ହାଇଦ୍ରାବାଦ:ତେଲେଙ୍ଗାନାବାସୀଙ୍କ ପାଇଁ ଖୁସି ଖବର । ଏଣିକି ହାଇଦ୍ରାବାଦରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ । ରେଷ୍ଟ୍ରୁରାଣ୍ଟ, ହୋଟେଲ ଓ ଅନ୍ୟ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ରାତି ୧ଟା ପର୍ଯ୍ୟନ୍ତ ଚାଲୁ ରଖିବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଶୁକ୍ରବାର ଘୋଷଣା କରିଛନ୍ତି । ଗ୍ରାହକମାନଙ୍କ ସୁବିଧା ପାଇଁ ହାଇଦ୍ରାବାଦରେ ସମସ୍ତ ଦୋକାନ ବଜାର ଏଣିକି ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ।
ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏନେଇ କହିଛନ୍ତି, "ହାଇଦ୍ରାବାଦରେ କେବଳ ମଦ ଦୋକାନ ଓ ବାର ବ୍ୟତୀତ ଅନ୍ୟ ସମସ୍ତ ହୋଟେଲ, ରେଷ୍ଟ୍ରୁରାଣ୍ଟ ଓ ଅନ୍ୟାନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ରାତି ଗୋଟାଏ ପର୍ଯ୍ୟନ୍ତ ଖୋଲା ଓ କାର୍ଯ୍ୟକ୍ଷମ ହେବାକୁ ନିର୍ଦ୍ଦେଶ ଦିଆଯିବ । ଏହି ପରିପ୍ରେକ୍ଷୀରେ ସମସ୍ତ ୩ ପୋଲିସ କମିଶନରେଟକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯିବ ।
କେବଳ ମଦ ଦୋକାନ ଛାଡି ଅନ୍ୟ ସମସ୍ତ ଦୋକାନ ରାତି ୧ ପର୍ଯ୍ୟନ୍ତ ଖୋଲା: ହାଇଦ୍ରାବାଦରେ ରାତି ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅନୁମତି ପ୍ରଦାନ କରିଛନ୍ତି ।କେବଳ ମଦ ଦୋକାନକୁ ଏଥିରେ ବାଦ ଦିଆଯାଇଛି । ମଦ ଦୋକାନ ପୂର୍ବ ସମୟ ଅନୁସାରେ ବନ୍ଦ କରାଯିବ । ମୁଖ୍ୟମନ୍ତ୍ରୀ ଏନେଇ କହିଛନ୍ତି, "ମଦ ଦୋକାନ ପୂର୍ବ ସମୟ ଅନୁଯାୟୀ ବନ୍ଦ ରହିବ । ମୁଁ ମଦ ବିରୋଧୀ ଅଟେ ।ଯଦି ମଦ ଦୋକାନ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରହିବ ତେବେ ଲୋକମାନେ ଅଧିକ ମଦ ପିଇବେ । ମୁଁ ଏନେଇ ସରକାରୀ ଭାବେ ନିର୍ଦ୍ଦେଶ ଦେଉଛି । ଏଥିରେ କାହାର ସମସ୍ୟା ରହିବ ନାହିଁ ।"