ଚେନ୍ନାଇ: ଅଯୋଧ୍ୟା ରାମ ମନ୍ଦିରରେ ବିରାଜିଛନ୍ତି ରାମଲାଲା । ମଙ୍ଗଳମୟ ମନ୍ତ୍ର ଧ୍ୱନିରେ 84 ସେକେଣ୍ଡର ଦିବ୍ୟ ମୁହୂର୍ତ୍ତ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ସାଜି ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିଛନ୍ତି । ଦୀର୍ଘ 500 ବର୍ଷ ଧରି ଏହି ଦିବ୍ୟ ମୁହୂର୍ତ୍ତକୁ ସାରା ଦେଶବାସୀ ଅନେଇ ରହିଥିବା ବେଳେ ମାହେନ୍ଦ୍ର ସମୟ ପହଞ୍ଚିଛି । ଅଯୋଧ୍ୟା ହୋଇଛି ରାମମୟ । ତେବେ ଅଯୋଧ୍ୟା ରାମ ମନ୍ଦିରରେ ସୀତାମାତାଙ୍କ ମୂର୍ତ୍ତି ପରିଧାନ କରିଥିବା ଶାଢୀର ରହିଛି ବିଶେଷତ୍ୱ । ପାରମ୍ପରିକ ତଥା ପ୍ରାକୃିତକ କଦଳୀ ପଟୁଆରେ ତିଆରି ହୋଇଛି ଏହି ନିଆରା ଶାଢୀ । ପ୍ରାକୃତିକ ସାମଗ୍ରୀରୁ ପ୍ରସ୍ତୁତ ଏହି ଶାଢୀରେ କୌଣସି ପ୍ରକାର ରାସାୟନିକ ପଦାର୍ଥର ବ୍ୟବହାର କରାଯାଇନାହିଁ ।
ଅଯୋଧ୍ୟା ରାମ ମନ୍ଦିରେ ସୀତାମାତାଙ୍କ ମୂର୍ତ୍ତି ପରିଧାନ କରିଥିବା ଶାଢ଼ୀ ପାରମ୍ପରିକ ତଥା ପ୍ରାକୃତିକ କଦଳୀ ପଟୁଆରେ ତିଆରି କରାଯାଇଛି । ତାମିଲନାଡୁର ଚେଙ୍ଗଲପଟ୍ଟୁ ଜିଲ୍ଲାର ଅନକାପୁଥୁରର କାରିଗରମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହି ଶାଢ଼ୀ କଦଳୀ ପଟୁଆରେ ତିଆରି ହୋଇଥିବା ବେଳେ ଏଥିରେ ରଙ୍ଗ ମଧ୍ୟ ପ୍ରାକୃତିକ ଜିନିଷରେ ରଙ୍ଗାୟିତ କରାଯାଇଛି। ପନି ପରିବା ଓ ଫଳ ଚୋପାରୁ ଏହି ଶାଢ଼ୀକୁ ରଙ୍ଗ କରାଯାଇଛି । ଦୀର୍ଘ 12 ବର୍ଷ ହେଲା ଏହି କାରିଗରମାନେ ପ୍ରାକୃତିକ ପଦାର୍ଥ ଅର୍ଥାତ କଦଳୀ ପଟୁଆ, ବାଉଁଶ, କାକ୍ଟସ୍ ଓ ସପୁରୀକୁ ବ୍ୟବହାର କରି ସୂତା ପ୍ରସ୍ତୁତ କରି ସେହି ସୂତାରେ ଶାଢୀ ପ୍ରସ୍ତୁତ କରିଥାନ୍ତି ।