ଓଡିଶା

odisha

ETV Bharat / bharat

ବାହାନଗା ଟ୍ରାଜେଡିର ପୁନରାବୃତ୍ତି ! ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌

ପ୍ରଶ୍ନଘେରରେ ଭାରତୀୟ ରେଳବାଇର ସିଗ୍ନାଲିଂ ସିଷ୍ଟମ । ମେନ-ଲାଇନରୁ ଲୁପ-ଲାଇନରେ ପଶି ମାଲଗାଡିକୁ ପଟିଲା ଦ୍ରୁତଗାମୀ ଏକ୍ସପ୍ରେସ । ଗତବର୍ଷ ସମାନ ଢଙ୍ଗରେ ବାହାନଗା ଟ୍ରେନ ଟ୍ରାଜେଡି ନେଇଥିଲା 3ଶହ ଜୀବନ ।

By ETV Bharat Odisha Team

Published : 5 hours ago

Updated : 4 hours ago

ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌
ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌ (ETV Bharat Odisha)

ଚେନ୍ନାଇ: ବାଲେଶ୍ବର ବାହାନଗାରେ ଗତବର୍ଷ ଘଟିଥିବା ଟ୍ରେନ୍‌ ଟ୍ରାଜେଡିର ପୁନରାବୃତ୍ତି । ମେନ-ଲାଇନ ଛାଡି ଲୁପ-ଲାଇନରେ ପ୍ରବେଶ କରି ଛିଡା ହୋଇଥିବା ମାଲଗାଡିକୁ ପଛପଟୁ ଧକ୍କା ଦେଲା ଦ୍ରୁତ ବେଗରେ ଆସୁଥିବା ‘ମହୀଶୂର-ଦରଭଙ୍ଗା ବାଗମତୀ ଏକ୍ସପ୍ରେସ’ । ଦୁର୍ଘଟଣା ଏତେ ପ୍ରଚଣ୍ଡ ଥିଲା ଯେ, ଏକ୍ସପ୍ରେସର 12ଟି ବଗି ଲାଇନଚ୍ୟୁତ ହେବା ସହ ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା । 20ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ସୁଦ୍ଧା ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନି । ମାତ୍ର ଆହତଙ୍କ ମଧ୍ୟରେ ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ମାମଲା ସାମ୍ନାକୁ ଆସିବାର ଆଶଙ୍କା ମଧ୍ୟ ରହିଛି ।

ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ସ୍ପଷ୍ଟ ଯେ, ଗତବର୍ଷ ବାଲେଶ୍ବର ବାହାନଗାରେ ଘଟିଥିବା ତ୍ରିକୋଣୀୟ ଟ୍ରେନ୍‌ ଟ୍ରାଜେଡି ପରି କାରଣ ରହିଛି । ଯାହାକି ରେଳବାଇର ବୈଷୟିକ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ସିଗ୍ନାଲିଂ ଏରର ପାଇଁ ଏପରି ଦୁର୍ଘଟଣା ଘଟିଥିବାର ସର୍ବାଧିକ ଅନୁମାନ କରାଯାଉଛି । ଦ୍ରୁତଗତିରେ ଆସୁଥିବା ଏକ୍ସପ୍ରେସ ଭୁଲ ସିଗନାଲ ପାଇଁ ମେନ-ଲାଇନ ପରିବର୍ତ୍ତେ ଲୁପ-ଲାଇନରେ ପ୍ରବେଶ କରିବା ଫଳରେ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଭାରତୀୟ ରେଳ ଏବେ କବଚ ସିଷ୍ଟମ ଓ ଅନ୍ୟ ଅତ୍ୟାଧୁନିକ ବ୍ୟବସ୍ଥାକୁ ଲାଗୁ କରିବାରେ ଲାଗିଥିବା ବେଳେ ଏପରି ଦୁର୍ଘଟଣା ରେଳଯାତ୍ରାର ନିରାପତ୍ତା ଓ ବୈଷୟିକ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌ (ETV Bharat Odisha)
  • ମେନ-ଲାଇନରୁ ଲୁପ-ଲାଇନରେ ପଶିଗଲା ଦ୍ରୁତଗାମୀ ଟ୍ରେନ

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ 8ଟା ସମୟରେ ଏହି ଦୁର୍ଘଟଣା ଘଟିଛି । କର୍ଣ୍ଣାଟକର ମହୀଶୂର ଷ୍ଟେସନରୁ ବିହାର ଦରଭଙ୍ଗା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ‘ବାଗମତୀ ଏକ୍ସପ୍ରେସ’ (12578)। ତାମିଲନାଡୁର ତିରୁଭୁଲ୍ଲାର ଜିଲ୍ଲାର କାଭାରାଇପେଟ୍ଟାଇ ଷ୍ଟେସନ ଅତିକ୍ରମ କରିବା ପରେ ଏକ୍ସପ୍ରେସ ଟ୍ରେନଟି ହଠାତ ମେନ-ଲାଇନରୁ ଲୁପ-ଲାଇନରେ ପ୍ରବେଶ କରିଥିଲା । ସେତେବେଳେ ଟ୍ରେନର ବେଗ ପ୍ରାୟ ଘଣ୍ଟା ପ୍ରତି 70 ରୁ 80 କି.ମି ମଧ୍ୟରେ ଥିଲା । ସେହି ଲୁପ-ଲାଇନରେ ପୂର୍ବରୁ ଏକ ମାଲଗାଡି ଛିଡା ହୋଇରହିଥିଲା । ଦ୍ରୁତଗାମୀ ‘ବାଗମତୀ ଏକ୍ସପ୍ରେସ’ ମାଲଗାଡିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଏକ୍ସପ୍ରେସର 12ଟି ବଗି ଲାଇନଚ୍ୟୁତ ହୋଇଥିଲା । ପାଓ୍ବରକାର ବଗିରେ ନିଆଁ ଲାଗିଯାଇଥିଲା ଓ ପରେ ଅନ୍ୟ ଏକ ବଗିକୁ ମଧ୍ୟ ବ୍ୟାପୀ ଯାଇଥିଲା ।

ବାହାନଗାର ଟ୍ରାଜେଡିର ପୁନରାବୃତ୍ତି ! ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌ (ETV Bharat Odisha)
ବାହାନଗାର ଟ୍ରାଜେଡିର ପୁନରାବୃତ୍ତି ! ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ବାଲେଶ୍ବର ଟ୍ରେନ ଦୁର୍ଘଟଣା CRS ରିପୋର୍ଟ, ସିଗନାଲିଂ ତ୍ରୁଟି କାରଣ

ଏହା ମଧ୍ୟ ପଢନ୍ତୁ :Odisha Train Tragedy: ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଏହା ମଧ୍ୟ ପଢନ୍ତୁ :-କାଳରାତ୍ରିର କଳା କାହାଣୀ, ମୃତ୍ୟୁକୁ ନେଇ ଆସିଥିଲା ଲୌହ ଦାନବ

  • ମୁଖ୍ୟତଃ ଦୁଇ ସମ୍ଭାବ୍ୟ କାରଣ:-

ଦକ୍ଷିଣ ରେଳ ଡିଭିଜନ ମହାପ୍ରବନ୍ଧକ ଆର.ଏନ ସିଂ କହିବା ଅନୁସାରେ, ‘ବାଗମତୀ ଏକ୍ସପ୍ରେସ’ର କାଭାରାଇପେଟ୍ଟାଇ ଷ୍ଟେସନରେ ରହଣୀ ନଥିଲା । ଫଳରେ ଟ୍ରେନକୁ ନିର୍ଦ୍ଧାରିତ ବେଗରେ ମେନ-ଲାଇନରେ ହିଁ ଷ୍ଟେସନ ଅତିକ୍ରମ କରିଯିବାର ଥିଲା । ସେଥିପାଇଁ ପୂର୍ବରୁ ସିଗନାଲ ମଧ୍ୟ ରହିଥିଲା । ମାତ୍ର ଟ୍ରେନଟି ଲୁପ-ଲାଇନରେ ପ୍ରବେଶ କରିବାରୁ ଏପରି ଦୁର୍ଘଟଣା ଘଟିଛି । ତେବେ ସିଗନାଲିଂ ତ୍ରୁଟି ପାଇଁ ଟ୍ରେନଟି ଲୁପ-ଲାଇନରେ ପ୍ରବେଶ କରିଥାଇ ପାରେ, ନଚେତ ଲୋକୋପାଇଲଟଙ୍କ ଅବାବଧାନତା ପାଇଁ ଗାଡିଟି ଲୁପଲାଇନକୁ ଯାଇଥାଇ ପାରେ ବୋଲି ସନ୍ଦେହ କରାଯାଇଛି । ରେଳବାଇର ତଦନ୍ତରେ ଏହା ବୈଷୟିକ ନା ମାନବୀୟ ତ୍ରୁଟି ତାହା ଜଣାପଡିବ ।

  • ଆଧୁନିକୀରଣ ଚାଲିଥିବା ବେଳେ ବଢିବାରେ ଲାଗିଛି ଦୁର୍ଘଟଣା

ବିଶ୍ବର 4ର୍ ବୃହତ୍ତମ ରେଳ ନେଟଓ୍ବାର୍କ ହେଉଛି ଭାରତ । ବିଶାଳ ଲୋକସଂଖ୍ୟାବହୁଳ ଦେଶର ଏହା ହେଉଛି ପରିବହନ ମେରୁଦଣ୍ଡ । ଭାରତୀୟ ରେଳ ଏବେ ଏକାଧିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ହେଉଛି । ଦୁର୍ଘଟଣା ରୋକିବା ପାଇଁ ‘କବଚ ସିଷ୍ଟମ’ ବ୍ୟବହାର ହେବା ଆରମ୍ଭ ହୋଇଛି । ଶତପ୍ରତିଶତ ବିଦ୍ୟୁତକରଣ କରି ଡିଜେଲ ଲୋକୋମୋଟିଭକୁ କାର୍ଯ୍ୟରୁ ବାଦ ଦେବା, ଟ୍ରାଫିକ ସମସ୍ୟା ହ୍ରାସ କରିବା ଟ୍ରେନର ଗତି ବଢାଇବା ଓ ଯାତ୍ରା ସମୟ ହ୍ରାସ କରିବା ପରି ଲକ୍ଷ୍ୟରେ ରେଳବାଇ କାମ କରୁଛି । ଏହା ସହ ସ୍ବଦେଶୀ ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ ମଧ୍ୟ ଟ୍ରାକରେ ହଡୁଛି । ଦେଶର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପ ବମ୍ବେ- ଅହମ୍ମଦାବାଦ ରୁଟରେ କାମ ଜାରି ରହିଛି । ଏହାରି ମଧ୍ୟରେ ସିଗ୍ନାଲିଂ ତ୍ରୁଟି କାରଣରୁ ବାରମ୍ବାର ଦୁର୍ଘଟଣା ଘଟିବା ରେଳବାର ବୈଷୟିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାହାନଗାର ଟ୍ରାଜେଡିର ପୁନରାବୃତ୍ତି ! ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌ (ETV Bharat Odisha)
  • ଟ୍ରେନରେ ଥିଲେ 13ଶହ ଯାତ୍ରୀ, 20 ରୁ ଅଧିକ ଆହତ:-

ବାଗମତୀ ଏକ୍ସପ୍ରେସରେ ପ୍ରାୟ 13ରୁ ଅଧିକ ଯାତ୍ରୀ ଥିଲେ । ତୁରନ୍ତ ଖବର ପାଇଁ ରେଳବାଇ, ପ୍ରଶାସନ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ 20ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଏବେ ସେହି ଲାଇନରେ ରେଳ ଚଳାଚଳ ବନ୍ଦ ରହିବା ସହ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳବାଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଭାବେ ଏହା ଏକ ସିଗ୍ନାଲିଂ ଏରର କିମ୍ବା ଲୋକୋ-ପାଇଲଟଙ୍କ ତ୍ରୁଟି କାରଣରୁ ବୋଲି ସନ୍ଦେହ କରାଯାଉଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବା ନେଇ ଦକ୍ଷିଣ-ରେଳଜୋନ ପକ୍ଷରୁ କୁହାଯାଇଛି ।

ବାହାନଗାର ଟ୍ରାଜେଡିର ପୁନରାବୃତ୍ତି ! ସନ୍ଦେହରେ ରେଳବାଇ ସିଗ୍ନାଲିଂ ସିଷ୍ଟମ୍‌, ଲୁପ୍‌-ଲାଇନରେ ପଶି ମାଲଗାଡିକୁ ପିଟିଲା ଏକ୍ସପ୍ରେସ୍‌ (ETV Bharat Odisha)

ଏହା ବି ପଢନ୍ତୁ- ପୁଣି ଟ୍ରେନ ଦୁର୍ଘଟଣା, ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’ - Somnath express derailed

ଏହା ବି ପଢନ୍ତୁ-Train Hits LPG Cylinder: ଟ୍ରାକରେ ରଖା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଏକ୍ସପ୍ରେସ ଟ୍ରେନ୍‌, ଅଳ୍ପକେ ଟଳିଲା ବଡ ଦୁର୍ଘଟଣା - Major Accident Averted

  • ସମାନ ଢଙ୍ଗରେ ଘଟିଥିଲା ବାହାନଗା ଟ୍ରାଜେଡି:-

ଗତବର୍ଷ 2023 ଜୁନ 2 ତାରିଖରେ ବାଲେଶ୍ବର ଜିଲ୍ଲା ବାହନଗାରେ ଘଟିଥିବା ରେଳ ଦୁର୍ଘଟଣା ସମଗ୍ର ବିଶ୍ବକୁ ସ୍ତବ୍ଦ କରିଦେଇଥିଲା । ସିଗ୍ନାଲିଂ ତ୍ରୁଟି କାରଣରୁ ଦ୍ରୁତଗାମୀ ହାଓ୍ବଡା- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଲୁପଲାଇନରେ ପ୍ରବେଶ କରି ହଲ୍ଟମୋଡରେ ଥିବା ଏକ ଲୁହାପଥର ବୋଝେଇ ମାଲଗାଡିକୁ ଧକ୍କା ଦେଇଥିଲା । ପ୍ରାୟ 20 ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଥିଲା । ସେତେବେଳେ କରମଣ୍ଡଳ ଏକ୍ସପ୍ରେସର ବେଗଥିଲା ଘଣ୍ଟାପ୍ରତି 128 କିମି । ଏହାର ଏକାଧିକ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ପାର୍ଶ୍ବବର୍ତ୍ତୀ ଟ୍ରାକରେ ଆସୁଥିବା ଯଶୋବନ୍ତପୁର-ହାଓ୍ବଡା ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା । ଏହି ତ୍ରିକୋଣୀୟ ଦୁର୍ଗଟଣାରେ ପ୍ରାୟ 3ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା । ରେଲଓ୍ବା ସେଫ୍ଟି କମିଶନରଙ୍କ ତଦନ୍ତରେ ଏହା ଏକ ସିଗ୍ନାଲିଂ ଏରର ବା ତ୍ରୁଟି ବୋଲି ଜଣାପଡିଥିଲା । ପରବର୍ତ୍ତୀ ସମୟରେ ସିବିଆଇ ମଧ୍ୟ ଦୁର୍ଘଟଣାର ତଦନ୍ତ କରି ଏକାଧିକ ରେଳ କର୍ମଚାରୀଙ୍କୁ ଗିରଫ କରିଥିଲା ।

  • ତାମିଲନାଡୁ ଦୁର୍ଘଟଣା ସମ୍ପର୍କିତ ହେଲ୍ପଲାଇନ ନମ୍ବର ଜାରି

ଚେନ୍ନାଇ- ଡିଭିଜନ

044 25354151

044 25330952

044 25330953

044 24354995

  • ସମସ୍ତିପୁର (ବିହାର)

06274-81029188

  • ଦରଭଙ୍ଗା (ବିହାର)

06272-8210335395

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 4 hours ago

ABOUT THE AUTHOR

...view details