ହାଇଦ୍ରାବାଦ: ଲୋକସଭା ବିରୋଧୀ ଦଳ ନେତା ହେବା ପରେ ପ୍ରଥମବିଦେଶ ଗସ୍ତରେ ଥିବା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ତମାମ ବିଜେପି ନେତାଙ୍କ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ରାହୁଲ ସର୍ବଦା ଦେଶ ବିରୋଧୀ ମନ୍ତବ୍ୟ ଦେଇଆସିଛନ୍ତି । ଦେଶର ସୁରକ୍ଷାକୁ ବିପନ୍ନ କରିବା ଓ ଲୋକଙ୍କ ଭାବପ୍ରବଣତାକୁ ଆଘାତ ପହଞ୍ଚାଇବା ତାଙ୍କ ଅଭ୍ୟାସରେ ପରିଣତ ହୋଇସାରିଲାଣି । ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଶକ୍ତିଙ୍କ ସମର୍ଥନରେ ରହିଛନ୍ତି ରାହୁଲ । ଦେଶରେ ସଂରକ୍ଷଣକୁ ରଦ୍ଦ କରିବା ବିଷୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ସାମ୍ନାକୁ ଆଣିଛନ୍ତି ବୋଲି ଦର୍ଶାଇ ଶାହ କଡା ଭାଷାରେ ସମାଲୋଚନା କରିଛନ୍ତି ।
- ଦେଶ ବିରୋଧୀ ମନ୍ତବ୍ୟ ଦେବା ରାହୁଲଙ୍କ ଅଭ୍ୟାସ
ରାହୁଲଙ୍କୁ ସମାଲୋଚନା କରି ଏକ ଦୀର୍ଘ ଟ୍ବିଟରେ ଶାହ ଲେଖିଛନ୍ତି ,‘‘ଦେଶକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ତଥା ଶକ୍ତିକୁ ସମର୍ଥନ କରିବା ଓ ଦେଶ ବିରୋଧୀ ବିବୃତ୍ତି ଦେବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ଏକ ଅଭ୍ୟାସରେ ପରିଣତ ହୋଇସାରିଛି । ଜମ୍ମୁ କାଶ୍ମୀରରେ ଦେଶ ବିରୋଧୀ ଏଜେଣ୍ଡାକୁ ସେମାନେ (କଂଗ୍ରେସ) ସମର୍ଥନ କରୁଛି । ସେହିପରି ବିଦେଶୀ କାର୍ଯ୍ୟକ୍ରମରେ ଭାରତ ବିରୋଧୀ ବିବୃତ୍ତି ଦେଇ ରାହୁଲ ଗାନ୍ଧୀ ସର୍ବଦା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଆସିଛନ୍ତି ।’’
- ସାମାଜିକ ସଦଭାବନା ନଷ୍ଟ କରୁଛି ରାହୁଲଙ୍କ ମନ୍ତବ୍ୟ !
ଶାହ ଆହୁରି ମଧ୍ୟ ଲେଖିଛନ୍ତି, ‘‘ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ଆଞ୍ଚଳିକତା, ଧର୍ମ ଏବଂ ଭାଷାଗତ ମତଭେଦ ସୃଷ୍ଟି କରିବା ନେଇ କଂଗ୍ରେସ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଦେଶରେ ସଂରକ୍ଷଣକୁ ରଦ୍ଦ କରିବା ବିଷୟରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ସାମ୍ନାକୁ ଆଣିଛି । ତାଙ୍କ ମନରେ ଥିବା ସଂରକ୍ଷଣ ବିରୋଧୀ ମାନସିକତା ଶେଷରେ ଶବ୍ଦ ଭାବେ ପ୍ରକାଶ ପାଇଛି । ମୁଁ ରାହୁଲ ଗାନ୍ଧୀଙ୍କୁ କହିଦେବାକୁ ଚାହେଁ, ଯେପର୍ଯ୍ୟନ୍ତ ବିଜେପି ଅଛି, କେହି ସଂରକ୍ଷଣକୁ ରଦ୍ଦ କରିପାରିବେ ନାହିଁ କିମ୍ବା ଦେଶର ସୁରକ୍ଷାକୁ ବିପନ୍ନ କରିପାରିବେ ନାହିଁ ।’’
- ଏଥର ବିଦେଶ ଗସ୍ତରେ ମଧ୍ୟ ଚର୍ଚ୍ଚାରେ ରାହୁଲ:-