓ ତେଜସ

Also Read: ପୁରୀରେ ସୂର୍ଯ୍ୟକିରଣ ଜଲୱା, ରିହଲସଲ୍ କଲେ ବାୟୁବୀର

Also Read: ରାଜଧାନୀ ଆକାଶରେ ବାୟୁସେନାର ଏୟାର ସୋ ଜଲୱା, ଅଭିଭୂତ ଦେଖଣାହାରୀ

ABOUT THE AUTHOR

...view details