ହାଇଦ୍ରାବାଦ: ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରାଜନ । ଆଜି ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ତାମିଲନାଡୁରୁ ଲୋକସଭା ନିର୍ବାଚନରେ ଲଢିବା ପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି । ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଏନେଇ ତାମିଲସାଇ ସୁନ୍ଦରାଜନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 2019 ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ମୁଖ୍ୟ ଥିଲେ ତାମିଲସାଇ ସୁନ୍ଦରାଜନ । ସେପ୍ଟେମ୍ବର 2019ରେ ସେ ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । 2021ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ବିଦାୟୀ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ସୁନ୍ଦରରାଜନ, ଗତକାଲି ଫଳାଫଳ ପରେ କେସିଆର ଦେଇଥିଲେ ଇସ୍ତଫା
ରାଜ୍ୟପାଳ ହେବା ପୂର୍ବରୁ ବିଜେପି ସହ ଜଡିତ ରହିଥିଲେ ତାମିଲସାଇ ସୁନ୍ଦରାଜନ । ସେ ଚଳିତ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ତାମିଲନାଡୁରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । 2019 ମସିହାରେ ସେ ଥୁଥୁକୁଡିରୁ ଲୋକସଭା ନିର୍ବାଚନ ଲଢିଥିଲେ । କିନ୍ତୁ ଡିଏମକେ ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ । ସେହି ବର୍ଷ ସେପ୍ଟେମ୍ବର ମାସରେ ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ ସେ । ତାମିଲିସାଇ ସୁନ୍ଦରରାଜନ ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ସେ ତେଲେଙ୍ଗାନାର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଥିଲେ । 2021ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପୂର୍ବରୁ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯିବା ପରେ ତାଙ୍କ ସ୍ଥାନରେ ସୌନ୍ଦରାଜନଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା ।
ଲୋକସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି । ଏହି ତାଲିକାରେ ତାମିଲସାଇ ସୁନ୍ଦରାଜନଙ୍କ ନାମ ଆସିବା ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ, ପୁଡୁଚେରୀ କିମ୍ବା ଚେନ୍ନାଇ ଦକ୍ଷିଣ ଆସନରୁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ତାମିଲନାଡୁରେ ରହିଛି 39ଟି ଲୋକସଭା ସିଟ । ଏଠାରେ ପ୍ରଥମ ପର୍ଯ୍ୟାୟ ଏପ୍ରିଲ 19 ତାରିଖରେ ହେବ ଭୋଟ ଗ୍ରହଣ ହେବ । ଜୁନ 4 ତାରିଖରେ ନିର୍ବାଚନ ଫଳାଫଳ ଆସିବ । ଗତ ଶନିବାର ଦେଶରେ ଲୋକସଭା ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ନିର୍ବାଚନ ଆୟୋଗ । ମୋଟ 7ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ ।