ହାଇଦ୍ରାବାଦ:ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ସେ ICUରେ ଭର୍ତ୍ତି ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ରତନ ଟାଟା । ଏହାପୂର୍ବରୁ ମଧ୍ୟ ରତନ ଟାଟା ଅସୁସ୍ଥ ହେବା ନେଇ ଖବର ଆସିଥିଲା । ଏନେଇ ସେ ନିଜେ ବୟାନ ଜାରି କରି କେବଳ ରୁଟିନ ଚେକ୍ ଅପ୍ ହୋଇଥିବା କଥା କହିଥିଲେ ।
ପୂର୍ବରୁ ଅସୁସ୍ଥତାକୁ ଖଣ୍ଡନ କରିଥିଲେ:
ରକ୍ତରାପ ହ୍ରାସ ପାଇବାରୁ ତାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସୁସ୍ଥ ଥିବା ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ସ୍ପଷ୍ଟ କରିଥିଲେ । ଚିନ୍ତାର କୌଣସି କାରଣ ନାହିଁ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଆସିଥିଲି ବୋଲି ଉଲ୍ଲେଖ କରିଥିଲେ । ଏହାସହ "ମୋତେ ନେଇ ପ୍ରସାରିତ ହେଉଥିବା ଗୁଜବ" ଏସବୁରୁ ଦୂରେଇ ରହିବାକୁ ସେ ନିବେଦନ କରିଥିଲେ।
ରତନ ଟାଟାଙ୍କ ସଫଳତା: