ଓଡିଶା

odisha

ETV Bharat / bharat

‘କେଜ୍ରିଓ୍ବାଲ ଥିବା ଯାଏଁ ବିଜେପି ଦିଲ୍ଲୀରେ ଜିତିପାରିବ ନାହିଁ, ସେଥିପାଇଁ ମିଛ ମାମଲାରେ ଜେଲ ପଠାଗଲା’ - Arvind Kejriwal arrest case - ARVIND KEJRIWAL ARREST CASE

AAP leader Sanjay Singh target BJP: ବିଜେପି ବିରୋଧରେ ବର୍ଷିଲେ ସଞ୍ଜୟ । କହିଲେ କେଜ୍ରିଓ୍ବାଲ ଥିବା ଯାଏ ଦିଲ୍ଲୀରେ ସରକାର ଗଠନ କରିପାରିବ ନାହିଁ ବିଜେପି । ସେଥିପାଇଁ ମିଛ ମାମଲାରେ ପଠାଗଲା ଜେଲ । ଅଧିକ ପଢନ୍ତୁ

‘କେଜ୍ରିଓ୍ବାଲ ଥିବା ଯାଏ ବିଜେପି ଦିଲ୍ଲୀରେ ଜିତିପାରିବ ନାହିଁ, ସେଥିପାଇଁ ମିଛ ମାମଲାରେ ଜେଲ ପଠାଗଲା’
‘କେଜ୍ରିଓ୍ବାଲ ଥିବା ଯାଏ ବିଜେପି ଦିଲ୍ଲୀରେ ଜିତିପାରିବ ନାହିଁ, ସେଥିପାଇଁ ମିଛ ମାମଲାରେ ଜେଲ ପଠାଗଲା’

By ETV Bharat Odisha Team

Published : Apr 7, 2024, 10:10 PM IST

ନୂଆଦିଲ୍ଲୀ:କେଜ୍ରିଓ୍ବାଲ ମୈଦାନରେ ସକ୍ରିୟ ଥିବା ପର୍ଯ୍ୟନ୍ତ ଦିଲ୍ଲୀରେ ବିଜେପି କେବେ ସରକାର ଗଠନ କରିବାରେ ସଫଳ ହେବନି । ଏକଥା ବିଜେପି ସ୍ପଷ୍ଟ ଭାବେ ଜାଣିଛି । ସେଥିପାଇଁ ନିର୍ବାଚନ ପୂର୍ବରୁ ମିଛ ମାମଲାରେ ଗିରଫ କରାଯାଇ ତାଙ୍କୁ ଜେଲରେ ବନ୍ଦ କରାଗଲା । ଏହି କାର୍ଯ୍ୟାନୁଷ୍ଠାନରେ କେଉଁ ପ୍ରକାର ଷଡଯନ୍ତ୍ର ରହିଛି, ସେକଥା ସମସ୍ତେ ଜାଣନ୍ତି ବୋଲି କହିଛନ୍ତି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସମାନ ମାମଲାରେ ଏବେ ବେଲ ପାଇ ଜେଲରୁ ଫେରିଥିବା ସାଂସଦ ସଞ୍ଜୟ ସିଂ ।

ଆଜି ଏହି ପ୍ରସଙ୍ଗରେ ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେଇ ସଞ୍ଜୟ କହିଛନ୍ତି, ‘‘ଏହା କେତେ ବଡ ଷଡଯନ୍ତ୍ର ଆମେ ଜାଣିଛୁ । କେଜ୍ରିଓ୍ବାଲଙ୍କ ମାମଲାରେ କେନ୍ଦ୍ରୀୟ ସଂସ୍ଥା ମୋଟ 12ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ 10ଟି ସାକ୍ଷ କେଜ୍ରିଓ୍ବାଲଙ୍କ ସପକ୍ଷରେ ଯାଇଥିଲା । ଅନ୍ୟ ଦୁଇଟି ମାତ୍ର ମିଥ୍ୟା ସାକ୍ଷା ଆଧାରରେ ଜଣେ ନିିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫ କରି ଜେଲ ପଠାଗଲା । ଏହା କେବଳ ବିଜେପିର ଭୟ । ବିଜେପି ସ୍ପଷ୍ଟ ଭାବେ ଜାଣିଛି ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀରେ ଥିବା ଯାଏ ଦଳ କେବେ ବି କ୍ଷମତା ହାସଲ କରିପାରିବ ନାହିଁ । ବିଜେପି ସାରା ଦେଶରେ ଭ୍ରଷ୍ଟାଚାର ବିରୋଧରେ ଲଢିବା କଥା କହୁଛି । ମାତ୍ର ସବୁ ଭ୍ରାଷ୍ଟାଚାରୀ ନେତାଙ୍କୁ ନିଜ ଦଳରେ ସାମିଲ କରି ସଂରକ୍ଷଣ ଦେବାରେ ଲାଗିଛି । ଏକଥା ସମସ୍ତେ ଜାଣନ୍ତି ।’’

ଆହୁରି ମଧ୍ୟ ସେ କହିଛନ୍ତି, ସେ ତିହାର ଜେଲରେ ବନ୍ଦ ଥିବା ବେଳେ ତାଙ୍କ ସମ୍ପର୍କରେ ତଥ୍ୟ ଜେଲ କର୍ତ୍ତୃପକ୍ଷ ବାହାରକୁ ପାସ କରୁଥିଲେ । ଜଣେ ବିଚାର ବିଭାଗୀୟ ବନ୍ଦୀ ପ୍ରତି ଏହା ଉଚିତ ନୁହେଁ । ସେ ଏସମ୍ପର୍କରେ ଏକ ନୋଟିସ ତିହାର ଜେଲ କର୍ତ୍ତୃପକ୍ଷକୁ କରିବେ ।

ଏହା ମଧ୍ୟ ପଢନ୍ତୁ :- ‘କାଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା’, ଖଡଗେଙ୍କୁ ମୋଦିଙ୍କ ସିଧା ଟାର୍ଗେଟ - PM MODI TARGET KHARGE

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଞ୍ଜୟ ମଧ୍ୟ ସମାନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲେ । ଏକାଧିକ ଥର ଜାମିନ ଖାରଜ ହେବା ସହ ଦୀର୍ଘ 6ମାସ ଜେଲରେ ରହିବା ପରେ ସେ ଚଳିତ ସପ୍ତାହରେ ସୁପ୍ରିମକୋର୍ଟରୁ ବେଲ ପାଇ ମୁକ୍ତ ହୋଇଛନ୍ତି । ଜେଲରୁ ମୁକ୍ତ ହେବା ପରେ କ୍ରମାଗତ ବିଜେପି ବିରୋଧରେ ଭ୍ରଷ୍ଟାଚାର ପ୍ରସଙ୍ଗରେ ଟିପ୍ପଣୀ କରିବାରେ ଲାଗିଛନ୍ତି । ବିଜେପିରେ କେତେ ଭ୍ରଷ୍ଟାଚାରୀ ଆମଦାନୀ ନେତା ଅଛନ୍ତି, ସେ ସମ୍ପର୍କରେ ମଧ୍ୟ ସେ ପ୍ରେସମିଟ କରି ଦୁଇଦିନ ତଳେ ବର୍ଷିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details